
ଆଶ୍ଚର୍ଯ୍ୟ !ହେ ପ୍ରଭୁ ତୁମର ଏକି ଅବତାର ? ମହାପ୍ରଭୁ ନେଲେ ଶଙ୍ଖ ଅବତାର , ଏହି ମନ୍ଦିରରେ ଜମିଲା ଭକ୍ତଙ୍କ ଭିଡ଼ ।ଦେଖନ୍ତୁ video
ସମସ୍ତଙ୍କ ଠାକୁର ଘରେ ତ ଶଙ୍ଖ ରହିଥାଏ। ହିନ୍ଦୁ ଧର୍ମ ଅନୁସାରେ ଏହା ଅତି ଶୁଭଦାୟକ ବୋଲି ବିବେଚିତ ହୋଇଥାଏ। ଶଙ୍ଖ ଧ୍ୱନି ମନରେ ଧାର୍ମିକ ଭାବନା ସୃଷ୍ଟି କରିଥାଏ। କୁହା ଯାଇଥାଏ କି ଘରେ ପ୍ରତିଦିନ ଶଙ୍ଖ ବାଜିବା ଦ୍ଵାରା ବାସ୍ତୁଦୋଷ କଟିଥାଏ। ଏଥି ସହିତ ଗୃହରେ ନକାରାତ୍ମକ ପ୍ରଭାବ ପଡ଼ି ନଥାଏ। ମନ୍ଦିର ଠାରୁ ଆରମ୍ଭ କରି ବିବାହ ଆଦି ମାଙ୍ଗଳିକ କାର୍ଯ୍ୟରେ ପୂଜାର୍ଚ୍ଚନା ବେଳେ ଶଙ୍ଖ ବଜାଯାଏ। ତେବେ ଆପଣ ଆପଣଙ୍କ ଘରେ ଥିବା ଶଙ୍ଖକୁ ତ ନିଶ୍ଚିତ ଭାବେ ଦେଖିଥିବେ। କିନ୍ତୁ କେବେ ଦେଖିଛନ୍ତି କି ଘଣ୍ଟା ବାଜିବ, ଶଙ୍ଖ ଚାଲିବ । ମାଟି ତଳୁ ବାହାରି ଭୋଗ ଖାଇବ ଜୀବନ୍ତ ଶଙ୍ଖ । ଆପଣ କେବେ ଶଙ୍ଖ ଚାଲୁଥିବାର ଦେଖିଛନ୍ତି କି ? ଶଙ୍ଖକୁ ଭୋଗ ଖାଇବାର ଦେଖିଛନ୍ତି କି ?
ହଁ ଆଜ୍ଞା ଶଙ୍ଖ ଯେ ଘଣ୍ଟ, ଘଣ୍ଟା, ମୃଦଙ୍ଗ ବାଜିଲେ ଆପେ ଆପେ ଚାଲେ ତାହା କେହି କେବେ କଳ୍ପନା କରି ନଥିବେ । କିନ୍ତୁ ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି ପାରାଦୀପରେ। ପାରାଦୀପର ଏକ ରହସ୍ୟ ମୟ ଗଛ ଅଛି ଯେଉଁଠୁ ବାହାରି ଥାନ୍ତି ଏକାଧିକ ଜୀବନ୍ତ ଶଙ୍ଖ । ଆଉ ସେ ସବୁ ଶଙ୍ଖଙ୍କୁ ଲୋକେ ଅଦୃଶ୍ୟ ଭଗବାନ କହି ପୂଜା ବି କରନ୍ତି ।
ପାରାଦୀପ ନେହେରୁ ବଙ୍ଗଳା ହେଲିପ୍ୟାଡ ନିକଟରେ ଥିବା ଜଙ୍ଗଲରେ ରହିଛି ରତ୍ନବଟ । କୁହାଯାଏ କି ଓଡିଶାର ୫ ବଟ ବୃକ୍ଷ ମଧ୍ୟରୁ ପାରାଦୀପର ରତ୍ନବଟ ଅନ୍ୟତମ । ଯେଉଁଠି ଜୀଅଁନ୍ତା ଶଙ୍ଖ ଚାଲି ଚାଲି ଆସନ୍ତି ଆଉ ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ ଓ ଅଲୌକିକ କଥା ହେଉଛି ଘଣ୍ଟା ବାଜିଲେ ବଟ ବୃକ୍ଷ ମୂଳରୁ ଏକାଧିକ ସଂଖ୍ୟାର ଶଙ୍ଖ ବାହାରି ଆସନ୍ତି।ଆଉ ଭକ୍ତ ମାନେ ଦେଇଥିବା ନଡିଆ, କଦଳୀ ଓ ଖଇ ଆଦି ଭୋଗ ଖାଆନ୍ତି।
ଏହି ଜୀବନ୍ତ ଶଙ୍ଖ ଗୁଡିକ ଏବେ ସ୍ଥାନୀୟ ଲୋକଙ୍କ ଆଶା ଓ ବିଶ୍ୱାସ ପାଲଟି ଯାଇଛି। ଏହି ରତ୍ନବଟ ମୂଳେ ଯାହା ମାନସିକ କଲେ ତାହା ପୂରା ହୁଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ତ ଅନେକ ଲୋକ କିଛି ପାଇବା ଆଶାରେ ଏଠାକୁ ଧାଇଁ ଆସନ୍ତି ଆଉ ତାଙ୍କର ଦୁଃଖ ଜଣାନ୍ତି । ଗଛ ମୂଳରେ ଦେବାଦେବୀ ପୂଜା ପାଉଥିବା ବେଳେ କେବେ କେବେ ସାପ, ନେଉଳ ଓ ଶଙ୍ଖ ଗୋଟିଏ ଜାଗାରେ ଖେଳୁଥିବା ଲୋକେ ଦର୍ଶନ କରିଥିବାର ଲୋକେ କହିଛନ୍ତି ।
ତେବେ ଆଲୌକିକତାରେ ପୂର୍ଣ୍ଣ ଏହି ରତ୍ନବଟ ପାଖକୁ ଓଡିଶାର ବିଭିନ୍ନ ସ୍ଥାନକୁ ବହୁ ସାଧୁ ସନ୍ଥ ଆସୁଥିଲେ ହେଁ ଏହା ପ୍ରଶାସନର ଅଗୋଚରରେ ରହିଛି । ସରକାରଙ୍କ ଶୁଭ ଦୃଷ୍ଟି ଉକ୍ତ ସ୍ଥାନରେ ପଡିଲେ ଏହା ପ୍ରସିଦ୍ଧ ସ୍ଥଳୀ ହୋଇପାରନ୍ତା ବୋଲି ଲୋକେ ଦାବି କରିଛନ୍ତି। ତେବେ ଏହି ବିରଳ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।