ସବୁ ସମୟ ଖବର ସାଥିରେ

ଏବେ ଏବେ Seriel ଜଗତରୁ ଆସିଲା ବଡ଼ ଦୁଃଖ ଖବର – ଆଉ ନାହାଁନ୍ତି ଏହି ଓଡ଼ିଆ Seriel ହିରୋ,ଅଚାନକ ଘଟିଲା ମୃତ୍ୟୁ….

0 21

ହୃଦଘାତ ନେଲା ପୁଣି ଜଣେ ଅଭିନେତାଙ୍କ ଜୀବନ। ଆଲବମ୍ ଅଭିନେତା ସତ୍ୟଜିତ ପୁରୋହିତଙ୍କର ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି। ଖୁବ କମ୍ ବୟସରେ ସେ ହୃଦଘାତ ରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୨ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ପୁର୍ବରୁ ସେ କିଛି ଅଜଣା ରୋଗରେ ପୀଡିତ ହୋଇ ଥିବାର ଜଣା ପଡିଥିଲା ଆଉ ପରେ ସେ ଚିକିତ୍ସା ହୋଇଥିଲେ ଆଉ ସ୍ୱାସ୍ଥ୍ୟ ଠିକ୍ ରହିଥିଲା।କିନ୍ତୁ ଏହାର କିଛି ଦିନ ପରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା।

ଯେଉଁଥି ପାଇଁ ପରିବାର ଲୋକେ ତାଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରିଥିଲେ।ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ଉନ୍ନତି ନଘଟିବାରୁ ଡ଼ାକ୍ତର ତାଙ୍କୁ ଅନ୍ୟତ୍ର ନେବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ତାଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜକୁ ନିଆ ଯାଉ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।ଡାକ୍ତରଖାନା ରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଡାକ୍ତର ସ୍ପଷ୍ଟ କରିଥିଲେ।ଆଉ ଏହା ପରେ ତାଙ୍କ ମର ଶରୀରକୁ କଣ୍ଟାବାଞ୍ଜିକୁ ଅଣା ଯାଇ ଥିବା ବେଳେ ଆଶ୍ରମପଡ଼ା ସ୍ଥିତ ଶ୍ମଶାନ ଘାଟରେ ଶେଷ କୃତ୍ୟ ସଂପନ୍ନ କରା ଯାଇଥିଲା।

ସତ୍ୟଜିତ ଅନେକ ଓଡ଼ିଆ, ସମ୍ବଲପୁରୀ, ନାଗପୁରୀ ଆଲବମରେ ଅଭିନୟ କରିଥିଲେ।ମେଗା ଧାରାବାହିକ ରେ ମଧ୍ୟ କାମ କରିଛନ୍ତି ଏହି ଅଭିନେତା ଜଣକ। ସାର୍ଥକ ଟିଭିର ମେଗା ଧାରାବାହିକ ‘ପରୀ’ ରେ ଅଭିନୟ କରିଥିଲେ ସତ୍ୟଜିତ। ତେବେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଆଶ୍ରମପଡ଼ା ଗାଁରେ ଅଭିନେତା ସତ୍ୟଜିତ ପୁରୋହିତ ଙ୍କ ଘର ହୋଇଥିବା ବେଳେ ସେ ଭୁବନେଶ୍ୱର ରେ ରହି ଆସୁଥିଲେ। କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା କାରଣରୁ ସେ କଣ୍ଟାବାଞ୍ଜିକୁ ଫେରି ଆସିଥିଲେ। ଆଉ ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅଧିକ ବିଗିଡ଼ି ଯାଇଥିଲା ଆଉ ଛାତିରେ ଯନ୍ତ୍ରଣା ହେବା କାରଣରୁ ହୃଦଘାତ ଜନିତ ମୃତ୍ୟୁ ଘଟିଛି।
ସତ୍ୟଜିତଙ୍କ ମୃତ୍ୟୁ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଏବଂ କଳା ଜଗତରେ ମଧ୍ୟ ଶୋକର ଛାୟା ଖେଳି ଯାଇଛି। ଖୁବ୍ କମ୍ ବୟସରେ ସେ ମୃତ୍ୟୁ ବରଣ କରିଛନ୍ତି। ମାତ୍ର ୩୨ ବର୍ଷ ବୟସରେ ସେ ମୃତ୍ୟୁ ବରଣ କରିଛନ୍ତି। ତେବେ ସତ୍ୟଜିତ ଅନେକ ଆଲବମରେ ଅଭିନୟ କରିଥିବା ବେଳେ ତାଙ୍କ ଦ୍ଵାରା ଅଭିନିତ ସମ୍ବଲପୁରୀ ଆଲବମ୍‌ ‘ଭୋଳା ପାଗଳ’ ହିଟ୍‌ ହୋଇଥିଲା। ଏହି ଆଲବମ୍‌ ପାଇଁ ସେ ଘରେ ଘରେ ପରିଚିତ ହୋଇ ପାରି ଥିଲେ। ମେଗା ଧାରାବାହିକ ‘ପରୀ’ ରେ ଅଭିନୟ କରି ମଧ୍ୟ ଖୁବ୍ ଲୋକପ୍ରିୟ ହୋଇ ପାରି ଥିଲେ ସତ୍ୟଜିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।