ସବୁ ସମୟ ଖବର ସାଥିରେ

Jyotisa Shatra -ଆଜି ପବିତ୍ର ଦୁର୍ଗା ପୂଜା ( 2022 )ଘରକୁ ନେଇଆସନ୍ତୁ ଏହି (୫ଟି ଜିନିଷ ) ଅଚାନକ ହେବ ଧନର ବର୍ଷା ହେବ | ମନରେ ଭକ୍ତିଥିଲେ ଆଜି ହିଁ ଜପ କରନ୍ତୁ ଜୟ ମା ଦୁର୍ଗା…..

7

ଏ ବର୍ଷର ଶାରଦୀୟ ନବରାତ୍ରି ଆରମ୍ଭ ହୋଇ ଯାଇଛି।ଏହି ନଅ ଦିନ ମଧ୍ୟରେ ଦେବୀ ଦୁର୍ଗାଙ୍କର ନଅଟି ସ୍ୱରୂପକୁ ପୂଜାର୍ଚ୍ଚନା କରା ଯାଇଥାଏ। ତେବେ ଅକ୍ଟୋବର ୫ ବୁଧବାର ଦିନ ପାଳିତ ହେବାକୁ ଯାଉଛି ପବିତ୍ର ଦଶହରା ପର୍ବ। ତେବେ ମା ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଯେତେ ପୂଜା ଅର୍ଚ୍ଚନା କରିଲେ ମଧ୍ୟ କମ୍ ହୋଇଥାଏ। ତେଣୁ ମା ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା ପାଠ ସହିତ ଖାସ୍ ଉପାୟ ମଧ୍ୟ କରିବା ପାଇଁ ପଡ଼ିଥାଏ।

ତେବେ ଏହି ପବିତ୍ର ଦଶହରା ପର୍ବ ସରିବା ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି ପାଞ୍ଚ ଗୋଟି ଜିନିଷ ମଧ୍ୟରୁ ଗୋଟିଏ ଜିନିଷ। ଏହି ଜିନିଷ ସବୁ ଘରକୁ ଆଣିବା ଦ୍ଵାରା ମାଙ୍କ କୃପାରୁ ଘର ଧନରତ୍ନରେ ପରିପୂର୍ଣ୍ଣ ହୋଇ ଉଠିବ। ତେବେ ଏହି ସବୁ ଜିନିଷ ଆଣିବା ସମୟରେ ମା ଦୁର୍ଗାଙ୍କୁ ପବିତ୍ର ମନରେ ସ୍ମରଣ କରିବା ପାଇଁ ପଡିବ। ତେବେ ଆସନ୍ତୁ ଜାଣିବା ସେହି ପବିତ୍ର ଜିନିଷ କଣ ଯାହା ଘରକୁ ଆଣିବା ଦ୍ଵାରା ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ।
୧.ରୂପାର ପଇସା:-ଏହି ନବରାତ୍ରୀରେ ଘରକୁ ନେଇ ଆସନ୍ତୁ ଏକ ରୂପାର ପଇସା। ଏହା ଆଣିବା ଦ୍ଵାରା ଆପଣଙ୍କ ଦାରିଦ୍ର୍ୟ ଦୂର ହୋଇଯିବ। ଏହି ରୂପା ପଇସା ଟିକୁ ଆଣି ଭଲ ମନରେ ପୂଜା କରନ୍ତୁ। ଏବଂ ତାହାକୁ ଘରର ଆଲମାରୀରେ ସୁରକ୍ଷିତ ଭାବେ ରଖି ଦିଅନ୍ତୁ। ଏଥିରେ ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବେ ଆଉ ଆପଣଙ୍କ ଜୀବନରେ ଧନର ଅଭାବ ଦେଖିବାକୁ ମିଳି ନଥାଏ।୨. ପଦ୍ମଫୁଲରେ ବସିଥିବା ମା ଲକ୍ଷ୍ମୀଙ୍କ ଫୋଟ:-ଏହି ନବରାତ୍ରୀରେ ପଦ୍ମଫୁଲରେ ବସିଥିବା ମା ଲକ୍ଷ୍ମୀଙ୍କ ଫୋଟ ନିଶ୍ଚିତ ଭାବେ ଆଣାନ୍ତୁ ଏବଂ ପ୍ରତିଦିନ ଏହି ଫୋଟକୁ ପୂଜା କରନ୍ତୁ ମା ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥାୟୀ ଭାବେ ବାସ କରିବେ।୩. କଉଡ଼ି:-ନବରାତ୍ରୀ ଶେଷ ହେବା ପୂର୍ବରୁ ଘରକୁ ଗୋଟିଏ ଧଳା ରଙ୍ଗର ବା ହଳଦିଆ ରଙ୍ଗର କଉଡ଼ି ନିଶ୍ଚିତ ଭାବେ ଆଣନ୍ତୁ। ଏବଂ ମାତା ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ ଏହି କଉଡ଼ିକୁ ମଧ୍ୟ ପୂଜା କରି ପୂଜା ସ୍ଥାନରେ ରଖି ଦିଅନ୍ତୁ।ଏହା ପରେ ଏହି କଉଡ଼ିକୁ ପାଇଁ ଏକ ଲାଲ ରଙ୍ଗର କପଡ଼ାରେ ବାନ୍ଧି ଦେଇ ଆଲମାରୀ ଭିତରେ ରଖି ଦିଅନ୍ତୁ। ଦେଖିବେ ପୂରା ବର୍ଷ ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ।
୪. ଦକ୍ଷିଣାବର୍ତ୍ତି ଶଙ୍ଖ:-ଏହି ଶଙ୍ଖ ଘରକୁ ଆଣିବା ଦ୍ଵାରା ମା ଲକ୍ଷ୍ମୀ ଏବଂ କୁବେର ମହାରାଜାଙ୍କ କୃପାପ୍ରାପ୍ତ ହେବ। ଏହି ଶଙ୍ଖକୁ କେବେ ଖାଲି ନରଖି ଏଥିରେ ହଳଦୀ ଚାଉଳ ରଖି ପୂଜା ସ୍ଥାନରେ ରଖି ଦିଅନ୍ତୁ।
୫. ଶ୍ରୀ ଯନ୍ତ୍ର:-ନବରାତ୍ରୀରେ ଘରକୁ ନେଇ ଆସନ୍ତୁ ଶ୍ରୀ ଯନ୍ତ୍ର ଏବଂ ଆପଣଙ୍କ ପୂଜା ଘର ଭିତରେ ଏକ ଲାଲ୍ ରଙ୍ଗର କପଡ଼ା ଉପରେ ଏହାକୁ ସ୍ଥାପନା କରାନ୍ତୁ। ଏମିତି କରିବା ଦ୍ଵାରା ମା ଲକ୍ଷ୍ମୀ ଏବଂ କୁବେର ଆପଣଙ୍କ ଘରେ ସ୍ଥାୟୀ ଭାବେ ବାସ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।