ସବୁ ସମୟ ଖବର ସାଥିରେ

ମୃତ୍ୟୁର ପଞ୍ଝା ସତରେ ଅଦ୍ଭୁତ ! ଜୀବନ ମୃତ୍ୟୁ ଭିତରେ 1 ସେକେଣ୍ଡ ..ଦେଖନ୍ତୁ ଦୃଶ୍ୟ କେମିତି ଯୁବକ ଜଣଙ୍କ ଚଳନ୍ତା ଟ୍ରେନ ଆଗରେ ଡେଇଁ ପଡ଼ୁଛନ୍ତି

0 56

ମଣିଷ ଯେତେବେଳେ ଜନ୍ମ ପାଇଛ ସେତେବେଳେ ତାର ମୃତ୍ୟୁ ମଧ୍ୟ ଅଛି, କିନ୍ତୁ ଯେପର୍ଯ୍ୟନ୍ତ ସମୟ ଶେଷ ନ ହୋଇଛି ସେପର୍ଯ୍ୟନ୍ତ ମରଣ ଯନ୍ତା ରେ ମଧ୍ୟ ଗୋଟେ ଲୋକ ମରି ପାରିବ ନାହିଁ | ଷ୍ଟେସନ ରେ ଟ୍ରେନ ପହଞ୍ଚିବାର ସାଇରନ ବାଜି ସାରିଛି ଆଉ କେତେଟା ସେକେଣ୍ଡ ରେ ଟ୍ରେନ ଟି ପ୍ରଖର ଗତି ରେ ମାଡ଼ି ଆସିବ | ବୁଖା ରାକ୍ଷସ ଭଳି ତାହାର ଏହି ଗତି ସାମ୍ନାରେ ଯିଏ ବି ଆସିବ ସେ ଜୀବନ ଧରି ବଞ୍ଚିବା ଗୋଟେ ପ୍ରକାର ର ଅସମ୍ଭବ |

କିନ୍ତୁ ଯଦି ଜଣଙ୍କର ସମୟ ସରିନି ତାହେଲେ ଏହି ଲୌହ ଦାନଵ ର ମରଣ ପଞ୍ଝା ରେ ବି ଜୀବନ ଯିବ ନାହିଁ | ସେଭଳି ଭାବେ ମୃତ୍ୟୁ ର କରାଳ ମୁହଁ ରୁ ଏକ ଯୁବକ ଫେରିଛନ୍ତି, ସିସି ଟିଭି ରେ କଏଦ ହୋଇ ଥିବା ଏହି ଦୃଶ୍ୟ ଟି ବର୍ତ୍ତମାନ ସମୟରେ ଖୁବ ଚାଞ୍ଚଲ୍ୟ ସୃଷ୍ଟି କରିଛି ଆଉ ଆପଣ ମାନେ ମଧ୍ୟ ଦେଖିଲେ ଭୟଭୀତ ହୋଇ ଯିବେ |


ରେଲୁ୍ୱେ ଷ୍ଟେସନ ରେ ସବୁ କିଛି ସ୍ୱଭାବିକ, ମାତ୍ର ଦୁଇ ମିନିଟ ରେ କିଛି ଏଭଳି ଘଟଣା ଘଟି ଯାଉଛି ଯାହା ଆପଣଙ୍କ ହୃତ ସ୍ପନ୍ଦନ କୁ ବଢ଼ାଇ ଦେବ | ସୂଚନା ଅନୁଯାଇ ହଳଦିଆ ରଙ୍ଗ ର ସାର୍ଟ ପିନ୍ଧି ଥିବା ଜଣେ ଯୁବକ ସମସ୍ତ ଙ୍କ ଭଳି ଷ୍ଟେସନ ରେ ଠିଆ ହୋଇ ଥିଲେ | କିଛି ସମୟ ସାଇଡ ରେ ଠିଆ ହେବା ପରେ ଠିକ ସାଇରନ ବାଜି ସାରିବା ପରେ,

ଯେତେ ବେଳେ ଦ୍ରୁତ ଗତି ରେ ଟ୍ରେନ ଟି ମାଡ଼ି ଆସୁଛି ଠିକ ସେତିକି ବେଳେ ଯୁବକ ଜଣଙ୍କ ଚଳନ୍ତା ଟ୍ରେନ ଆଗରେ ଡେଇଁ ପଡ଼ୁଛନ୍ତି | ମାତ୍ର କିଛି ମୁହୂର୍ତ୍ତ ର କଥା ଯେଉଁ ମୁହୂର୍ତ୍ତ ରେ ଆଖି ପିଛୁଳାକେ ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଯାଇ ଥାଆନ୍ତା | କିନ୍ତୁ ଠିକ ସେତିକି ବେଳେ ଦେବଦୂତ ସାଜି ଜଣେ ରେଲୁ୍ୱେ ପୋଲିସ ତାଙ୍କ ପାଖକୁ ଡେଇଁ ପଡ଼ି ଆଖି ପିଛୁଳାକେ ତାଙ୍କୁ ରେଲୁ୍ୱେ ଟ୍ରାକ ରୁ ହଟାଇ ଦେଉଛନ୍ତି |

କିଛି କ୍ଷଣିକ ମଧ୍ୟରେ ଘଟି ଯାଇଥିବା ଏହି ଘଟଣା ଟି ସେଠାରେ ଥିବା ଲୋକ ମାନଙ୍କୁ ଖୁବ ଆଶ୍ଚର୍ଯ୍ୟ କରି ଦେଇଛି | ଏହି ଦୃଶ୍ୟ ଦେଖିବା ମାତ୍ରେ ସମସ୍ତେ କିଛି ସମୟ ପାଇଁ ସ୍ତବ୍ଧ ହୋଇ ଯାଇ ଥିଲେ | ଏହି ଦୃଶ୍ୟ ଟି ମହାରାଷ୍ଟ୍ର ର ପୁନେ ଜିଲ୍ଲା ବିଠଲବାଡ଼ି ରେଲୁ୍ୱେ ଷ୍ଟେସନ ରେ ଦେଖିବା ପାଇଁ ମିଳିଛି | ଯେଉଁଠି ଟ୍ରେନ ଆଗକୁ ଡେଇଁ ଜୀବନ ହରିବାକୁ ଯାଉ ଥିବା ଜଣେ ବାଳକ କୁ ସୁରକ୍ଷା କର୍ମୀ ମରଣ ମୁହଁ ରୁ ବଞ୍ଚାଇ ଆଣିଛନ୍ତି | ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ଟି ବର୍ତ୍ତମାନ ଜୋରଦାର ଭାଇରାଲ ହେବାରେ ଲାଗିଛି | 20 ସେକେଣ୍ଡ ର ଏହି ଭିଡ଼ିଓ ଟି ସମସ୍ତଙ୍କୁ ଅବାବ କରି ଦେଇଛି |