
Health tips -ଏହି ଲକ୍ଷଣ ଦ୍ୱାରା ଜାଣନ୍ତୁ ଶରୀରରେ କେଉଁ ଭିଟାମିନର ଅଭାବ ରହିଛି | Vitamin deficiency symptoms
ମଣିଷ ଶରୀରକୁ ସବୁ ପ୍ରକାର ଭିଟାମିନ ଓ ମିନେରାଲସ୍ ର ଆବଶ୍ୟକ ରହିଥାଏ। ଭିଟାମିନ ରାସାୟନିକ ରୂପେ କାର୍ବୋନିକ୍ ଯୌଗିକ ହୋଇଥାଏ। ସେହି ଯୌଗିକକୁ ଭିଟାମିନ କୁହା ଯାଇଥାଏ। ସେହି ଭିଟାମିନ ମଣିଷ ଶରୀରରେ ପର୍ଯ୍ୟାପ୍ତ ପରିମାଣ ସ୍ଵଂୟ ଉତ୍ପନ୍ନ ହୋଇ ନଥାଏ। ବରଂ ଏହାକୁ ଭୋଜନ ରୂପେ ନେବାକୁ ପଡ଼ିଥାଏ। ତେବେ ଯଦି ଆମ ଶରୀରରେ ଭିଟାମିନର ଅଭାବ ଦେଖା ଯାଏ ତେବେ ଶରୀର ରୋଗାକ୍ରାନ୍ତ ହୋଇଯାଏ। ତେବେ ଆଜି ଆମେ ଜାଣିବା ଭିଟାମିନ A,B ଏବଂ C ଅଭାବ ହେଲେ କେଉଁ ଲକ୍ଷଣ ଓ ରୋଗ ଦେଖା ଯାଇଥାଏ ଏବଂ କଣ କଣ ଖାଇବା ଦ୍ବାରା ଏହିସବୁ ଭିଟାମିନ ଆମ ଶରୀରରେ ଉତ୍ପନ୍ନ ହୋଇ ପାରିବ।
୧.ଭିଟାମିନ A:-ଭିଟାମିନ A ଅଭାବ ଜନିତ ଲକ୍ଷଣ:-ଭିଟାମିନ A ଅଭାବ ହେଲେ ଓଠ ଫାଟିବା, ଥକା ଅନୁଭବ ହେବା, ମୂତ୍ରାଶୟରେ ସଂକ୍ରମଣ, ଖଣ୍ଡିଆ ଖାବରା ଜଲଦି ନ ଶୁଖିବା, ପିଲାର ଶାରିରୀକ ବିକାଶ ନହେବା,ଶ୍ୱାସ ନଳୀର ଉପର ଆଉ ତଳ ଅଂଶରେ ସଂକ୍ରମଣ ହେବା ଏବଂ ଦୃଷ୍ଟିଶକ୍ତି କମିଯିବା ଭଳି ଲକ୍ଷଣ ଦେଖା ଯାଇଥାଏ।ଭିଟାମିନ A ଅଭାବ ଜନିତ ରୋଗ:-ଅନ୍ଧପଣ, ଶ୍ୱାସ ପ୍ରଣାଳୀରେ ସଂକ୍ରମଣ,ଇମ୍ୟୁନିଟି ଦୁର୍ବଳ, ଏନେମିଆ ଏବଂ ମୂତ୍ରନଳୀରେ ସଂକ୍ରମଣ ଆଦି ରୋଗ ଦେଖା ଯାଇଥାଏ।କେଉଁ ଖାଦ୍ୟରୁ ଭିଟାମିନ A ମିଳିଥାଏ।:-କର୍ଡଲିଭର୍ ଅଏଲ, ଅଣ୍ଡା, ସବୁଜ ପନିପରିବା, କମଳା ଗାଜର ଏବଂ ଫଳ ଆଦିରୁ ମିଳିଥାଏ।
୨. ଭିଟାମିନ B:-ଭିଟାମିନ B ଅଭାବ ଜନିତ ଲକ୍ଷଣ:-ଭିଟାମିନ B ଅଭାବ ହେଲେ ଚିଡଚିଡା ଲାଗିବା, ଓଜନ ହ୍ରାସ ହେବା, ହାଲିଆ ହେବା, ଗୋଡ଼ ହାତ ଝିମ୍ ଝିମ୍ ହେବା, ଭୋକ କମ ଲାଗିବା, ହଜମ ଠିକ୍ ନହେବା ଆଦି ଲକ୍ଷଣ ପ୍ରକାଶ ପାଇଥାଏ।ଭିଟାମିନ B ଅଭାବ ଜନିତ ରୋଗ:-ଭିଟାମିନ B ଅଭାବରୁ ବେରିବେରି, କଳଖିଆ, ପାଟି ଘା ଆଦି ରୋଗ ହୋଇଥାଏ ।କେଉଁ ଖାଦ୍ୟରୁ ଭିଟାମିନ B ମିଳିଥାଏ:-କମଳା, କ୍ଷୀର, ଯଅ, ଛୁଇଁ, ମଟର, ଶିମ୍ବ, ପୋଇଶାଗ ଇତ୍ୟାଦିରୁ ମିଳିଥାଏ।
୩.ଭିଟାମିନ C:-ଭିଟାମିନ C ଅଭାବ ଜନିତ ଲକ୍ଷଣ:-କ୍ଷତ ସ୍ଥାନ ନ ଶୁଖିବା,ଦାନ୍ତ ଓ ନାକରୁ ରକ୍ତ ସ୍ରାବ ହେବା,ଓଜନ ବୃଦ୍ଧି ହେବା, ତ୍ୱଚା ଶୁଷ୍କ ଓ କୁଞ୍ଚିତ ହେବା ଆଡି ଲକ୍ଷଣ ଦେଖା ଯାଇଥାଏ।ଭିଟାମିନ C ଅଭାବ ଜନିତ ରୋଗ:-ଆବଶ୍ୟକ ମାତ୍ରାରେ ଭିଟାମିନ୍ ‘ସି’ ଶରୀରକୁ କୌଣସି କାରଣରୁ ନଯାଇପାରିଲେ ସ୍କର୍ଭି ରୋଗ ହୋଇଥାଏ ।
କେଉଁ ଖାଦ୍ୟରୁ ଭିଟାମିନ C ମିଳିଥାଏ:-ଅଁଳା, ଲେମ୍ବୁ, ଖରବୁଜ, ଆମ୍ବ, କରମଙ୍ଗା, କଞ୍ଚାଲଙ୍କା, ଫୁଲକୋବି, ବ୍ରୋକଲି, ପାଳଙ୍ଗ ଶାଗ, ବନ୍ଧାକୋବି ଆଦିରେ ଭିଟାମିନ C ମିଳିଥାଏ, ବିଶେଷ କରି ଖଟାଜାତୀୟ ଫଳଗୁଡ଼ିକରେ ଭିଟାମିନ କ ପ୍ରଚୁର ପରିମାଣରେ ଥାଏ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।