ସବୁ ସମୟ ଖବର ସାଥିରେ

ଦୂବଘାସର ଚମତ୍କାରୀ ଏବଂ ଆଧ୍ୟାତ୍ମିକ ଗୁଣ ଜାଣନ୍ତୁ …

0 6

ବୃକ୍ଷଲତା ବିନା ପ୍ରାଣୀ ଜଗତ ତିଷ୍ଠି ରହିବା ଅସମ୍ଭବ। ବୃକ୍ଷ ଆମର ସବୁଠାରୁ ଉପକାରୀ ବନ୍ଧୁ। ଏକ ସସୁସ୍ଥ ପରିବେଶ ଗଠନ ନିମନ୍ତେ ବୃକ୍ଷଲତାର ଆବଶ୍ୟକତାକୁ ଏଡାଇ ଦିଆ ଯାଇ ନପାରେ। ବୃକ୍ଷଲତା ଜୀବଜଗତ ପାଇଁ ଏକ ବରଦାନ ସଦୃଶ। ମାନବ ଜଗତ ପାଇଁ ବୃକ୍ଷଲତାର ଯେଉଁ ଅବଦାନ ରହିଛି ତାହା ଅତୁଳନୀୟ। ତେବେ ବୃକ୍ଷଲତାଙ୍କ ମଧ୍ୟରେ ଏମିତି କିଛି ବୃକ୍ଷ ରହିଛି ଯେଉଁ ମାନଙ୍କ ଚମତ୍କାରୀ ଗୁଣ ସମ୍ପର୍କରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ। ଆଜି ଆମେ ଆପଣଙ୍କୁ ଦୂବ ଗଛର ଚମତ୍କାରୀ ଏବଂ ଆଧ୍ୟାତ୍ମିକ ଗୁଣ କଣ ରହିଛି ତାହା ବାବଦରେ ଜଣାଇବୁ।
୧. ଶନିବାର ଓ ରବିବାର ଦିନ ଦ୍ୱିପ୍ରହର ଦିନ ଶେତ୍ଵ ଦୂବକୁ ଆଣି ଅଣ୍ଟାରେ ଧାରଣ କଲେ ସବୁ ସ୍ଥାନରେ ଯଶ ମିଳିଥାଏ।
୨.ଶନିବାର ଓ ରବିବାର ଦିନ ଦ୍ୱିପ୍ରହର ଦିନ ଶେତ୍ଵ ଦୂବକୁ ଆଣି ଶୁଖାଇ ଗୁଣ୍ଡ କରାନ୍ତୁ। ଏହି ଗୁଣ୍ଡରୁ ଅଳ୍ପ ନେଇ ପାନ ରସ ସହ ମିଶାଇ ଜ୍ଵର ହେଉଥିବା ବ୍ୟକ୍ତିଙ୍କୁ ଶନିବାର କିମ୍ବା ରବିବାର ଦିନ ସକାଳେ ଖୁଆଇଲେ ଜ୍ଵର ଭଲ ହୋଇ ଯାଇଥାଏ।୩. ମଙ୍ଗଳବାର ଦିନ ଶେତ୍ଵ ଦୂବକୁ ସଂଗ୍ରହ କରି ଓମ୍ ଅମୃତ ପ୍ରସାବିନି ଅମୁକ୍ ନାମ ରୋଗୀର ନାମ କହିବେ ଏହି ମନ୍ତ୍ର ଆପଣ ସର୍ବରୋଗ ନାସମ୍ କୁରଃକୁରଃ କୁ ନଅ ଥର ପଢି ନଅ ଥର ଫୁଙ୍କି ଆପଣ ରୋଗୀକୁ ଝାଡି ଦେଲେ ରୋଗୀର ସମସ୍ତ ରୋଗ ଭଲ ହୋଇ ଯାଇଥାଏ।
୪. ପୋଷ୍ୟ ନକ୍ଷତ୍ର ଶନି କିମ୍ବା ରବିବାର ଦିନ ସକାଳୁ ଗୁପ୍ତରେ ଶେତ୍ଵ ଦୂବକୁ ସଂଗ୍ରହ କରି ୨୧ ଖିଅ ଲାଲ ସୂତାରେ ଶିଶୁର ଗଳାରେ ପିନ୍ଧାଇ ଦେଲେ ଶିଶୁର ପିହୁଳା ଭଲ ହୋଇଥାଏ।
୫. ସାତକେରା ଦୂବ ସଂଗ୍ରହ କରି ଲାଲ୍ ସୂତା ଦ୍ଵାରା ପିଲାଙ୍କ ଡାହାଣ ହାତରେ ବାନ୍ଧିଲେ ବାରମ୍ବାର ଚମକିବା ମଧ୍ୟ ଦୂର ହୋଇଥାଏ।
୬. ଶନିବାର କିମ୍ବା ରବିବାର ଦିନ ଅଧୁଆ ମୁହଁରେ ଦୂବ ସଂଗ୍ରହ କରି ଅରୁଆ ଚାଉଳରେ ଏହି ଦୂବକୁ ବାଟି ପିଠା କରି ୨୧ ଦିନ ଖାଇବା ଦ୍ବାରା କୁଆଁରୀ ଝିଅ ରଜ୍ଵସ୍ଵଳା ହୋଇଥାଏ।

୭. ସାତ କେରା ଦୂବ ଧରି ପିଲାଙ୍କୁ ଦୁର୍ଗାଙ୍କ ନାମରେ ଝାଡି ଦେଲେ ଦୃଷ୍ଟି ନଜର ଆଦି ଦୂର ହୋଇଥାଏ।
୮. ସାତ କେରା ଦୂବ ଧରି ପାଡ଼ି ଜ୍ୱର ହେଉଥିବା ଲୋକଙ୍କୁ ଶିବଙ୍କ ନାମରେ ଝାଡି ଦେଲେ ରୋଗୀର ମୁଣ୍ଡ ଉପର ଦେଇ ଦୂବକୁ ଫୋପାଡି ଦେଲେ ପାଡି ଜ୍ଵର ଭଲ ହୋଇଥାଏ।
୯. ୨୧ କେରା ଦୂବକୁ ସଂଗ୍ରହ କରି ଦାଣ୍ଡ ବାଡି ଦ୍ଵାର ଉପରେ ଟାଙ୍ଗୀ ଦେଲେ ଭୂତପ୍ରେତ ଉପଦ୍ରବରୁ ଗୃହ ରକ୍ଷା ପାଇଥାଏ।
୧୦. ଶ୍ମଶାନରୁ ୭ଟି ଦୂବକୁ ଓପାଡ଼ି ଆଣି ବାହୁ କିମ୍ବା ଗଳାରେ ଧାରଣ କଲେ ଭୂତ ଜ୍ୱର ଭଲ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।