
Viral Video – ଆମ ପାଖକୁ ଆସି ଆମ ସହିତ ନାଚିକି ଗଲାଣି ଆମ ଭଉଣୀ ,ଏନେଇ ମହିଳା ଜଣଙ୍କ କଣ କହୁଛନ୍ତି ଶୁଣନ୍ତୁ ତାଙ୍କ ମୁହଁରୁ…
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ରେ ପହଁଚି ଛନ୍ତି। ନିଜ ମାଟିର ଅନେକ ସ୍ମୃତି ସାଉଁଟି ଛନ୍ତି ଏବଂ କିଛି ସ୍ମୃତିର ଛାପ ଛାଡି ଯାଇଛନ୍ତି।ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ଓଡ଼ିଶାର ଗର୍ବ ଓ ଗୌରବ। ଓଡିଆ ମାଟିର ମୟୂରଭଞ୍ଜ ଜିଲ୍ଲାର ସୁଯୋଗ୍ୟ ଝିଅ ହେଉଛନ୍ତି ଦ୍ରୌପଦୀ ମୁର୍ମୁ। ତେବେ ଆସନ୍ତୁ ଜାଣିବା ଦ୍ରୌପଦୀ ମୁର୍ମୁ ନିଜ ଅଞ୍ଚଳରେ ଛାଡି ଯାଇ କିଛି ସ୍ମୃତି।
ତେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ଅଞ୍ଚଳରେ ପହଁଚି ଛନ୍ତି। ସେଠାରେ ପହଁଚି ରାଷ୍ଟ୍ରପତି ଦ୍ରୌପଦୀ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଚଢାଇ ଛନ୍ତି। ତେବେ ନିଜ ଜାତି ଭଉଣୀ ମାନଙ୍କ ସହିତ ନାଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଯାହାକୁ ନେଇ ବେଶ୍ ଖୁସି ଅଛନ୍ତି ଅଞ୍ଚଳବାସୀ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପାଖରୁ ଦେଖି ସମସ୍ତେ ବେଶ୍ ଖୁସି ଥିବାର୍ ଦେଖିବାକୁ ମିଳିଛି।
ତେବେ ସେହି ଅଞ୍ଚଳର ଜଣେ ମହିଳା କହିଛନ୍ତି କି ସେମାନେ ତାଙ୍କ ଜୀବନରେ କେବେ ବି ରାଷ୍ଟ୍ରପତିଙ୍କୁ ଭେଟି ନଥିଲେ। ତାଙ୍କ ଜାତି ଭଉଣୀ ରାଷ୍ଟ୍ରପତି ହେବା ପରେ ସେମାନେ ପ୍ରଥମ ଥର ପାଇଁ ରାଷ୍ଟ୍ରପତିଙ୍କୁ ଭେଟିବାର ସୁଯୋଗ ପାଇଛନ୍ତି। ଯାହାକୁ ନେଇ ସେମାନେ ଖୁବ୍ ଖୁସି ଅଛନ୍ତି। ଦ୍ରୌପଦୀ ମୁର୍ମୁ ଗାଡ଼ିରୁ ବାହାରି ନିଜ ଜାତି ଭଉଣୀ ମାନଙ୍କ ସହ ମିଶିଛନ୍ତି କଥା ହୋଇଛନ୍ତି ଏବଂ ସେମାନଙ୍କ ସହିତ ମିଶି ନୃତ୍ୟ ମଧ୍ୟ କରିଛନ୍ତି ଯାହାକୁ ନେଇ ସମସ୍ତେ ଖୁସି ରହିଛନ୍ତି।ଅତି ପାଖରୁ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାର ଖୁସି ସମସ୍ତଂକ ମୁହଁରୁ ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି।
ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି କି ଆମ ଆଦିବାସୀ ଜାତିରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ସେଥିପାଇଁ ସେମାନେ ଖୁବ୍ ଖୁସି ଅଛନ୍ତି। ସେଥିପାଇଁ ସେମାନେ ଦ୍ରୌପଦୀ ମୁର୍ମୁଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇଛନ୍ତି। ପ୍ରଥମ ଥର ପାଇଁ ସେମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି ଆଉ ତାଙ୍କ ଯୋଗଦେଇ ତାଙ୍କୁ ସ୍ବାଗତ କରି ବହୁତ୍ ଖୁସି ଅଛନ୍ତି।
ତେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାସ୍ଥିତ ବାଇଦାପୋଷିଠାରେ ଏକ ସାନ୍ତାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଆଉ ବର୍ତ୍ତମାନ ସମୟରେ ସେ ଭାରତର ୧୫ତମ ରାଷ୍ଟ୍ରପତି। ତେବେ ସବୁଠାରୁ ବଡ କଥା ହେଉଛି କି ଦ୍ରୌପଦୀ ମୁର୍ମୁ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଆଉ ଯାହାଙ୍କୁ ନେଇ ଆଜି ସମସ୍ତେ ଗର୍ବି। ଆଉ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିବା ପରେ ପ୍ରଥମଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଅଞ୍ଚଳକୁ ଆସିଛନ୍ତି ଯାହାକୁ ନେଇ ସମସ୍ତଂକ ଓଠରେ ସ୍ମିତହାସ୍ୟ ଦେଖିବାକୁ ମିଳିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।