ସବୁ ସମୟ ଖବର ସାଥିରେ

🛑EXCLUSIVE ଥରେ ନୁହେଁ ଦୁଇ ଦୁଇ ଥର ଦେଇଥିଲେ ନକଲି ଡକ୍ୟୁମେଣ୍ଟ ଦାଖଲ କରିଥିଲେ ବର୍ଷା,ଜଜ୍‌ଙ୍କୁ ଦେଥିଲେ ମିଛ ତଥ୍ୟ! ଆଉ ଏହା ପରେ ହାଇକୋଟ ଏମିତି ନିଷ୍ପତି ନେଲେ ଶୁଣିଲେ ଆଶ୍ଚର୍ଯ୍ୟହେବେ…

0 6

ଓଲିଉଡ଼ ତାରକା ବର୍ଷା ଓ ଅନୁଭବଙ୍କ କେସକୁ ବହୁତ ଦିନ ବିତି ଯାଇ ଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇ ପାରୁନି | ଯିଏ ଯାହା ବିପକ୍ଷରେ କହିବାକୁ ଲାଗିଛନ୍ତି | ହେଲେ ଏତିକି ବେଳେ ଧରା ପଡିଛି ବର୍ଷା ପ୍ରିୟଦର୍ଶିନୀଙ୍କ ମିଛ ଡକମେଣ୍ଟ | ଆସନ୍ତୁ ଜାଣିବା ସେ ସମ୍ପର୍କରେ |ହାଇକୋର୍ଟରେ ନକଲି ଡକମେଣ୍ଟ ଦାଖଲ କରି ଥିଲେ ବର୍ଷା | ଥରେ ନୁହେଁ ଦୁଇ ଦୁଇ ଥର ନକଲି ଡକମେଣ୍ଟ ହାଇକୋର୍ଟରେ ପ୍ରମାଣ ସ୍ୱରୂପ ଦେଇ ଏବେ ଧରା ପଡିଛନ୍ତି ବର୍ଷା ପ୍ରିୟଦର୍ଶିନୀ | ଜଜଙ୍କୁ ମିଛ ତଥ୍ୟ ଦେଇ ଥିଲେ | କେବଳ ଅନୁଭବଙ୍କୁ ହାରସ କରିବା ପାଇଁ ଏହି ସବୁ ପ୍ଲାନ କରି ଥିଲେ |

