
ଦେଖନ୍ତୁ Socking video : ୮୦ ବର୍ଷର ବୁଢା ମଉସା ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସାଇକେଲ ମୁଢି ବିକୁଛନ୍ତି ..ଦେଖନ୍ତୁ କଣ କହୁଛନ୍ତି ମଉସା ଜଣକ..
ମଣିଷ ତାର ଜୀବନର ଅପରାହ୍ନରେ ଯେତେବେଳେ ପହଁଞ୍ଚେ ସେତେବେଳେ ସେ ନିଜକୁ ବେସାହାରା ମନେ କରି ଥାଏ | କାରଣ ନିଜର ସେହି ସମୟରେ ଦେହରେ ଶକ୍ତି ଓ ମନରେ ବଳ ନ ଥାଏ ବଂଚିବା ପାଇଁ ଓ କୌଣସି କାର୍ଯ୍ୟ କରିବା ପାଇଁ ସେ କାହାର ସାହାରା ଖୋଜିଥାଏ ଓ ସାହାଯ୍ୟ ମଧ୍ୟ ଲୋଡିଥାଏ | ତେଣୁ ଏହି ସମୟରେ ଏକମାତ୍ର ଶହ ଏବଂ ଭରସା ହୋଇଥାନ୍ତି ତାର ସନ୍ତାନ ମାନେ | କିନ୍ତୁ ଆଜି କାଲିର ଅଧିକାଂଶ ପିଲା ମାନଙ୍କ ଠାରେ ଏହାର ଅଭାବ ଦେଖା ଯାଉଛି |
ବୁଢା ବୟସରେ ଭୁଲି ଯାଉଛନ୍ତି ନିଜର ବୁଢା ବାପା ମାଙ୍କୁ ଏବଂ ନିଜଠୁ ଅଲଗା କରି ଦେଉଛନ୍ତି | ଭାବି ପାରୁ ନାହାନ୍ତି ସେହି ବାପା ମାଆ ସେମାନଙ୍କୁ ଛୋଟରୁ ବଡ କରିଛନ୍ତି, କଣ ବା ଉତ୍ସର୍ଗ କରି ନ ଥାଏ ଏକ ମାଆ ତାର ପିଲା ମାନଙ୍କ ପାଇଁ ଓ କେତେ କଷ୍ଟ କରିଥାନ୍ତି ବାପା ପିଲା ମାନଙ୍କୁ ବଡ କରିବା ପାଇଁ | ଆଜି ଆମେ ଆପଣଙ୍କୁ ଜଣେଇବୁ ଜଣେ ମଉସାଙ୍କ ବିଷୟରେ ଯିଏକି ବୟସର ଆପରାହ୍ନରେ ଥାଇ ମଧ୍ୟ ହାର ମାନି ନାହାନ୍ତି ଓ ନିଜର ସ୍ୱାଭିମାନକୁ ତଳେ ପକାଇ ନାହାନ୍ତି |ଆସନ୍ତୁ ଜାଣିବା ସେ ବିଷୟରେ |
ବାଲେଶ୍ୱରର ରେମୁଣା ବ୍ଲକ ଅନ୍ତର୍ଗତ ବେଗମପୁର ଗ୍ରାମରେ ଜଣେ ୭୬ ବର୍ଷୀୟ ବୃଦ୍ଧ ଲୋକ ଯିଏକି ଗାଁ ଗାଁ ବୁଲି ସାଇକେଲରେ ମୁଢି ବିକ୍ରି କରୁଛନ୍ତି ଓ ନିଜର ପ୍ରତିପୋଷଣ କରୁଛନ୍ତି | ଯେତେବେଳେ ତାଙ୍କର ଘରେ ରହି ଆରାମ କରିବାର ସମୟ ସେ ନିଜ ଜୀବନ ସହିତ ସଙ୍ଘର୍ଷ କରୁଛନ୍ତି | ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଥିବା ବେଳେ ସେ କୌଣସି ପୁଅ ଉପରେ ନିର୍ଭର ହେବ ପାଇଁ ଚାହିଁ ନାହାନ୍ତି | କାରଣ ତାଙ୍କର ପୁଅ ମାନେ ତାଙ୍କର ଖର୍ଚ ପାଇଁ ପଇସା ଦିଅନ୍ତି ନାହିଁ | ସେ ନିଜର ପନ୍ଦର ବର୍ଷ ବୟସରୁ ଏହି ମୁଢି ବେପାର କରୁଛନ୍ତି ବୋଲି କହିଛନ୍ତି |
ତାଙ୍କ ଘରେ ପୁଅ, ବୋହୂ, ନାତି, ନାତୁଣୀ ଓ ତାଙ୍କ ସ୍ତ୍ରୀ ଅଛନ୍ତି ବୋଲି କହିଛନ୍ତି | ସେ କହିଛନ୍ତି କି ଘରେ ଯେତେ ଯିଏ ମନା କଲେ ମଧ୍ୟ ସେ ମାନନ୍ତି ନାହିଁ କାରଣ ସେହି କାରବାର କରି ସେ ଉନ୍ନତି କରିଛନ୍ତି | ତେଣୁ ଜୀବନର ଶେଷ ପର୍ଯ୍ୟନ୍ତ ଯେତେ ପର୍ଯ୍ୟନ୍ତ ସେ ପାରିବେ ସେତେ ପର୍ଯ୍ୟନ୍ତ ସେ ଏହି କାର୍ଯ୍ୟ କରିବେ ବୋଲି କହିଛନ୍ତି |ସେ ନିଜେ ଜଣେ ସ୍ୱାଭିମାନୀ ମଣିଷ କାରଣ ପ୍ରତିଦିନର ଖର୍ଚ୍ଚ ପାଇଁ ସେ ପୁଅ ମାନଙ୍କୁ ଟଙ୍କା ମାଗିବେ ନାହିଁ ବୋଲି କହିଛନ୍ତି |
ତାଙ୍କର ସ୍ତ୍ରୀ ବଡ ପୁଅଙ୍କ ପାଖେ ରହୁଥିବା ବେଳେ ସେ ସାନ ପୁଅଙ୍କ ପାଖରେ ରୁହନ୍ତି ବୋଲି କହିଛନ୍ତି | ଗୋଟିଏ ଦିନରେ ସାତ ଶହରୁ ଆଠ ଶହ ଟଙ୍କାରେ ମୁଢି ବିକ୍ରି କରୁଥିବା ବେଳେ ତାଙ୍କ ତିନିଶହ ଟଙ୍କା ଲାଭ ହୋଇଥାଏ |ସକାଳ ୬ ରେ ଘରୁ ବାହାରି ଦିନ ୧୨ ଟାରେ ଘରେ ପହଁଞ୍ଚନ୍ତି | ପ୍ରତ୍ୟେକ ଦିନ ଚାଳିଶରୁ ପଂଚାଳିଶି କିଲୋମିଟର ପର୍ଯ୍ୟନ୍ତ ସାଇକେଲ ଚଳାନ୍ତି ଓ କଷ୍ଟ କରି ଜୀବନ ବଂଚିବାରେ ସେ ବିଶ୍ୱାସ କରନ୍ତି ବୋଲି କହିଛନ୍ତି | ସତରେ ଏଭଳି ଲୋକ ପ୍ରତ୍ୟେକ ମନୁଷ୍ୟ ପାଇଁ ଆଦର୍ଶ ଓ ପ୍ରେରଣା ଅଟନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।