ସବୁ ସମୟ ଖବର ସାଥିରେ

Live-in Relationships ରେ ଶାରୀରିକ ସମ୍ପର୍କ ରଖୁଛ କାହିଁକି? : ଏ ନେଇ କଣ କହୁଛନ୍ତି ମହିଳା ଦେଖନ୍ତୁ Video ଭାଇରାଲ ଭିଡିଓ

0 10

ଆଜି କାଲିର ଆଧୁନିକ ଯୁବ ପିଢ଼ି ମାନେ ବିବାହକୁ ଗୋଟିଏ ବୋଝୋ ବୋଲି ଭାବୁଛନ୍ତି | ଲିଭ ଇନରେ ରହି ବିବାହ କରିବା ପାଇଁ ଆଗଭର ନ ହୋଇ ପଛାଇ ଯାଉ ଛନ୍ତି | ପ୍ରେମକୁ ସତ୍ୟ ଓ ସୁନ୍ଦର ବୋଲି କୁହା ଯାଇ ଥାଏ କିନ୍ତୁ ଏବେ ପ୍ରେମକୁ ଖେଳ ବୋଲି ଭାବୁଛନ୍ତି | ଯାହା ଫଳରେ ଯାହା ସହିତ ଇଚ୍ଛା ହେଲା କିଛି ଦିନ ରହି ତାହା ପରେ ସମ୍ପର୍କ ଭାଙ୍ଗି ଦେଇ ଆଉ କାହା ସହ ସମ୍ପର୍କ ସ୍ଥାପନ କରୁଛନ୍ତି |ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଜଣାଇ ବାକୁ ଯାଉ ଅଛୁ | ଆସନ୍ତୁ ଜାଣିବା ଏ ନେଇ କଣ କହିଛନ୍ତି ସମାଜ ସେବୀ ମଧୁମିତା ରଥ | ମଧୁମିତା ରଥଙ୍କୁ ଆପଣ ମାନେ ଗଣ ମାଧ୍ୟମରେ ବିଭିନ୍ନ ଖବର ଉପରେ ନିଜର ମତାମତ ରଖୁ ଥିବାର ଦେଖି ଥିବେ |
ମଧୁମିତା ରଥ କହିଛନ୍ତି ଯେ ଆଜି କାଲିର ପିଲା ମାନଙ୍କ ପାଖରେ ସଂସ୍କାରର ଅଭାବ ଦେଖା ଗଲାଣି ଯାହା ଫଳରେ ସେମାନେ ସଂସ୍କୃତିକୁ ଭୁଲି ଯାଉ ଛନ୍ତି | ଏହି ଲିଭ ଇନ ରିଲେସନସିପକୁ ସୁପ୍ରିମ କୋର୍ଟ ମଧ୍ୟ ମାନ୍ୟତା ଦେଇ ସାରିଛନ୍ତି ଯାହା ଫଳରେ ଯୁବ ପିଢ଼ି ଏହାର ଅପ ବ୍ୟବହାର କରୁଛନ୍ତି | କୋଉଁ ମାନେ ଦୁଇ ମାସ ବା ୬ ମାସ ଭିତରେ ନିଜର ସ୍ୱାର୍ଥ ହାସଲ କରି ପଳେଇ ଯାଉଛନ୍ତି | ଯୋଉଁ ମାନେ ବେଶୀ ଦିନ ରହୁ ଛନ୍ତି ସେମାନେ ଗର୍ଭ ଧାରଣ କରି ପିଲାର ଭବିଷ୍ୟତକୁ ନଷ୍ଟ କରୁଛନ୍ତି | ପିଲା ମାନେ ଏହି ମାନଙ୍କ ଭୁଲ ପାଇଁ ଅନାଥ ହୋଇ ଯାଉ ଛନ୍ତି | ଏଥି ମଧ୍ୟରୁ କିଛି ଯୁବ ପିଢ଼ି ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ପରି ପଦକ୍ଷେପ ନେଉଛନ୍ତି |

ଏହି ସବୁର କାରଣ ସେ କହିଛନ୍ତି ଯେ ଆଜିକାଲିର ଛୋଟ ପରିବାର ଯୋଉଁ ଥିରେ କେବଳ ବାପା ମାଆ ଓ ପିଲା ରହୁଛନ୍ତି | ପିଲା ମାନଙ୍କୁ ବାପା ମାଆ ନିଜର ବ୍ୟସ୍ତତା କାରଣରୁ ଚାଲି ଚଳନ ଶିଖାଉ ନାହାନ୍ତି ଯାହା ଫଳରେ ସେମାନଙ୍କର ସହାନୁଭୂତି ଓ ବ୍ୟବହାରରେ କୌଣସି ଉନ୍ନତି ହେଉ ନାହିଁ | ଆମର ସଂସ୍କୃତି ଓ ପରମ୍ପରାକୁ ପାଶ୍ଚାତ୍ୟ ଦେଶର ଲୋକ ମାନେ ଗ୍ରହଣ କରୁ ଥିବା ବେଳେ ଆମେ ଆମର ଧର୍ମ ଓ ସଂସ୍କୃତି କୁ ଭୁଲି ପାଶ୍ଚାତ୍ୟ ଦେଶର ଚାଲି ଚଳନକୁ ଆପଣେଇବାରେ ଲାଗିଛୁ |

ପିଲା ମାନେ ବିବାହର ଅର୍ଥ ଭୁଲି ଯାଉଛନ୍ତି | ଆଗରୁ ବିବାହ ଆଗରୁ ଶାରୀରିକ ସମ୍ପର୍କକୁ ଏକ ପାପ ବୋଲି ମନା ଯାଉ ଥିଲା କିନ୍ତୁ ଏବେ ଏହା ଫେସନ ପାଲଟି ଗଲାଣି | ତେଣୁ ସେ କହିଛନ୍ତି ଆମ ସମାଜ ସତରେ ସୁଧୁରିବାକୁ ଯାଉଛି ନା ନଷ୍ଟ ହେବାକୁ ଯାଉଛି | ସେଥି ପାଇଁ ସେ ସମସ୍ତଙ୍କୁ ଉପଦେଶ ଦେଇଛନ୍ତି କି ବିବାହ ପରେ ଶାରୀରିକ ସମ୍ପର୍କ ରଖିବା ପାଇଁ ଏବଂ ଲିଭ ଇନ ଠାରୁ ବିବାହକୁ ପ୍ରଶୟ ଦେବା ପାଇଁ କହିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।