ବର୍ଷା ଚାହୁଁ ଥିଲେ ଯେ ଅନୁଭବ ଟିକେ ହେଲେ ବି ଖୁସିରେ ନ ରୁହନ୍ତୁ ଓ ଜୀବନ ସାରା ଜଳି ଜଳି ରୁହନ୍ତୁ | ହେଲେ ଆଜି ତାଙ୍କର ସମସ୍ତ ମିଛ ଧରା ପଡିଛି | ଏବେ ସବୁ ଧରା ପଡିଲା ପରେ ପିଟିସନକୁ ପ୍ରତ୍ୟାହାର କରି ନେଇଛନ୍ତି ବର୍ଷା | ହେଲେ ହାଇକୋର୍ଟକୁ ମିଛ ପ୍ରମାଣ ଦେଇ ଥିବାରୁ ଜେଲ ଯାଇ ପାରନ୍ତି ବର୍ଷା ପ୍ରିୟଦର୍ଶିନୀ | ଏମିତି ଏକ ଆଶ୍ଚର୍ଯ୍ୟ ଜନକ ଖବର ଦେଇ ଛନ୍ତି ଅନୁଭବ ମହାନ୍ତିଙ୍କ ଓକିଲ |
ବୁଧବାର ଦିନ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟରେ ଦାଖଲ କରି ଥିବା ପିଟିସନକୁ ପ୍ରତ୍ୟାହାର କରି ନେଇ ଛନ୍ତି | ହେଲେ କଣ ପାଇଁ ପ୍ରତ୍ୟହାର କଲେ ତାହା ଅନେକ କେହି ଜାଣି ନ ଥିବେ | ଯେତେବେଳେ ଅନୁଭବ ଙ୍କୁ ଜେରା ଚାଲି ଥିଲା ସେତବେଳେ ବାରମ୍ବାର ସମୟ ଗଡ଼ାଇ ଚାଲି ଥିଲେ ବର୍ଷାଙ୍କ ଓକିଲ | ଏବଂ ଏହି ସବୁ ବର୍ଷାଙ୍କ ଇସାରାରେ ଘଟୁଥିଲା | ଅନୁଭବଙ୍କୁ ହାରସ କରିବା ପାଇଁ ବର୍ଷା ଏହି ସବୁ ନାଟକ ରଚି ଥିଲେ | ଏହାକୁ ନେଇ ଅନୁଭବଙ୍କ ଓଲିଲ ଫେମିଲି କୋର୍ଟକୁ କହି ଥିଲେ | ଫେମିଲି କୋର୍ଟ ମଧ୍ୟ ଜାଣି ସାରି ଥିଲେ କି ବର୍ଷା ଏହି ଘଟଣାକୁ ଅଧିକ ଟାଣିବାକୁ ଚାହୁଁଛନ୍ତି ବୋଲି | ଏହା ପରେ ଫେମିଲି କୋର୍ଟ ଅନୁଭବଙ୍କ ଜେରାକୁ ବନ୍ଦ କରି ଦେଇ ଥିଲା |
ଏହି ଅର୍ଡରକୁ ଚ୍ୟାଲେଞ୍ଜ କରି ବର୍ଷାଙ୍କ ଓକିଲ ହାଇକୋର୍ଟ ନେଇ ଯାଇ ଥିଲେ |ତେବେ ବର୍ଷା ଯୋଉଁ ପିଟିସନ ହାଇକୋର୍ଟରେ ଦାଖଲ କରି ଥିଲେ ସେଥିରେ ଏକ ନକଲି ଡକମେଣ୍ଟ ଥିଲା | ଏବଂ ଏହାକୁ ଯେତେବେଳେ ହାଇକୋର୍ଟ ଜଜ ଜାଣି ଥିଲେ ସେତେବେଳେ ସେ ଏହାକୁ ଗୁରୁତର ସହ ନେଇ ଥିଲେ ଏବଂ କେସର ଶୁଣାଣି ତାରିଖକୁ ଘୁଞ୍ଚାଇ ଥିଲେ |

ଏହା ପରେ ଯେତେବେଳେ ଅନୁଭବ ଓ ବର୍ଷାଙ୍କ ଓକିଲ ଅଫିଡେଭିଟି ଫାଇଲ କରି ଥିଲେ ସେଥିରେ ମଧ୍ୟ ଡୁପ୍ଲିକେଟ ଡକମେଣ୍ଟ ଦେଇ ଥିଲେ ବର୍ଷା | ତାହା ପରେ ପୁଣି ଜଜ ଶୁଣାଣିର ତାରିଖ ଘୁଞ୍ଚାଇ ଥିଲେ |ସୁପ୍ରିମ କୋର୍ଟଙ୍କ ନିୟମ ଅନୁଯାୟୀ ଯଦି କେହି ନକଲି ଡକମେଣ୍ଟ ଦ୍ୱାରା କେସକୁ ଜଟିଳ କରିବାକୁ ଚାହିଁ ଥାନ୍ତି ତାହାଲେ ଏହା ଏକ ଦଣ୍ଡନୀୟ ଅପରାଧ | ଆଟେମ୍ପଟ ଅଫ କୋର୍ଟ ଆକ୍ଟରେ ଏଥି ପାଇଁ ଦଣ୍ଡ ମଧ୍ୟ ରହିଛି |

ଯେତେବେଳେ ଏହା ବର୍ଷାଙ୍କ ଓକିଲକୁ ଜଣା ପଡିଲା ଯେ ଜଜ ନକଲି ଡକମେଣ୍ଟ ବିଷୟରେ ଜାଣିଛନ୍ତି ସେତେବେଳେ ସେମାନେ ଏହି ପିଟିସନକୁ ପ୍ରତ୍ୟହାର କରି ନେଇ ଥିଲେ | ଏଥି ପାଇଁ ହୁଏତ ବର୍ଷାଙ୍କୁ ଜେଲ ମଧ୍ୟ ଯିବାକୁ ପଡି ପାରେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।