
ଏହି ଲକ୍ଷଣରୁ ଜାଣନ୍ତୁ ଶରୀରରେ କେଉଁ ଭିଟାମିନର ଅଭାବ ରହିଛି | Vitamin deficiency symptoms
ମଣିଷକୁ ଏକ ସୁସ୍ଥ ଜୀବନ ବଂଚିବାକୁ ହେଲେ ତାକୁ ପ୍ରତ୍ୟେକ ଖାଦ୍ୟ ଖାଇବାକୁ ପଡିଥାଏ କାରଣ ଆମ ଶରୀରରେ ପ୍ରତ୍ୟେକ ଭିଟାମିନର ଦରକାର ହୋଇଥାଏ | ବିଭିନ୍ନ ଭିଟାମିନ ସହିତ ମିନେରାଲସ, ଆଇରନ, କ୍ୟାଲସିୟମ ଇତ୍ୟାଦି ଆବଶ୍ୟକ ହୋଇ ଥାଏ |ଏହି ସବୁ ଆମ କୋଷର ଗଠନ ଓ ବୃଦ୍ଧିରେ ସହାୟକ ହୋଇଥାଏ |ଯୋଉଁଥି ପାଇଁ ଆମେ ଏକ ସୁସ୍ଥ ଜୀବନ ବଞ୍ଚିଥାଉ ଓ ଖୁସିରେ ରହିଥାଉ | ଏଥିପାଇଁ ଆମ ପ୍ରତ୍ୟେକ ଦିନ ସୁଷମ ଖାଦ୍ୟର ଆବଶ୍ୟକ ରହିଥାଏ |
ଆମେ ଆମ ଖାଦ୍ୟରେ ବିଶେଷ କରି ଶ୍ୱେତସାର, ପୃଷ୍ଟିସାର, ସ୍ନେହସାର, ଧାତୁସାର ଓ ଖଣିଜ ଲବଣର ଖାଇଥାଉ ଏବଂ ଏହି ସବୁ ଖାଦ୍ୟ ଆମ ଶରୀର ପାଇଁ ନିହାତି ଜରୁରୀ |ଆଉ ଆମ ଶରୀରରେ ବିଭିନ୍ନ ପ୍ରକାରର ଖାଦ୍ୟର ଅଭାବ ଯୋଗୁଁ ବିଭିନ୍ନ ପ୍ରକାରର ରୋଗ ର ଲକ୍ଷଣ ମାନ ଦେଖା ଦେଇଥାଏ |ତାହେଲେ ଆସନ୍ତୁ ଆଜି ଆମେ ମାନେ ଜାଣିବା କେଉଁ ଭିଟାମିନ ଅଭାବ ହେଲେ ଆମକୁ କେଉଁ ସମସ୍ୟା ହେଇଥାଏ ଓ କେଉଁ ଖାଦ୍ୟ ଖାଇଲେ ଆମ ଶରୀରରେ ସମସ୍ତ ପ୍ରକାରର ଭିଟାମିନକୁ ଭରଣ କରିପାରିବା ସେ ବିଷୟରେ ଜାଣିବା |ଭିଟାମିନ ଅଭାବର ବିଭିନ୍ନ ଲକ୍ଷଣ ଗୁଡିକ ହେଲା :-1.ଚୁଟି ଝଡିବା
2. ଚର୍ମ ଓ ଓଠ ଶୁଖିଲା ଦେଖା ଯିବା ଓ ଓଠ ଫାଟିବା
3.ନିଦ ନ ଆସିବା
4.ଦାନ୍ତ ମାଢିରୁ ରକ୍ତ ବାହାରିବା
