
viral video – କପାଳ ରୁ ବାହାରୁଛି ନିଆଁ ବାବାଙ୍କ ବେକରେ ମୁଣ୍ଡ ମାଳ ମାଳ || ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଭଗବାନ ଶିବଙ୍କ ପରମ ଭକ୍ତ ହେଉଛନ୍ତି ଅଘୋରୀ ବାବା । ହିନ୍ଦୁ ଧର୍ମରେ କେତେକ ପ୍ରକାର ସାଧୁ-ସନ୍ଥ ଥିବାବେଳେ ସମସ୍ତଙ୍କ ଠାରୁ ଅଲଗା ହେଉଛନ୍ତି ଅଘୋରୀ । ଏମାନେ ସାଂସାରିକ ଓ ଗୃହସ୍ଥ ଜୀବନଠାରୁ ଦୂରେଇ ରହି ଭଗବାନ ଶିବଙ୍କୁ ଆରାଧନାରେ ଲୀନ ହୋଇଥାନ୍ତି । ଅଘୋରୀ ଓ ନାଗା ସାଧୁଙ୍କ ବେଶଭୂଷା…କେମିତି ଅଜବ ଧରଣ ର ବସ୍ତ୍ର ପରିଧାନ କରିଥାନ୍ତି।
ଖୁବ୍ ଜାକଜମକରେ ଢେଙ୍କାନାଳ ରେ ମାଆ ଗଜଲକ୍ଷ୍ମୀ ଙ୍କ ଭସାଣି ଉତ୍ସବ ସଂପୂର୍ଣ୍ଣ ହୋଇଛି । ଭସାଣିରେ ଶିବ ତାଣ୍ଡବ କରିଛନ୍ତି ଅଘୋରୀ ବାବା । ରାସ୍ତା ଉପରେ ଭସ୍ମ ଉଡାଇ ମହାଦେବଙ୍କ ଗୀତରେ ନୃତ୍ୟ କରିଛନ୍ତି ଅଘୋରୀ । ଅଘୋରୀ ବାବାଙ୍କ ଶିବ ତାଣ୍ଡବ ଦେଖିବାକୁ ରାସ୍ତାର ଦୁଇ ପାର୍ଶ୍ବରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି ।
ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଭସାଣି ଉତ୍ସବରେ ବିଭିନ୍ନ ପ୍ରକାରର ନୃତ୍ୟ ପ୍ରଦର୍ଶନ ହୋଇଥିଲା । ପୂଜା ମଣ୍ଡପ ଗୁଡିକ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ପ୍ରକାରର ବାଦ୍ୟ ଓ କଳାକାରଙ୍କୁ ଡକାଇ ଭସାଣ ଶୋଭାଯାତ୍ରାରେ ସାମିଲ କରିଥିଲେ ।
ପାରମ୍ପରିକ ଘଣ୍ଟା, ଘଣ୍ଟା, କଣ୍ଢେଇ ନାଚ, ବାଇ ନାଚ, ଆଦିବାସୀ ନୃତ୍ୟ ସାଙ୍ଗକୁ ଶିବ ତାଣ୍ଡବ ଓ ଅଘୋରୀ ବାବାଙ୍କ ନାଚ ଲୋକଙ୍କୁ ଆକୃଷ୍ଟ କରିଥିଲା । ଆନନ୍ଦ ବଜାର ପକ୍ଷରୁ ପ୍ରଦର୍ଶିତ ଏହି ଶିବ ତାଣ୍ଡବ ନୃତ୍ୟ କରିଥିବା କଳାକାର ସୁଦୂର ହରିୟାଣାରୁ ଆସିଥିଲେ । ସେମାନେ ଶ୍ମଶାନରେ ପାଉଁଶ ବୋଳି ହୋଇ ଶିବ ଓ ଭୂତ ପ୍ରେତ ବେଶଭୂଷା ସାଙ୍ଗକୁ ହାଡ଼ ଖପୁରୀରେ ସଜ୍ଜିତ ହୋଇଥିଲେ । ଏହାର ଭିଡ଼ିଓ ସୋସିଆଲ ମେଡିଆର ଭାଇରାଲ ହେବାରେ ଲାଗିଛି ।
