ସବୁ ସମୟ ଖବର ସାଥିରେ

yotish Shstra – ଆଜି ସୋମବାର କାହାକୁ କିଛି ନକହି ଯୋଡ଼ା କଦଳୀ ଏଇଠି ଘଷାନ୍ତୁ ବଦଳି ଯିବ ଭାଗ୍ୟ | ଭୋଳାନାଥ ନିଜେ କରିବେ ମାଲାମାଲ୍ …

0 8

ଆଜି ଆମେ ଆପଣଙ୍କୁ ଏମିତି କିଛି ସାଧୁବାଣୀ କହିବୁ ଯାହା ପାଳନ କରିବା ଦ୍ୱାରା ଆପଣଙ୍କର ଓ ଆପଣଙ୍କ ପରିବାରର ଖୁବ୍ ମଙ୍ଗଳ ହେବ। ତେବେ ଆସନ୍ତୁ ଜାଣିବା କଣ ରହିଛି ଆଜିର ସାଧୁବାଣୀ।
୧.ଯଦି ଆପଣଙ୍କ ଘରେ ସବୁବେଳେ ଅଭାବ ଦାରିଦ୍ର୍ୟତା ଲାଗି ରହିଛି ତେବେ ଗୋଟିଏ ଛୋଟ ପିତ୍ତଳ ଢାଳ ନେଇ କଏନ୍ ଭର୍ତ୍ତି କରାନ୍ତୁ। ଏବଂ ସେହି ଢାଳକୁ ନେଇ ଘର ପଶ୍ଚିମ ପାଖରେ ରଖି ଦିଅନ୍ତୁ। ଏବଂ ପ୍ରତିଦିନ ସକାଳେ ସେଠାରେ ମୁଣ୍ଡିଆ ଟିଏ ପକାନ୍ତୁ। ଏମିତି କରିବା ଦ୍ଵାରା ଦାରିଦ୍ର୍ୟତା ଦୂର ହେବା ସହ ମଙ୍ଗଳ ହୋଇଥାଏ।୨. ଲୁଣ କେବେବି ତଳେ ପକାଇବା ଉଚିତ୍ ହୋଇନଥାଏ। ଆଉ ଲୁଣ ହାତ କେବେ ବି ନିଜ ବସ୍ତ୍ରରେ ପୋଛାଇବେ ନାହିଁ। ଇମିତି କରିବା ଦ୍ଵାରା ଋଣ ବୃଦ୍ଧି ପାଇଥାଏ। ତେଣୁ ଲୁଣ ନ ପକାଇ ବା ବସ୍ତ୍ରରେ ନ ପୋଛି ହାତଟିକୁ ଧୋଇଦେବେ।

୩.ଘରେ ଠାକୁର୍ ପୂଜା କରିବା ସମୟରେ ଯଦି ବିନା କାରଣରେ ଛୁଆଟିଏ କାନ୍ଦେ ତେବେ ଜାଣିବେ ଏହା କିଛି ଅଶୁଭ ସଂକେତ ଦେଉଛି। ତେଣୁ ଏହାର ପ୍ରତିକାର ସ୍ବରୂପ ଘରୁ ଟିକିଏ ହଳଦୀ ଗୁଣ୍ଡ ଆଣି ଠାକୁର୍ ଘର କାନ୍ଥରେ ଲଗାଇ ଦିଅନ୍ତୁ।୪. ନାରୀ ଋତୁମତୀ ହେବାର ଚତୁର୍ଥ ଦିନ, ଷଷ୍ଠ ଦିନ,ଅଷ୍ଟମ ଦିନ , ଦଶମ ଦିନ ଏବଂ ଦ୍ଵାଦଶ ଦିନ ଯଦି ସ୍ବାମୀ ସ୍ତ୍ରୀଙ୍କ ମିଳନ ହୁଏ ଏବଂ ସ୍ତ୍ରୀର ଗର୍ଭ ରହେ ତେବେ ସେ ଗର୍ଭରେ ନିଶ୍ଚିତ ପୁତ୍ର ସନ୍ତାନ ରହିବ।

୫. ଯଦି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁ ସମୟରେ ଝଗଡ଼ା ହେଉଛି ମନମାଳିନ୍ୟ ଦେଖା ଯାଉଛି ତେବେ ଯୋଡିଏ ମୟୂର ପୁଚ୍ଛ ଆଣି ଆପଣଙ୍କ ବିବାହର ଫୋଟ ଯେଉଁ ଆଲବମ୍ ରେ ରଖିଛନ୍ତି ସେହି ଆଲବମ୍ ରେ ଯୋଡିଏ ମୟୂର ପୁଚ୍ଛକୁ ଏକାଠି ଯୋଡି ରଖି ଦିଅନ୍ତୁ।

୬. ଆପଣଙ୍କର ପିଲାଙ୍କ ଜନ୍ମଦିନରେ ସେମାନଙ୍କ ଦେହରେ ଖୋଷା ତେଲ ଟିକିଏ ମାରି ଦେବେ ଏବଂ ଖୋଷା ଲଡୁ ଖାଇବାକୁ ଦିଅନ୍ତୁ । କାରଣ ଖୋଷା ହେଉଛି ବିଘ୍ନ ବିନାଶକ ଶସ୍ୟ।୭. ଜନ୍ମ ଦିନ, ଜନ୍ମ ମାସ ଏବଂ ଜନ୍ମ ନକ୍ଷତ୍ର ଏହି ତିନି ଦିନରେ ପୁଅ ବା ଝିଅର ବିବାହ କେବେ ହେଲେ କରାନ୍ତୁ ନାହିଁ। ଏହା କ୍ଷତି କାରକ।୮.ପୂଜା କରିବା ସମୟରେ ଆପଣ ଯଦି ଯାଆଁଳା କଦଳୀ ପାଉଛନ୍ତି ତେବେ ଏହା ଠାକୁରଙ୍କ ପାଖରେ ନିଶ୍ଚିତ ଭୋଗ ଲଗାନ୍ତୁ। ବିଶେଷ କରି ଭଗବାନ ଶିବଙ୍କ ପୂଜା ଯାଆଁଳା କଦଳୀରେ କଲେ ବହୁତ୍ ଶୁଭ ମିଳିଥାଏ କାରଣ ଯାଆଁଳା କଦଳୀକୁ ଲକ୍ଷ୍ମୀ ନାରାୟଣ ବୋଲି କୁହା ଯାଇଥାଏ ଆଉ ହରିହର ହେଉଛନ୍ତି ଏକ ଆତ୍ମା। ତେଣୁ ଯାଆଁଳା କଦଳୀ ଶିବଲିଙ୍ଗରେ ଘର୍ଷଣ କଲେ ଶିବ ବହୁତ୍ ସନ୍ତୁଷ୍ଟ ହୋଇଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।