5.ପାଦର ମାଂସ ପେଶୀ ଟାଣିବା ଓ ଯନ୍ତ୍ରଣା ହେବା6.ଓଜନ ହ୍ରାସ ହେବାରାତି ରେ ନିନ୍ଦ ନ ହେବାର କାରଣ ହେଉଛି ଆପଣଙ୍କ ଶରୀରରେ ପୋଟାସିୟମ ର ଅଭାବ ଦେଖା ହେଲେ ଆପଣଙ୍କର ନିନ୍ଦ ହେଇନଥାଏ |ଏହାକୁ ଦୂର କରିବା ପାଇଁ ଆପଣ ପ୍ରତିଦିନ କଦଳୀ, ସେଓ, ପୋଇଡ ପାଣି, ତରଭୁଜ, ଇତ୍ୟାଦି ଖାଇବା ନିହାତି ଆବଶ୍ୟକ ହୋଇଥାଏ |ଅତ୍ୟଧିକ ପରିମାଣ ରେ ମିଠା ଖାଇବାକୁ ଇଚ୍ଛା କରିବା ତାହାଲେ ଆପଣ ଜାଣିନେବେ ଯେ ଆପଣଙ୍କ ଶରୀର ରେ ଗ୍ଲୋକୋଜ ଅଭାବ ଦେଖା ଦେଇଛି ଏହାକୁ ଦୂର କରିବା ପାଇଁ ଫଳ ଓ ମହୁ ଖାନ୍ତୁ ଏଥିରେ ପ୍ରଚୁର ପରିମାଣ ରେ ଗ୍ଲୁକୋଜ ଥାଏ |
ଚର୍ମ ଓ ଓଠ ଶୁଖିଲା ଦେଖା ଯିବା ଏହା ଆପଣଙ୍କ ଶରୀର ର ଭିଟାମିନ E ଅଭାବ ପାଇଁ ଦେଖାଯାଇଥାଏ | ଏହି ଭିଟାମିନ ର ଭରଣା ପାଇଁ ଆପଣ ପାଳଙ୍ଗ ଶାଗ ଓ ବାଦାମ ପ୍ରତି ଦିନ ଖାନ୍ତୁ | ଓଠ ଫାଟିବା, ଶରୀର ର ଲୌହ, ଜିଙ୍କ, ଓ ଭିଟାମିନ B12 ର ର ଅଭାବ ଯୋଗୁଁ ଓଠ ଫାଟିବା ପରି ସମସ୍ୟା ଦେଖା ଯାଇଥାଏ | ଏହାର ଭରଣ ପାଇଁ ଆପଣ ପ୍ରତିଦିନ ସିମଲା ଲଙ୍କା, ବନ୍ଧା କବି, ଚିନା ବାଦମ୍, ଓ ବିଭିନ୍ନ ପ୍ରକାର ର ପନିପରିବା ଖାନ୍ତୁ |
ଯଦି ଆପଣଙ୍କୁ ଥଣ୍ଡା ଖାଇବାକୁ ଇଚ୍ଛା ହୁଏ ତାହେଲେ ଆପଣଙ୍କର ଲୌହ ପରିମାଣ କମିଛି | ଏହାର ଭରଣ ପାଇଁ ଆପଣ ପ୍ରତିଦିନ କିସମିସ, ମୁଗ ଓ ଚଣା ଖାନ୍ତୁ, ଏଥିରେ ପ୍ରଚୁର ପରିମାଣ ରେ ଲୌହ ର ପରିମାଣ ରହିଛି |ମାଢିରୁ ରକ୍ତ ବାହାରିଲେ ଭିଟାମିନ ସିର ଅଭାବ ହୋଇଥାଏ | ଏଥିପାଇଁ ଲେମ୍ବୁ ଜାତୀୟ ଖାଦ୍ୟ ଓ କଞ୍ଚାଲଙ୍କା ଖାନ୍ତୁ |କ୍ୟାଲସିୟମ ଅଭାବ ହେଲେ ପାଦର ମାଂସପେଶୀ ଟାଣି ହୋଇଥାଏ ସେଥିପାଇଁ କଦଳୀ, ବାଦାମ ଓ ଫଳ ସେବନ କରନ୍ତୁ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।