
ରାତାରାତି ପୁଷ୍ପା ବୁଢ଼ୀ ମାଉସୀ ଙ୍କୁ କୋଟିପତି କରିଦେଲା ୫୨ କିଲୋ ର ମାଛ ,ଜାଣିଲେ ଆବାକ ହୋଇ ରହିଯିବେ……How is it possible ?
କୁହା ଯାଇଥାଏ କି ଯେତେ ବେଳେ ଭାଗ୍ୟ ସାଥ ଦେଇଥାଏ ସେତେବେଳେ ନିମିଷକେ ମଧ୍ୟରେ ଆମ୍ ଭାଗ୍ୟ ବଦଳି ଯାଇଥାଏ । ଆମେ ବେଳେ ବେଳେ ଯେତେ ପରିଶ୍ରମ କଲେ ମଧ୍ୟ ଯେଉଁ ଜିନିଷକୁ ହାସଲ କରି ପାରି ନଥାଉ ବେଳେ ବେଳେ ତାହା ବିନା ପରିଶ୍ରମରେ ମଧ୍ୟ ପାଇ ପାରି ଥାଉ। ଭାଗ୍ୟ ସାଥ ଦେଲେ ଅସମ୍ଭବ କାର୍ଯ୍ୟବି ସମ୍ଭବ ହୋଇ ପାରେ। ଏକଥା ମଧ୍ୟ କୁହା ଯାଇଥାଏ ଯେ ଭଗବାନ୍ ଯାହାକୁ ଯେତେବେଳେ ଦିଅନ୍ତି ଛପର ଫାଡ କରି ଦେଇ ଥାନ୍ତି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଆମ ସମ୍ନାକୁ ଆସିଛି। ଯାହା ଜାଣିଲେ ହୁଏତ ଆପଣ ସହଜରେ ବିଶ୍ଵାସ କରି ପାରିବେ ନାହିଁ।
ହଁ ଆଜ୍ଞା ବର୍ତ୍ତମାନ ସମୟରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ଏକ ଗରୀବ ବୁଢୀ ମାଉସୀଙ୍କର। ଯେଉଁ ବୁଢ଼ୀ ମାଉସୀ ଜଣକ ଗରିବରୁ ଲକ୍ଷପତି ପାଲଟି ଯାଇଛନ୍ତି। କଥାଟି ହୁଏତ ବିଶ୍ଵାସ ନ ହୋଇପାରେ କିନ୍ତୁ କାଠଟି ସମ୍ପୂର୍ଣ୍ଣ ସତ। ଜଣେ ବୁଢ଼ୀ ମାଉସୀ ହୋଇ ଯାଇଛନ୍ତି ଲକ୍ଷ ପତି ଆଉ ତାଙ୍କ ଲକ୍ଷପତି ହେବା ପଛରେ ରହିଛି ଗୋଟିଏ ମାଛ। ଏହି ମାଛଟି ଏହି ବୁଢ଼ୀ ମାଉସୀଙ୍କର ଜୀବନକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛି। ଏହି ମାଛ ବଦଳରେ ବୁଢ଼ୀ ମାଉସୀ ପାଇ ପାରିଛନ୍ତି ଲକ୍ଷ ଲକ୍ଷ ଟଙ୍କା।
ଏହି ବୁଦ୍ଧ ମହିଳାଙ୍କ ନାମ ପୁଷ୍ପା। ସେ ପଶ୍ଚିମବଙ୍ଗର ଦକ୍ଷିଣ ସାଗର ଦ୍ଵୀପର ଚପ୍ତପୁତି ଡୁବୀ ଗାଁରେ ରୁହନ୍ତି। ତେବେ ଏହି ବୃଦ୍ଧ ମହିଳା ଜଣକ ପ୍ରତ୍ୟେକ ଦିନ ମାଛ ଧରି ବଜାରରେ ବିକ୍ରି କରି ଜୀବିକା ନିର୍ବାହ କରନ୍ତି। ତେବେ ସେ ଗତ ମଙ୍ଗଳ ବାର ଦିନ ସମୁଦ୍ରରେ ମାଛ ଧରୁଥିବା ସମୟରେ ତାଙ୍କ ଜାଲରେ ଏକ ବଡ ମାଛ ପଡ଼ିଥିଲା ଯାହାର ଓଜନ ରହିଥିଲା ପାଖ ପାଖି ୫୨ କେଜି।ବୃଦ୍ଧ ମହିଳା ପୁଷ୍ପା ଏହି ମାଛକୁ ଏତେ ବଡ ମାଛ ତାଙ୍କ ଜୀବନରେ କେବେ ଦେଖି ନଥିଲେ ବୋଲି କହିଥିଲେ।
ଆଉ ସେ ଖୁବ୍ ଖୁସି ହୋଇ ଯାଇ ଥିଲେ। ଏତେବଡ ମାଛ ବାବଦରେ ଗ୍ରାମବାସୀ ଜାଣିବା ପରେ ପୁଷ୍ପା ମାଉସୀଙ୍କୁ କହିଥିଲେ କି ଏହି ମାଛର ବଜାର ମୂଲ୍ୟ ଖୁବ୍ ଅଧିକ ରହିଛି ଆଉ ଏତେବଡ ମାଛକୁ ବଜାରକୁ ନେବାକୁ ବୁଢ଼ୀ ମାଉସୀଙ୍କୁ ସାହାଯ୍ୟ କରିଥିଲେ। ଏହାପରେ ପୁଷ୍ପା ମାଉସୀ ଏହି ମାଛଟିକୁ ୩ ଲକ୍ଷ ଦାମରେ ବିକ୍ରି କରିଥିଲେ।
ତେବେ ପୁଷ୍ପା ମାଉସୀ ତାଙ୍କ ଜୀବନରେ ଏତେ ଟଙ୍କା କେବେ ଦେଖି ନଥିଲେ ବୋଳି କହିଛନ୍ତି। ବଜାରରେ ଏହି ମାଛକୁ କିଲୋ ପ୍ରତି ୬୨୦୦ ଟଙ୍କାରେ ବିକ୍ରି କରି ଏହି ମାଉସୀ ମୋଟ ତିନି ଲକ୍ଷ ଟଙ୍କା ରୋଜଗାର କରି ପାରିଥିଲେ। ଏହି ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଲାଗି ରହିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।