ସବୁ ସମୟ ଖବର ସାଥିରେ

ମଜାଳିଆ ପ୍ରଶ୍ନ – ଏମିତି କେଉଁ ଜିନିଷ ଖାଇଲେ ଫଳ, ଡାକିଲେ ଝିଅ, ଆଙ୍କିଲେ ରଙ୍ଗ…ମୁଁ କିଏ କୁହ ? ସାହସ ଅଛିତ ଉତ୍ତର ଦିଅ

0 17

ଆପଣ ମାନେ ବିଶେଷ କରି ଗାଁ ଗହଳିରେ ବିଭିନ୍ନ ଢଗ ଓ ରୂଢି ଗୁଡିକୁ ଲୋକ ମାନେ କଥା ଭିତରେ ବ୍ୟବହାର କରୁ ଥିବାର ଦେଖି ଥିବେ | ଏହି ଢଗ ଓ ରୂଢି ଦ୍ୱାରା କଥା କହିବାର ଶୈଳୀରେ ପରିବର୍ତନ ଆସିଥାଏ ଓ ଶୁଣିବାକୁ ସୁମଧୁର ହୋଇଥାଏ | ଆମ ଓଡ଼ିଶାରେ ବିଶେଷ କରି ବ୍ୟଙ୍ଗାତ୍ମକ କବିତା ପାଇଁ ବହୁତ ଲୋକ ଆକର୍ଷିତ ହୋଇ ଥାନ୍ତି |ବହୁତ ପୁରାତନ କଲଠୁ ନେଇକି ଆଜି ପର୍ଯ୍ୟନ୍ତ ଢୋଗ ଆଉ ରୂଢି ଆମ ଓଡିଶା ରେ ରହି ଆସୁଅଛି |

ଆଉ ସେହି ଢୋଗ କୁ ନେଇକି ଆମର ପ୍ରାଚୀନ ସଭ୍ୟତା ପାଖରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସବୁଠି ଆମ ଓଡିଶା ନିଜର ଗୋଟିଏ ବେଶ ଭଲ ସ୍ୱତନ୍ତ୍ର ଅର୍ଜନ କରି ଆସିଛି |ଏହି ଢୋଗକୁ ଶିଖିବା ଦ୍ୱାରା ନିଜର ଜ୍ଞାନ ମଧ୍ୟ ବୃଦ୍ଧି ହୋଇଥାଏ | ତେବେ ବର୍ତ୍ତମାନ ସେହି ଭଳି କିଛି ଢୋଗ ରେ ଥିବା ପ୍ରଶ୍ନ ଉପରେ ଆମେମାନେ ଆଲୋଚନା କରିବା | ଆଉ ଯାହାକୁ ଆମେ ବ୍ୟବହାର କରିକି ଆମେ କିଛି ନୂଆ ନୂଆ କଥା ମଧ୍ୟ ଜାଣିପାରିବା |


ପ୍ରଶ୍ନ 1:- ସେ କିଏ ଯାହାକୁ କିଛି ଖାଇବାକୁ ଦେଲେ ବଞ୍ଚିଥାଏ କିନ୍ତୁ ପାଣି ପିଇବାକୁ ଦେଲେ ମରିଯାଏ ?
ଉତ୍ତର :-ନିଆଁ
2:-ଗୋଟିଏ ଗଛର ଫଳର ଦୁଇଟି ନାମ କଞ୍ଚା ଥିଲେ ଗୋଟିଏ ନାମ ଆଉ ପାଚିଲା ପରେ ଆଉ ଗୋଟିଏ ନାମ ?
ଉତ୍ତର :-ପଇଡ / ନଡ଼ିଆ3:-ଦେଖିବାକୁ ଗୋଲ କିନ୍ତୁ ବଲ ନୁହଁ, ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ,ଲାଞ୍ଜ ଧରି ତାଙ୍କର ଖେଳନ୍ତି ସମସ୍ତେ ତଥାପି କାନ୍ଦେନି କୁହ ସେ କିଏ ?
ଉତ୍ତର :-ବେଲୁନ
4:-ଖାଇଲେ ଫଳ,ଡାକିଲେ ଝିଅ,ଅଙ୍କିଲେ ରଙ୍ଗ, ମୁଁ କିଏ କୁହ ?
ଉତ୍ତର :-କମଳା
ବର୍ଷା ଦିନେ କାନ୍ଦେ, ଶୀତ ଦିନେ ଶୁଖେ , ଖରା ଦିନେ ଛାଇ ମୁଁ ସଭିଙ୍କୁ ଦିଏ | ରଙ୍ଗ ବେରଙ୍ଗ ର ପୋଷାକ ମୁଁ ପିନ୍ଧେ, ବୁଦ୍ଧି ଅଛି ଯଦି କୁହ ମୁଁ କିଏ?
ଉତ୍ତର :-ଛତା

6:-ପଥର ମୁଁ ହେଲେ ମୁଁ ପାଣି, କହିପାରିବ ମୁଁ କିଏ ବୋଲି ?
ଉତ୍ତର :-ବରଫ / କୁଆଁପଥର
7:-ବାବାଜୀ ନୁହଁ ତା ବଢିଛି ଦାଢ଼ି ,ପାଦ ତଳ ଯାଏ ଆସିଛି ମାଢି, ପିଲାଏ ଖେଳନ୍ତୁ ଦାଢ଼ିରେ ଦୋଳି, ଆଉ ପକ୍ଷୀଏ ଖାଆନ୍ତି ତା ନାଲି କୋଳି ?
ଉତ୍ତର :-ବରଗଛ
8:-ଧରିଲେ ଧରା ଦିଏ ନାହିଁ, ଦେଖିଲେ ଦେଖା ଦିଏ,ଯୁଆଡେ ଗଲେ ଯାଏ ସିଏ, କହ ଭାଇ କହ କଣ ସିଏ ?
ଉତ୍ତର :-ନିଜର ଛାଇ
ସେଇଟା କେଉଁ ଜିନିଷ ଯାହାକୁ ସମସ୍ତ ଛୋଟ ପିଲା ଖାଉଛନ୍ତି, କିନ୍ତୁ କେହିଁ ପସନ୍ଦ କରନ୍ତି ନାହିଁ ?
ଉତ୍ତର :-ପୋଲିଓ
10:-ଏମିତି ବାଘ ସେ ଛାଡେନି ଘର,ଖାଇନି ମଣିଷ ପିଏ ସେ କ୍ଷୀର, ମା ଦେଖିଲେ ମାଉସୀ ଦେଖିଲେ କୁକୁରକୁ ତାର ପ୍ରବଳ ଡର ?
ଉତ୍ତର :-ବିଲେଇଏହି ସବୁ କିଛି ଢଗର ପ୍ରୟୋଗ କରି ଆପଣ ଲୋକ ମାନଙ୍କ ମନରେ ଓ ମୁହଁରେ ହସ ଫୁଟାଇ ପାରିବେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।