ସବୁ ସମୟ ଖବର ସାଥିରେ

Interesting Gk Questions – ମୁଁ ଗୋଟେ ଝିଅକୁ ପଚାରିଲି ତୁମର ନାମ କଣ ? ସେ କହିଲା 1717 ତାହାର ନାମ କଣ ଥିଲା…ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ

0 34

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ମଜାଦାର ପ୍ରଶ୍ନ ଓ ଏହାର ଉତ୍ତର। ଏପରି ପ୍ରଶ୍ନ ଆପଣ କେଉଁ ନା କେଉଁ ପରୀକ୍ଷାରେ ପାଇ ପାରନ୍ତି। ତେବେ ଆସନ୍ତୁ ଜାଣିବା କଣ ରହିଛି ଆଜିର ପ୍ରଶ୍ନ ଓ ତାହାର ଉତ୍ତର କଣ ରହିଛି।
ପ୍ରଶ୍ନ ୧.ତାହା କଣ ଯାହା କେବେ ବଡ ଓ କେବେ ସାନ ହୋଇଥାଏ ଏବଂ ମାସରେ ଥରେ ଦେଖା ବି ଯାଏ ନାହିଁ?

ଉତ୍ତର:- ଏହାର ଉତ୍ତର ହେଉଛି ଚନ୍ଦ୍ର।

ପ୍ରଶ୍ନ ୨.ଗୋଟିଏ ଗୁମ୍ଫା ରେ ଦୁଇ ବାଟ ଗୁମ୍ଫା ରେ ଲାଗେନି କେବେ କବାଟ ସେଇଟା କଣ କୁହନ୍ତୁ?
ଉତ୍ତର:- ଏହାର ଉତ୍ତର ହେଉଛି ନାକ।

ପ୍ରଶ୍ନ ୩.ଖାଇବାକୁ ଦେଲେ ବଞ୍ଚେ ପିଇବା ପାଇଁ ଦେଲେ ମରି ଯାଏ ସିଏ କଣ?
ଉତ୍ତର:- ଏହାର ଉତ୍ତର ହେଉଛି ନିଆଁ।

ପ୍ରଶ୍ନ ୪.ରାମୁ ୧୦୦ ଟଙ୍କା ନେଇ ଦୋକାନକୁ ଗଲା ଦୋକାନ ରୁ ୭୫ ଟଙ୍କାର ଜିନିଷ କିଣିଲା। ଦୋକାନୀ ରାମୁ ପାଖରୁ ଟଙ୍କା ନେଇ ୫ ଟଙ୍କା ଫେରାଇଲା ତେବେ କୁହନ୍ତୁ କେମିତି ଓ କାହିଁକି ?

ଉତ୍ତର:- ରାମୁ ଦୋକାନକୁ ୧୦୦ ଟଙ୍କା ନେଇ ଯାଇଥିଲା। କିନ୍ତୁ ଦୋକାନୀକୁ ସେ ୮୦ ଟଙ୍କା ଦେଇଥିଲା ତେଣୁ ଦୋକାନୀ ଜିନିଷର ଦାମ ବାବଦକୁ ୭୫ ଟଙ୍କା ନେଇ ରାମୁକୁ ୫ ଟଙ୍କା ଫେରାଇ ଦେଲା।

ପ୍ରଶ୍ନ ୫.ଏମିତି କେଉଁ ଜିନିଷ ଯାହା ଜଣେ ଅନ୍ୟର ନେଇ ଯିବ ହେଲେ ନିଜର କେବେ ଦେବନି?
ଉତ୍ତର:- ଏହାର ଉତ୍ତର ହେଉଛି ଜୀବନ।
ପ୍ରଶ୍ନ ୬.ତାଟିଆ ଭିତରେ ତାଟିଆ ଅଛି ତାଟିଆ ଭିତରେ ଅମୃତ ମା ପେଟରେ ଝିଅଟି ଗୋରୀ କହ ଇଏ କି ଗଣିତ?
ଉତ୍ତର:- ଏହାର ଉତ୍ତର ହେଉଛି ନଡ଼ିଆ।

ପ୍ରଶ୍ନ ୭.ଏହା କେଉଁ ଜିନିଷ ଯାହାକୁ ଧୋଇଲାପରେ ମଇଳା ହେଇଯାଇଥାଏ?

ଉତ୍ତର:- ଏହାର ଉତ୍ତର ହେଉଛି ପାଣି।
ପ୍ରଶ୍ନ ୮.ନା କେବେ ସେ ରୁଷେ ନା କେବେ ସେ ଝଗଡ଼ା କରେ ତଥାପି ସେ ମାଡ ଖାଏ ସେ କିଏ?

ଉତ୍ତର:- ଏହାର ଉତ୍ତର ହେଉଛି ଢୋଲ

ପ୍ରଶ୍ନ ୯.ମୁଁ ଜଣେ ମଣିଷକୁ ଦୁଇ ଜଣ କରାଇ ଥାଏ ମୁଁ କିଏ?

ଉତ୍ତର:- ଏହାର ଉତ୍ତର ହେଉଛି ଆଇନା।

ପ୍ରଶ୍ନ ୧୦. ଗୋଟିଏ ଝିଅକୁ ପଚାରିଲି “ତୁମ ର ନାମ କଣ?”, ସେହି ଝିଅଟି କହିଲା :-1717 ତେବେ ସେହି ଝିଅଟିର ନାମ କଣ ଥିଲା କୁହନ୍ତୁ?

ଉତ୍ତର:- ତେବେ ଏହି ଝିଅଟିର ନାମ ହେଉଛି ଲିଲି। କାରଣ 1717 କୁ ଯଦି ଆପଣ କାଗଜରେ ଲେଖି ଓଲଟାଇ ଦେବେ ତେବେ ତାହା L-I-L-I ଲିଲି ହୋଇ ଯିବ। ତେଣୁ ଝିଅଟି ତାର ନା ଲିଲି ବୋଲି କହିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।