ସବୁ ସମୟ ଖବର ସାଥିରେ

ଆସିଲା ଭୟଙ୍କର ସତ! ପଚାରିଲେ କହୁଛନ୍ତି ଆମ ପାଖରେ ଏତେ ପିଲା ଅଛନ୍ତି ,ଜଣେ ମରିଗଲା କଣ ହେଲା ..ଅଭୟର ମୃତ୍ୟୁ ପାଇଁ କଲେଜ ଦାୟୀ ,ଏ ନେଇ କଣ କହୁଛନ୍ତି ଛାତ୍ରୀ ଜଣକ ଶୁଣନ୍ତୁ ତାଙ୍କ ମୁହଁରୁ…

0 18

ପୁଣି ଥରେ ଛାତ୍ର ମୃତ୍ୟୁକୁ ନେଇ ରାଜ ରାସ୍ତାକୁ ଓହ୍ଲାଇଲେ ଛାତ୍ର ଛାତ୍ରୀ। ଏହି ଘଟଣା ଦେଖିବାକୁ ମିଳିଛି ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ କ୍ରେଟିନ୍ ରେ। ଯେଉଁଠି ଛାତ୍ର ଛାତ୍ରୀ ମାନେ ରାଜ ରାସ୍ତାକୁ ଓହ୍ଲାଇ ଛନ୍ତି କାହିଁକି ନା ତାଙ୍କର କିଛି ଦାବି ରହିଛି କି ସେମାନେ ଯେଉଁ ଇନଷ୍ଟିଚ୍ୟୁଟ ରେ କିଛି ବ୍ୟବସ୍ଥା ଠିକ୍ ଭାବେ କରା ଯାଉନାହିଁ। ନା ଖାଇବାକୁ ଠିକ୍ ଟାଇମ୍ ରେ ମିଳୁଛି ନା କୌଣସି ବାଥରୁମ୍ ରେ କବାଟ ଲାଗିଛି।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ଛାତ୍ର ଜଣକ ମରିଛନ୍ତି ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ କିନ୍ତୁ ଚିକେନ ପକ୍ସ କଥା କହି ତାଙ୍କୁ ଘରକୁ ପଠାଇ ଦିଆ ଯାଇଥିଲା। କିନ୍ତୁ ଛାତ୍ର ଜଣକ ଘରକୁ ପହଁଚିବା ପାରେ ସେନ୍ସଲେସ ହୋଇ ଯାଇଥିଲେ ଏହା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରା ଯାଇଥିଲା। ପରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଯାହାକୁ ନେଇ ଛାତ୍ର ଛାତ୍ରୀ ମାନେ ରାଜ ରାସ୍ତାକୁ ବିଭିନ୍ନ ପ୍ରକାର ଦାବି ନେଇ ଓହ୍ଲାଇ ଛନ୍ତି ଏବଂ ପ୍ରତିବାଦ କରିଛନ୍ତି। ପୋଲିସ ମଧ୍ୟ ଘଟଣା ସ୍ଥଳରେ ଆସି ପହଁଚିଛି ଏବଂ ଘଟଣାକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚଲେଇ ଛନ୍ତି।ତେବେ ଏ ନେଇ ଛାତ୍ର ଛାତ୍ରୀ ମାନେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି।

ତେବେ ଛାତ୍ର ଛାତ୍ରୀଙ୍କ କହିବା ଅନୁଯାୟୀ ଇନଷ୍ଟିଚ୍ୟୁଟ କୌଣସି ପ୍ରକାର ସୁବିଧା ନାହିଁ। ଏମିତିକି ଇନଷ୍ଟିଚ୍ୟୁଟ ଚାରିପାଖେ ଅପରିଷ୍କାର ହୋଇ ପଡିଛି ଯେଉଁଥି ପାଇଁ କି ଡେଙ୍ଗୁ ଆଦି ରୋଗରେ ଛାତ୍ର ଛାତ୍ରୀ ଆକ୍ରାନ୍ତ ହେଉଛନ୍ତି। ତେବେ ମୃତ ଛାତ୍ରଙ୍କୁ ଡେ଼ଙ୍ଗୁ ହୋଇଥିବା ବେଳେ ତାକୁ ଚିକେନ ପକ୍ସ ହୋଇଥିବା କହି ଅବହେଳା କରା ଯାଇଥିଲା। ଏବଂ କୌଣସି ପ୍ରକାର ଚିକିତ୍ସା ମଧ୍ୟ କରା ଯାଇ ନଥିଲା।

ଏବଂ ତାଙ୍କୁ ଏକ ରୁମରେ ରଖା ଯାଇଥିଲା। ଆଉ ଏହା ପରେ ସେହିଭଳି ଅବସ୍ଥାରେ ତାଙ୍କୁ ଘରକୁ ପଠାଇ ଦିଆ ଯାଇଥିଲା। ତେବେ ଘରେ ପହଁଚିବା ବେଳକୁ ତାଙ୍କ ଅବସ୍ଥା ଅଧିକ ବିଗିଡି ଯାଇଥିଲା ଯାହା ଫଳରେ ସେ ସେନ୍ସଲେସ ହୋଇ ଯାଇଥିଲେ। ଆଉ ଏହାପରେ ପରିବାର ଲୋକେ ତାକୁ ଆଇସିୟୁରେ ଭର୍ତ୍ତି କରିଥିଲେ ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପିଲାଙ୍କ କହିବା ଅନୁଯାୟୀ ହଷ୍ଟେଲ ୱାର୍ଡେନ ସବୁ ଜାଣିଶୁଣି ଅଭୟଙ୍କୁ ଘରକୁ ଚାଲିଯିବା ପାଇଁ ବାଧ୍ୟ କରିଥିଲେ। ଏବଂ ଯେତେବେଳେ ଛାତ୍ର ଛାତ୍ରୀ ମାନେ ହଷ୍ଟେଲ ୱାର୍ଡେନଙ୍କୁ ଅଭୟଙ୍କ ମୃତ୍ୟୁ କଥା ଜଣେଇ ଥିଲେ ହଷ୍ଟେଲ ୱାର୍ଡେନ କହିଥିଲେ ଏତେ ପିଲା ଅଛନ୍ତି ଜଣେ ମରିଗଲା ତ କଣ ହୋଇଗଲା।

ଯେଉଁଥି ପାଇଁ ଛାତ୍ର ଛାତ୍ରୀ ମାନେ ରାସ୍ତାକୁ ଓହ୍ଲାଇ ଛନ୍ତି। ଏବଂ ଅଭୟ ମୃତ୍ୟୁ ପାଇଁ ଛାତ୍ର ଛାତ୍ରୀ ହଷ୍ଟେଲ ୱାର୍ଡେନ ଙ୍କୁ ଦାୟୀ କରିଛନ୍ତି ଆଉ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।