ଭଗବାନ ଶିବଙ୍କ ଭଳି ଏମାନେ ନିଜ ଶରୀରରେ ଶ୍ମଶାନର ଭସ୍ମ ଲଗାଇଥାନ୍ତି ଏବଂ ଅଧିକାଂଶ ସମୟ ତନ୍ତ୍ର ସାଧନା କରି ଧ୍ୟାନରେ ବିତାଇ ଥାନ୍ତି ।ମାତା କାଳୀ ଓ ଭଗବାନ ଶିବଙ୍କ ଭୈରବ ଅବତାରକୁ ନିଜର ଗୁରୁ ମାନନ୍ତି ଅଘୋରୀ । ଭଗବାନ ଶିବ ଓ ମାତା କାଳୀ ଯେଉଁଭଳି ଶରୀରରେ କପାଳର ମାଳା ଧାରଣ କରନ୍ତି ଠିକ୍ ସେହିଭଳି ଅଘୋରୀ ମଧ୍ୟ କରିଥାନ୍ତି ।
ବିଶ୍ୱାସ ରହିଛି- ପୁର୍ନଜନ୍ମ ଚକ୍ରରୁ ମୋକ୍ଷ ପ୍ରାପ୍ତି ପାଇଁ ଲୋକ ତପସ୍ୟାରେ ମଗ୍ନ ରୁହନ୍ତି । ଏଥିପାଇଁ ଅଘୋରୀଙ୍କ ଦର୍ଶନ ମୁସ୍କିଲ୍ ଅଟେ । ସାଧାରଣତଃ ଦିନବେଳା ଏମାନେ ଦୃଷ୍ଟିଗୋଚର ହୋଇନଥାନ୍ତି । ବରଂ ମହାଶିବରାତ୍ରୀ ଓ କୁମ୍ଭମେଳା ଭଳି ଧାର୍ମିକ ଉତ୍ସବରେ ଏମାନଙ୍କୁ ଦେଖିବାକୁ ମିଳିଥାଏ ।
ତେବେ, ଅଘୋରୀ ଅନ୍ୟ କୌଣସି ହିନ୍ଦୁ ଦେବାଦେବୀଙ୍କ ପୂଜାରେ ବିଶ୍ୱାସ ରଖିନଥାନ୍ତି । ସେମାନଙ୍କ ଅନୁସାରେ, ଭଗବାନ ଶିବ ହିଁ ପରମ ବିଧ୍ୱଂସକ ଅଟନ୍ତି । କେବଳ ଶିବ ହିଁ ସେମାନଙ୍କ ମୋକ୍ଷ ଦେଇପାରିବେ । ଅଘୋରୀ ଶିବଙ୍କୁ ସର୍ବଜ୍ଞ, ସର୍ବବ୍ୟାପୀ, ସର୍ବଶକ୍ତିମାନ ମାନିଥାନ୍ତି ।
ଧାର୍ମିକ ମାନ୍ୟତା ଅନୁସାରେ, ମୃତ୍ୟୁକୁ ନେଇ ଅଘୋରୀଙ୍କ ମନରେ କୌଣସି ପ୍ରକାରର ଭୟ ନଥାଏ । ଏମିତି ବି କୁହାଯାଏ ଅଘୋରୀ ମୃତଦେହ ସହ ଖାଆନ୍ତି ଏପରିକି ରାତ୍ରୀ ଯାପନ ବି କରନ୍ତି ଶବ ସହ । ସର୍ବପ୍ରଥମେ ଅଘୋରୀଙ୍କ ଉତ୍ପତ୍ତି କାଶୀରୁ ହୋଇଥିଲା । ସେବେଠାରୁ ଏହା ମନ୍ଦିରରେ ପରିବ୍ୟାପ୍ତ ହୋଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।