ସବୁ ସମୟ ଖବର ସାଥିରେ

୪ଟି ବ୍ୟୟାମ ନିୟମିତ କରନ୍ତୁ Lose Belly Fat.. ପେଟର ଚର୍ବି ମହମ ପରି ତରଳି ଯିବ, ( Dr. Manju Patidar )

0 116

ବନ୍ଧୁମାନେ ମଣିଷର ପେଟରେ ଚର୍ବି ଥରେ ବଡିଗଲେ ଲୋକମାନେ ବସିବା ଉଠିବାରେ ବହୁତ ଅସୁବିଧା ହୁଏ ଆଉ ନିଜର ସୌନ୍ଦର୍ଯ୍ୟ ଧୀରେ ଧୀରେ ହଜି ଯାଏ ଏହି ପରି ଆହୁରି ଅନେକ ଅସୁବିଧା ହୁଏ ।ତେବେ ଏସବୁର ମୁଖ୍ୟ କାରଣ ହେଉଛି ଆମେ କେତେବେଳେ କଣ ଖାଉଛୁ ତାହାର କିଛି ରୁଟିନ ନାହିଁ ଆଉ ଅଧିକ ସମୟ ଓ ଶାରୀରିକ ପରିଶ୍ରମ ନକଲେ ପେଟର ଚର୍ବି ବଡିଯାଏ ।ତେବେ ଆମେ ଆଜି କେତୋଟି ଏକ୍ସାସାଇଜ ବିଷୟରେ କହିବୁ ଯାହାକୁ ନୀତିଦିନ କଲେ ଆପଣଙ୍କ ପେଟରେ ଚର୍ବି କମିବାକୁ ଲାଗିବ ।ତେବେ ଏବେ ଜାଣି ରଖନ୍ତୁ ସେହି 4ଟି ଏକ୍ସାସାଇଜ ବିଷୟରେ ।
1.କ୍ରଞ୍ଚେସ:-ପ୍ରଥମେ ସିଧା ହେଇ ଶୋଇ ଯାଆନ୍ତୁ ତାପରେ ଦୁଇ ଗୋଡ଼କୁ ଭାଙ୍ଗନ୍ତୁ ଆଉ ହାତ ଦୁଇଟିକୁ ମୁଣ୍ଡ ସମାନ୍ତରାଳ ରେ ରଖନ୍ତୁ ।ତାପରେ ହାତ ଦୁଇଟି ସହିତ ପୁରା ଶରୀରକୁ ଉଠାନ୍ତୁ ଧୀରେ ଧୀରେ ଆଉ ସେହିପରି 15 ରୁ 20 ଥର କରନ୍ତୁ ।ତେବେ ଏହାକୁ 3ଟି ଷ୍ଟେଜରେ କରିବା ଦରକାର ପ୍ରତି 15 ଥରେ ବ୍ରେକ ନିଅନ୍ତୁ ତାପରେ ପୁଣି କରନ୍ତୁ ।ତେବେ ଏହି ଏକ୍ସାସାଇଜ ଦ୍ୱାରା ଉପର ପେଟ କମିଥାଏ

2.ଲେଜ ରେଶ:-ଏହି ବ୍ୟାୟାମ ରେ ପ୍ରଥମେ ସିଧା ହେଇ ଶୋଇ ଯାଆନ୍ତୁ ତାପରେ ଦୁଇ ହାତକୁ ନିଜ ଗୋଡ଼ ସମାନ୍ତରାଳ ରେ ରଖନ୍ତୁ ।ତାପରେ ଦୁଇ ଗୋଡ଼କୁ ଏକା ସାଙ୍ଗରେ ଉପରକୁ ଉଠାଇବା କିନ୍ତୁ ପାଦ ଯେମିତି ତଳକୁ ଲାଗିବ ନାହିଁ ।ଆଉ ଏହାକୁ ବି 3ଟି ଷ୍ଟେଜରେ କରିବା ଦରକାର ଆଉ ପ୍ରତି ଥର ବ୍ରେକରେ 30 ସେକେଣ୍ଡ ରେଷ୍ଟ ନେବା ଦରକାର ।ଆଉ ଏହି ଏକ୍ସାସାଇଜ କରିବା ଯୋଗୁ ତଳ ପେଟ କମିବାରେ ଲାଗେ ।

3.ସାଇଡ ଟୁ ଟଚ:-ପ୍ରଥମେ ସିଧା ହେଇ ଶୋଇ ଯାଆନ୍ତୁ ତାପରେ ଦୁଇ ଗୋଡ଼କୁ ଧୀରେ ଧୀରେ ଭାଙ୍ଗନ୍ତୁ ତାପରେ ଦୁଇ ହାତ ସାହାଯ୍ୟରେ ଦୁଇ ପାଖର ପାଦକୁ ଛୁଅନ୍ତୁ ।ଏହି ସାଇଡ ଟୁ ଟଚ ଏକ୍ସାସାଇଜ କରିବା ଯୋଗୁ ପେଟର ସାଇଡ଼ରେ ଥିବା ଚର୍ବି କମିଥାଏ ।

4.ପ୍ଲାଙ୍କ:-ଏହି ବ୍ୟାୟାମ ରେ ପ୍ରଥମେ ପୁସ ଅପ ପଜିସନରେ ଆସି ଯାଆନ୍ତୁ ତାପରେ ହାତ ଦୁଇଟିକୁ ଭାଙ୍ଗି ରଖନ୍ତୁ ତାପରେ ପାଦର ଟୋ କୁ ସିଧା ରଖିବେ ।ଆଉ ଏବେ ସେମିତି ପଜିସନରେ କନଷ୍ଟାଣ୍ଡ ହେଇ ରୁହନ୍ତୁ ଆଉ ଏହାକୁ ବି 3ଟି ଷ୍ଟେଜରେ କରିବେ ପ୍ରତିଥର କରିବା ପରେ 30 ସେକେଣ୍ଡ ବ୍ରେକ ନେବେ ।ତେବେ ଏହି ଏକ୍ସାସାଇଜ କରିବା ଦ୍ୱାରା ପୁରା ଶରୀରର ଫେଟ କମିଥାଏ ।
ତେବେ ଏହି ସବୁ ଏକ୍ସାସାଇଜ ଗୁଡିକ ସପ୍ତାହରେ 3 ରୁ 4 ଦିନ ଆଉ 40 ରୁ 40 ମିନିଟ ପର୍ଯ୍ୟନ୍ତ କରିବା ଦରକାର ।ଏହା କଲେ ପେଟର ଚର୍ବି କମିବା ସହିତ ଶରୀର ସୁସ୍ଥ ବି ରହିଥାଏ।ଆପଣ କେବେ ବି ନିଜକୁ ମେଦ ବହୁଳତା ମଧ୍ୟ ଅନୁଭବ କରିବେ ନାହିଁ। ତେବେ ଏହି ଉପାୟ ଗୁଡିକ ଥରେ ନିଶ୍ଚିତ କାର୍ଯ୍ୟକାରୀ କରି ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।