
ଦେଖନ୍ତୁ Socking ଭିଡ଼ିଓ – ଆମ ଗାଁ ରେ ଆଇଁଷ ପଶେନି..ପଶିଲେ ସାପ ଛୋଟ ମାରିବ, ସୁନାମୁହିଁ ଠାକୁର ଅଛନ୍ତି ଏଠି…ଏନେଇ କଣ କହୁଛନ୍ତି ମହିଳା ଜଣଙ୍କ ଶୁଣନ୍ତୁ ତାଙ୍କ ମୁହଁରୁ …
ଆମେ ଜାଣିଛୁ କି ଆମ ସମାଜରେ ବସବାସ କରୁଥିବା ଲୋକମାନଙ୍କର ରୁଚି ଓ ସେମାନଙ୍କ ପସନ୍ଦ ଭିନ୍ନ ଭିନ୍ନ। କିଛି ଲୋକେ ଆମିଷ ଭୋଜନ ଖାଇବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକେ ସମ୍ପୂର୍ଣ୍ଣ ନିରାମିଷ ଭୋଜନ ଗ୍ରହଣ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏମିତି ଗୋଟିଏ ଗାଁ ରହିଛି ଯେଉଁ ଗାଁକୁ କେବେ ହେଲେ ଆମିଷ ପଶେନି। ମାଛ ମାଂସ ତ ଦୂରର କଥା ସେହି ଗାଁକୁ ପିଆଜ ଓ ରସୁଣ ମଧ୍ୟ ମଧ୍ୟ ପଶେ ନାହିଁ। ହଁ ଆଜ୍ଞା କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ୍ୟ ଏହା ସତ୍ୟ ଅଟେ। ପୂର୍ବ ପୁରୁଷରୁ ଏହି ପରମ୍ପରା ଚାଲି ଆସିଛି।
ତେବେ ଏହି ଗାଁର ନାମ ହେଉଛି ବେଣ୍ଟଶାଳିଆ,ଏହି ଗାଁର ପାଖାପାଖି ୪୦ଟି ପରିବାର ବସବାସ କରୁଛନ୍ତି। ଏହି ଗାଁର ଗ୍ରାମବାସୀ ମାନଂକ କହିବା କଥା କି ତାଙ୍କ ଗାଁ ରେ ପୂର୍ବପୁରଷରୁ ମାଛ ମାଂସ କେହି ଖାଆନ୍ତି ନାହିଁ ଏମିତିକି ବାହାଘର , ମୃତାକର୍ମ ଯାହା ବି ଭଲମନ୍ଦ ହେଉନା କାହିଁକି ଗାଁରେ କେବେବି ଆମିଷ ଖାଦ୍ୟ ରୋଷେଇ ହୁଏ ନାହିଁ। ଯେଉଁ ମାନେ ଗାଁ ବାହାରେ ରହି କାମ କରୁଛନ୍ତି କି ପାଠ ପଢୁଛନ୍ତି ସେମାନେ ମଧ୍ୟ୍ୟ ଆମିଷ ନଖାଇ ନିଜେ ରୋଷେଇ କରି ଖାଆନ୍ତି। ଏହି ଗାଁର ଯେଉଁ କୁକୁର୍ ବିଲେଇ ରହିଛନ୍ତି ସେମାନେ ମଧ୍ୟ ଆମିଷ ଦେଖି ନାହାଁନ୍ତି ଖାଇବା ତ ଦୂରର କଥା।
ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗାଁରେ ଯଦି କେହି ଆମିଷ ନେଇଆସେ କି ଆମିଷ ଖାଦ୍ୟ ଭକ୍ଷଣ କରେ ତେବେ ତାକୁ ସାପ ଦଂଶନ କରେ ନଚେତ ତାର ଆଖି କାନ ଫୁଟି ଯାଏ। ଗାଁ ଜଣେ ବ୍ୟକ୍ତି କହିଛନ୍ତି କି ତାଙ୍କ ଗାଁକୁ ଜଣେ ହରିଜନ ବ୍ୟକ୍ତି ମାଛ ନେଇ ପଶି ଆସିଥିଲେ ଆଉ ତାଙ୍କୁ ଏକ ବିଷାକ୍ତ ସାପ କାମୁଡିଥିଲା। ଯଦି କେହି ଅଜଣା ବ୍ୟକ୍ତି ଭୁଲରେ ଗାଁ ଭିତରକୁ ଆମିଷ ନେଇ ପଶିଆସେ ତେବେ ସେ ଯେଉଁ ବାଟେ ଆସିଥିଲା ସେହି ବାଟ ଦେଇ ତାଙ୍କୁ ଗାଁରୁ ଯିବାକୁ ପଡ଼ିବ।ଏହାଛଡ଼ା ଅଙ୍ଗନୱାଡ଼ି ଓ ସ୍କୁଲରେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ଆସୁଥିବା ଅଣ୍ଡାକୁ ବାହାରେ ବିକ୍ରି କରି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପିଲାମାନଙ୍କୁ କଦଳୀ ଆଣି ଖାଇବାକୁ ଦିଅନ୍ତି।
ଗାଁର ଅନ୍ୟ ଜଣେ ମହିଳା ମଧ୍ୟ କହିଛନ୍ତି କି ଜଣେ ବ୍ୟକ୍ତି ଗାଁ ଭିତରକୁ ମାଛ ନେଇ ଆସିବା ସମୟରେ ପାଖରେ ଥିବା ଏକ ବରଗଛରୁ ହଠାତ୍ ଏକ ଗୋଖୋର ସାପ ଆସି ସେହି ବ୍ୟକ୍ତିଙ୍କ ପାଦକୁ ଦଂଶନ କରିଥିଲା ଆଉ ଘଟଣା ସ୍ଥଳରେ ବ୍ୟକ୍ତିଜଣକ ପ୍ରାଣତ୍ୟାଗ କରିଥିଲେ। ତେବେ ଏହି ଗାଁରେ ସୁନାମୁଁହି ଠାକୁର ଥିବାରୁ ଗାଁ ଭିତରକୁ ଆମିଷ ପଶିବା ନିଷେଧ କରାଯାଇଛି।