
ଆଶ୍ଚର୍ଯ୍ୟ !ଅଜଗରର ପେଟ ସ୍କାନ୍ କରୁ ନାହାନ୍ତି ପୋଲିସ ଓ ବନ ବିଭାଗ, ସେପଟେ ପୁରା ହଜମ କରିବାକୁ ବସିଲାଣି ଅଜଗର… ଦେଖନ୍ତୁ ଏ ନେଇ କଣ କହୁଛନ୍ତି ରେଞ୍ଜର ବାବୁ !ଶୁଣିଲେ ହୋସ ଉଡିଯିବ,ଦେଖନ୍ତୁ video ..
କିଛି ଦିନ ହେଲାଣି ନନ୍ଦ କିଶୋରଙ୍କ ନିଖୋଜ ଘଟଣା ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି | ସେ ଗତ କିଛି ଦିନ ହେଲା ନିଖୋଜ ଥିବାର ପରିବାର ଲୋକେ ଅଭିଯୋଗ କରି ଥିଲେ | କୌଣସି ଏକ କାର୍ଯ୍ୟରେ ଏକ ସ୍ଥାନକୁ ତାଙ୍କର ଲୁନା ସାହାଯ୍ୟରେ ଯାଇ ଥିଲେ ବୋଲି ପରିବାର ଲୋକେ କହିଛନ୍ତି | ହେଲେ ସେଠାରୁ ଆଜକୁ ପାଞ୍ଚ ଛ ଦିନ ହେଲା ସେ ନିଖୋଜ ହୋଇ ଘରକୁ ଫେରି ନାହାନ୍ତି | ଏଥି ପାଇଁ ପରିବାର ଲୋକେ ବିଭିନ୍ନ ଜାଗାରେ ଖୋଜା ଖୋଜି ମଧ୍ୟ କରି ଥିଲେ କିନ୍ତୁ ତାଙ୍କୁ ପାଇ ନ ଥିଲେ |
ଏହା ପରେ ଏକ ଅଜଗର କିଛି ବଡ ଆକାରର ଖାଦ୍ୟ ଖାଇ ଥିବାର ଦେଖିବାକୁ ମିଳିଥିଲା | ଏ ନେଇ ରେଞ୍ଜର କହିଥିଲେ ଯେ ଅଜଗରଟି କୌଣସି ଏକ ବନ୍ୟ ଜନ୍ତୁକୁ ନିଶ୍ଚିତ ରୂପେ ଗିଳିଅଛି ତାହା କୌଣସି ମନୁଷ୍ୟକୁ ଗିଳି ନାହିଁ ବୋଲି କହିଥିଲେ | ଏହାର କାରଣ ଦର୍ଶାଇ ସେ କହିଥିଲେ କି ଅଜଗର ସାପଟି ମାତ୍ରା ପନ୍ଦର ଫୁଟର ହୋଇ ଥିବା ବେଳେ ନନ୍ଦ କିଶୋରଙ୍କ ଉଚ୍ଚତା ଛ ଫୁଟ ଥିଲା | ଏକ ପନ୍ଦର ଫୁଟର ସାପ କେବେ ହେଲେ ଏକ ମନୁଷ୍ୟକୁ ଗିଳି ପାରେ ନାହିଁ | ତେବେ ଏବେ ଅଜଗରର ପେଟ କମିବାରେ ଲାଗିଲାନି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଆଜି ପର୍ଯ୍ୟନ୍ତ ନନ୍ଦ କିଶୋରଙ୍କ ନିଖୋଜ ଘଟଣା ରହସ୍ୟ ଘେରରେ ରହିଛି | ଆଉ ସେ ପଟେ ଦଶ ଦିନ ତଳେ ଅଜଗରର ପେଟ ଯେତିକି ଫୁଲି ଥିଲା ତ ଠୁ କମି ବାରେ ଲାଗିଲାନି | ଅର୍ଥାତ କୁହା ଯାଉଛି ଅଜଗର ଯାହାକୁ ଗିଳିଛି ତାହାକୁ ସେ ହଜମ କରିବାରେ ଲାଗିଛି | ଯାହା ଫଳରେ ଦଶ ଦିନ ତଳେ ତାହାର ପେଟ ଯେତିକି ଫୁଲି ଥିଲା ତାହା କମିବାରେ ଲାଗିଲାନି |
ଅଜଗର ଖାଇ ଥିବା ଖାଦ୍ୟ ସମ୍ପୂର୍ଣ ହଜମ ହେବାକୁ ବସି ଲାଣି | ତଥାପି ନନ୍ଦ ମଉସା ନିଖୋଜ ଅଛନ୍ତି | ଆଉ କୁହା ଯାଉଛି କି ଅଜଗରର ଖାଦ୍ୟ ହଜମ ହେଲା ପରେ ସେ ସେଠାରୁ ଚାଲିଯିବ କିନ୍ତୁ ବନ ବିଭାଗ ପକ୍ଷରୁ ନା କିଛି ସ୍କାନ ହେଲା ନା ଆଉ କିଛି ପଦକ୍ଷେପ ନିଆ ଗଲା | ଅଜଗର କାହାକୁ ଗିଳିଛି ତାହା ମଧ୍ୟ ସ୍ପଷ୍ଟ କରା ଗଲା ନାହିଁ |
ଏହି ଘଟଣାକୁ ନେଇ ନନ୍ଦ କିଶୋରଙ୍କ ପରିବାର ଗୋଟିଏ କଥା କହୁଥିଲା ବେଳେ ବନ ବିଭାଗ ଓ ପୋଲିସ ବିଭାଗ ଅନ୍ୟ ଏକ କଥା କହୁଛନ୍ତି |ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଉଭୟ ବନ ବିଭାଗ ଓ ପୋଲିସ ବିଭାଗ ଅଜଗରର ପେଟ ସ୍କାନ କରୁ ନାହାନ୍ତି ବା ନିଖୋଜ ହୋଇ ଥିବା ନନ୍ଦ କିଶୋରଙ୍କୁ ଖୋଜୁ ନାହାନ୍ତି | ଆଉ ସେପଟେ କଟକଣା ଅଂଚଳରେ ସ୍କାନ ହୋଇ ପାରିବ ନାହିଁ ବୋଲି ବନ ବିଭାଗ କହୁଛି | ଏଥି ନେଇ ନନ୍ଦ କିଶୋରଙ୍କ ପରିବାର କହୁଛନ୍ତି ଯେ ମଣିଷ ଯେ ମଣିଷ ଜୀବନ ଠାରୁ କଟକଣା କଣ ଏତେ ଗୁରୁତ୍ୱପୂର୍ଣ | ଦେଖା ଯାଉ ଏ ନେଇ କେବେ ବନ ବିଭାଗ ପକ୍ଷରୁ କଣ ପଦକ୍ଷେପ ନିଆ ଯାଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।