ସବୁ ସମୟ ଖବର ସାଥିରେ

ପୁରୁଣାରୁ ପୁରୁଣା ଆଖି ( Eye) ସମସ୍ୟ ଥରକରେ ଦୂର ହୋଇଯିବ!ଏହି ଦୁଧକୁ କିଛିଦିନ ପିଅନ୍ତୁ, ଆଖି ରୁ ଚଷମା ଓଲ୍ହେଇ ଯିବ…

0 9

ବୟସ ବଢ଼ିବା ସହିତ ଆଖି ସମସ୍ୟା ଦେଖା ଯିବା ଏହା ଏକ ସାଧାରଣ ସମସ୍ୟା। କିନ୍ତୁ ଆଜିକାଲି ଏହି ସମସ୍ୟା ଯୁବପିଢ଼ି ମାନଙ୍କ ପାଖରେ ମଧ୍ୟ ଦେଖା ଯାଇଛି। ତେବେ ଆଖି ହେଉଛି ମଣିଷର ଏକ ଅମୂଲ୍ୟ ଅଙ୍ଗ ବିନା ମଣିଷର ଜୀବନ ରଙ୍ଗହିନ ଅନ୍ଧକାର ମୟ। ତେବେ ଏହାକୁ ଅଣଦେଖା କରିବା ଆଦୌ ଉଚିତ୍ ନୁହେଁ। ତେବେ ଆଖି ସମସ୍ୟାକୁ ଅଣଦେଖା ନ କରି ଡ଼ାକ୍ତରଙ୍କ ପରାମର୍ଶ ନେବା ଉଚିତ। ଏହାଛଡା ଘରୋଇ ଉପଚାର ଦ୍ୱାରା ମଧ୍ୟ ଆପଣ ଆଖି ସମସ୍ୟାରୁ ମୁକ୍ତି ପାଇପାରିବେ।ଆଖି ଜନିତ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର ଅତ୍ୟନ୍ତ ସହଜ ଏବଂ ସୁବିଧା ଜନକ ଉପାୟ ଅଟେ।
ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବାବଦରେ ଜଣାଇବୁ ଯାହାକୁ ସେବନ କରିବା ଦ୍ୱାରା ଆପଣଙ୍କ ଆଖି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ। ତେବେ ଆସନ୍ତୁ ଜାଣିବା ଏଥିପାଇଁ ଆବଶ୍ୟକ ସାମଗ୍ରୀ, ଏହାର ପ୍ରସ୍ତୁତି ପ୍ରଣାଳୀ ବାବଦରେ ଏବଂ କିଭଳି ଭାବରେ ଆପଣ ଏହାକୁ ସେବନ କରି ପାରିବେ।
ଏହି ହୋମ୍ ରେମେଡି ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି:-ଆଲମଣ୍ଡ, ପାନ ମହୁରୀ, ମିଶ୍ରି ଏବଂ କ୍ଷୀର
ପ୍ରସ୍ତୁତି ପ୍ରଣାଳୀ:-ପ୍ରଥମେ ୬-୭ ଟି ଆଲମଣ୍ଡକୁ ନେଇ ଏହାକୁ ପାଣିରେ ବତୁରାଇ ଦିଅନ୍ତୁ।୩-୪ ଘଣ୍ଟା ପରେ ଏହା ଭଲଭାବରେ ବତୁରି ଯାଇଥିବ ଏହା ପରେ ଆପଣ ଏହାର ଚୋପା ଛଡାଇ ରଖନ୍ତୁ। ଏହାପରେ ଏହାକୁ ନେଇ ଭଲ ଭାବରେ ଗ୍ରାଇଣ୍ଡିଂ କରି ନିଅନ୍ତୁ। ଏହା ପରେ ଆପଣ ଏକ ପାତ୍ରକୁ ଦୁଇ ଚାମଚ ପାନମହୁରୀ କୁ ନେଇ ଧୋଇ ଦିଅନ୍ତୁ ଏବଂ ଏକ ଖଣ୍ଡ ମିଶ୍ରିଦାନା ନିଅନ୍ତୁ ଏବେ ପାନ ମହୁରୀ ଓ ମିଶ୍ରିଦାନାକୁ ଏକା ସହିତ ଗୁଣ୍ଡ କରି ନିଅନ୍ତୁ।
ଏବେ ଗ୍ୟାସ ଅନ କରି ଏକ ପାତ୍ର ବସାନ୍ତୁ ଏବଂ ଏଥିରେ ଏକ ଗ୍ଲାସ୍ କ୍ଷୀର ଦିଅନ୍ତୁ କ୍ଷୀର ଭଲ ଭାବରେ ଫୁଟି ଆସିଲା ପରେ ଏଥିରେ ପେଷ୍ଟକରି ରଖିଥିବା ଆଲମଣ୍ଡ ପକାଇ ଟିକିଏ ଫୁଟାଇ ନିଅନ୍ତୁ ଏବେ ଏଥିରେ ପାନମଧୁରୀ ଏବଂ ମିଶ୍ରି ଗୁଣ୍ଡକୁ ପକାଇ ଦୁଇ ରୁ ତିନି ମିନିଟ ପର୍ଯ୍ୟନ୍ତ ଫୁଟାଇ ଗ୍ୟାସ ଅଫ କରି ଏକ ଗ୍ଲାସକୁ ଢାଳି ନିଅନ୍ତୁ।ଏବେ ଏହାକୁ ଆପଣ ସେବନ କରି ପାରିବେ।
ତେବେ ଆସନ୍ତୁ ଜାଣିବା ଏହାକୁ ସେବନ କେମିତି କରିବେ:-ଆପଣ ପ୍ରତ୍ୟେକ ଦିନ ରାତିରେ ଶୋଇଲା ପୂର୍ବରୁ ଏହାକୁ ସେବନ କରନ୍ତୁ। ଏହାର ସେବନ ପରେ ଆପଣ କିଛି ବି ଖାଆନ୍ତୁ ନାହିଁ ଏମିତିକି ପାଣି ମଧ୍ୟ ପିଅନ୍ତୁ ନାହିଁ। ଦିନକୁ ଥରେ ମାତ୍ର ଦୁଇ ରୁ ତିନିମାସ ଏହାକୁ ସେବନ କରନ୍ତୁ ଆପଣ ନିଜେ ଏହାର ରେଜଲ୍ଟ ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।