ସବୁ ସମୟ ଖବର ସାଥିରେ

🛑EXCLUSIVE :ମୁଁ ଶୌଚାଳୟ ଯାଇଥିଲି !ମୋ ଦିଅର ଆସି ..ଏମିତି ଅଭିଯୋଗ ଆଣିଲେ ଦୀପିକା ଶୁଣନ୍ତୁ ତାଙ୍କ ମୁହଁ ରୁ….ଦେଖନ୍ତୁ video

0 17

ବ୍ରହ୍ମପୁରରେ କେ ଦୀପିକାଙ୍କ ଘଟଣାକୁ ଛତିଶି ଦିନ ବିତି ଯାଇ ଥିଲେ ସୁଦ୍ଧା ଏତେ ପର୍ଯ୍ୟନ୍ତ କୌଣସି ସମାଧାନର ବାଟ ମିଳି ନାହିଁ | କିନ୍ତୁ ଦୀପିକା ନିଜ ଜିଦରେ ଅଟଳ ରହିବା ସହ ଦୀନେଶଙ୍କ ପରିବାର ମଧ୍ୟ ନିଜ ଜିଦରେ ଅଟଳ ଅଛନ୍ତି | ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଦୀପିକାଙ୍କୁ ପୁଣି ତାଙ୍କର ଦିଅର ଓ ଶ୍ୱଶୁର ଖରାପ ବ୍ୟବହାର କରିଛନ୍ତି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |ଦୀପିକା ଗଣ ମାଧ୍ୟମ ଆଗରେ ନିଜ ମନ୍ତବ୍ୟରେ କହିଛନ୍ତି କି ତାଙ୍କ ଶ୍ୱଶୁର ଓ ତାଙ୍କ ଦିଅର ଆସି ତାଙ୍କର ସମସ୍ତ ଜିନିଷ ଗୁଡିକୁ ତାଙ୍କର ନ ଥିବା ଅବସ୍ଥାରେ ଭଙ୍ଗା ରୁଜା କରି ଛନ୍ତି |

ଆପଣ ମାନେ ଦେଖି ଥିବେ କିଛି ଦିନ ପୂର୍ବରୁ ଦୀପିକାଙ୍କ ଶାଶୁ ଓ ଦୀନେଶଙ୍କ ଜେଜେମା ଆସି ଦୀପିକାଙ୍କର ସମସ୍ତ ଜିନିଷ ଗୁଡିକୁ ଭଙ୍ଗା ରୁଜା କରିବା ସହ ଗୋଇଠା ମାରି ସମସ୍ତ ଜିନିଷ ଗୁଡିକୁ ଉପରୁ ତଳକୁ ପକାଇ ଦେଇ ଥିଲେ | ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରଲ ହେଇ ଥିଲା | ଏଥିରୁ ଦେଖି ଜଣା ପଡ଼ୁ ଥିଲା କି ସେମାନେ ଦୀପିକାଙ୍କୁ ଓ ତାଙ୍କ ପିଲାକୁ କେତେ ପରିମାଣରେ ଘୃଣା ଚକ୍ଷୁରେ ଦେଖନ୍ତି ଏବଂ ଜଣା ପଡୁଛି ଯେ ସେମାନେ କେତେ ନିଷ୍ଠୁର ହୃଦୟର ବ୍ୟକ୍ତି |

କିଛି ଦିନ ପୂର୍ବରୁ ଗଣ ମାଧ୍ୟମର ଏକ ଭିଡିଓରେ ଦେଖିବାକୁ ମିଳି ଥିଲା କି ଦୀନେଶଙ୍କ ପୁରା ପରିବାର କୁଆଡେ ସମସ୍ତ ଜିନିଷ ପତ୍ର ନେଇ ବାହାରି ଯାଇ ଥିଲେ | ଏବଂ ସେଠାରୁ ସେମାନେ ଗତ କାଲି ଫେରି ଥିବାର ଖବର ଦୀପିକା ଦେଇ ଛନ୍ତି |

ସେଠାରୁ ଆସି ପୁଣି ସେମାନେ ଏମିତି ଏକ ଘଟଣା ଘଟାଇ ଥିବାର କଥା ଦୀପିକା କହି ଛନ୍ତି | ସେ ଶୌଚାଳୟ ଯିବା ସମୟରେ ସମସ୍ତ ପରିବା ଏବଂ ଆସବା ପତ୍ର ଫୋପାଡ଼ି ଦେଇଛନ୍ତି | ତାଙ୍କର କୁନି ପୁଅଟି ମଧ୍ୟ ସେଠାରେ ବସି ଥିଲା | ଦୀପିକା ସମସ୍ତ ପରିବା ଓ ମସଲା ରଖି ଥିଲେ | ସେଗୁଡିକ ସେମାନେ ସେଠାରୁ ଫୋପାଡ଼ି ଦେଇଛନ୍ତି | ସେମାନେ ଚାରି ଦିନ ପରେ ହଠାତ ଆସି ଗେଟର ଚାବି ଖୋଲିବେ ବୋଲି କହି ଥିଲେ | ଖୋଲିକି ଘର ଭିତରକୁ ଯାଇ ସୋର୍ଫ ପାଣି ଆଣି ଚାରି ଆଡେ ଓଦା କରାଇ ଦେଇ ଥିଲେ | କିଛି ନ ଜଣେଇ ସେମାନେ ଏଭଳି କାର୍ଯ୍ୟ କରିଛନ୍ତି | ଯୋଉଁଥି ପାଇଁ ଦୀପିକାଙ୍କର ସମସ୍ତ ଜିନିଷ ଓଦା ହୋଇ ଯାଇଛି |
ସେମାନେ କ୍ୟାମେରା ଦ୍ୱାରା ଦୀପିକାଙ୍କର ଅନୁପସ୍ଥିତି ଦେଖି ଏମିତି ଭଙ୍ଗା ରୁଜା କରୁ ଥିବାର ଦୀପିକା ଅଭିଯୋଗ କରି ଛନ୍ତି | ସେ ଥିବା ସମୟରେ ସେମାନେ ନ ଆସି କାହିଁକି ଡରୁଛନ୍ତି ବୋଲି କହିଛନ୍ତି ଦୀପିକା | ସେ ବାହାରେ ବସି ଥିବା ସମୟରେ ସେମାନେ ଗେଟ ଦେଇ ଯିବା ଆସିବା ସହିତ ସମସ୍ତ କାର୍ଯ୍ୟ କରୁ ଥିଲେ ଯୋଉଁଥିରେ କି ଦୀପିକା କେବେ ହେଲେ ମଧ୍ୟ ବାଧା ଦେଇ ନାହାନ୍ତି | ସେମାନେ ଘର ଭିତରେ ଗୀତ ବଜାଇବା ସହିତ ଏବେ ବାହାରକୁ ବୁଲିବା ପାଇଁ ଯାଇ ଥିବାର ଦୀପିକା କହିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।