ସବୁ ସମୟ ଖବର ସାଥିରେ

New version ll ଅଜା ନାତୁଣୀ ଙ୍କ ପଣିକିଆ ଜ୍ଞାନ part :1 ll Sricharan & Pragnyashree , ମାତ୍ର 4 ଘଣ୍ଟାରେ 145k ଲୋକ ଦେଖି ସାରିଲେଣି …

0 10

ଗୀତରେ ଗୀତରେ ପିଲାଙ୍କୁ ଶିକ୍ଷା। ଏବେ ପିଲା ମାନେ ଗୀତରେ ଗୀତରେ ଶିକ୍ଷା ଗ୍ରହଣ କରିବେ। ହଁ ଆଜ୍ଞା ଚର୍ଚ୍ଚାରେ ଅଜା ନାତୁଣୀଙ୍କ ‘ପଣକିଆ ଜ୍ଞାନ ଗୀତ’। ଏବେ ପିଲା ମାନେ ଗୀତରେ ଗୀତରେ ଶିଖିବେ ପଣକିଆ। ବର୍ତ୍ତମାନ ସମୟରେ କୁନି ପିଲା ମାନଙ୍କ ପାଇଁ ପଣକିଆ ଗୀତଟି ସାମ୍ନାକୁ ଆସିଛି। ଏହି ଭିଡିଓରେ ଆପଣ ୨ ରୁ ୯ କ ପର୍ଯ୍ୟନ୍ତ ପଣକିଆ କୁ ଗୀତରେ ଗୀତରେ ଶିଖି ପାରିବେ। ଏହି ଗୀତଟିକୁ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ଏବଂ କୁନି କଣ୍ଠଶିଳ୍ପୀ ପ୍ରଜ୍ଞାଶ୍ରୀ ଅତି ସୁନ୍ଦର୍ ଭାବେ ଗାଇ ଛନ୍ତି। ଏହି ଗୀତର ଲିରିକ୍ସ ଦେଇଛନ୍ତି ଦେବୁଡତ ଏବଂ ପ୍ରିୟଦର୍ଶିନୀ ନାୟକ। ଯାହା ଏବେ ସୋସିଆଲ ମିଡିଆ ରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ତେବେ ଆପଣ ମାନେ ଜାଣି ଥିବେ କି ଗଣିତ ଗୁଣନ ଓ ହିସାବ ମୁଖସ୍ଥ କରିବାର ଏକ ଓଡ଼ିଆ ଗାଣିତିକ ହିସାବ ପ୍ରଣାଳୀ। ଯାହା ପ୍ରତି ବିଦ୍ୟାଳୟ ରେ ପିଲା ମାନଙ୍କୁ ଶିକ୍ଷା ଦିଆ ଯାଇ ଥାଏ। ଗୁଣନକୁ ମନେ ରଖିବା ପାଇଁ ପିଲା ମାନଙ୍କୁ ପ୍ରାଥମିକ ସ୍ତରରେ ପଣକିଆ ଶିକ୍ଷା ଦିଆ ଯାଇ ଥାଏ। ତେବେ ପଣିକିଆ ଏକ ମୁଖସ୍ଥ ପ୍ରକ୍ରିୟା ଏହାକୁ ମୁଖସ୍ଥ କରି ମନେ ରଖିବାକୁ ପଡ଼ିଥାଏ।

କିନ୍ତୁ ସମସ୍ତଂକ ପକ୍ଷେ ପଣିକିଆ ମୁଖସ୍ଥ କରିବା ସମ୍ଭବ ହୋଇ ପାରି ନ ଥାଏ ସେଥି ପାଇଁ ପିଲାଙ୍କୁ ସୁହାଇଲା ପରି ପ୍ରଣାଳୀ ଅବଲମ୍ବନ କରା ଯାଇ ପିଲା ମାନଙ୍କୁ ଶିକ୍ଷା ଦିଆ ଯାଉଛି।ତେବେ ବର୍ତ୍ତମାନ ସମୟରେ ପିଲା ମାନଙ୍କୁ ନାଚ ଗୀତ ମାଧ୍ୟମରେ ଶିକ୍ଷା ଦିଆ ଯାଇଛି।ନାଚ ଗୀତ କରି ପିଲାମାନଙ୍କୁ ପାଠ ପଢାଇବା ଦ୍ୱାରା ପିଲାଙ୍କର ବି ପାଠ ପଢା ପ୍ରତି ଆଗ୍ରହ ବଢି ଥାଏ। ସେଥିପାଇଁ ଭିନ୍ନ ଉପାୟ ଅବଲମ୍ୱନ କରି ପିଲାଙ୍କୁ ଶିକ୍ଷା ଦିଆ ଯାଉଛି।

ତେବେ ବର୍ତ୍ତମାନ ସମୟରେ ଏହି ପଣିକିଆ ଗୀତକୁ ନେଇ ଏକ ନୂଆ ପ୍ରୟାସ କାରା ଯାଇଛି। ଯାହା ସାଇ ପ୍ରଜ୍ଞା କ୍ରିଏସନ୍ ୟୁଟ୍ୟୁବ୍ ଚ୍ୟାନେଲ ରେ ଦେଖିବାକୁ ମିଳୁଛି। ତେବେ ଅଜା ନାତୁଣୀଙ୍କ ଏହି ‘ପଣକିଆ ଜ୍ଞାନ ଗୀତ’ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ପିଲାଙ୍କ ପାଇଁ ଏହି ନିଆରା ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି।

ଏହି ଭିଡ଼ିଓଟିକୁ ବର୍ତ୍ତମାନ ସୁଦ୍ଧା ପାଖା ପାଖି ୧୧ ଲକ୍ଷ ଦର୍ଶକ ଦେଖି ସାରି ଲେଣି। ଆଉ ଏହି ଗୀତକୁ ସମସ୍ତେ ପସନ୍ଦ ମଧ୍ୟ କରିଛନ୍ତି। ତେବେ ଆପଣ ମଧ୍ୟ ଏହି ଅଜା ନାତୁଣୀଙ୍କ ଏହି ‘ପଣକିଆ ଜ୍ଞାନ ଗୀତ’ ଟି ଦେଖନ୍ତୁ ଏବଂ ଆପଣଙ୍କ ପିଲା ମାନଙ୍କୁ ମଧ୍ୟ ଏହି ଗୀତ ମାଧ୍ୟମରେ ପଣକିଆ ଶିଖାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।