ସବୁ ସମୟ ଖବର ସାଥିରେ

🛑EXCLUSIVE :ମୋ ଦେହ ବହୁତ ଖରାପ !ବୋହୂ ତୁମେ ମୋ ନାତିକୁ ଧରି ଖୁବଶୀଘ୍ର ଘରକୁ ଫେରିଆସ,ବୋହୁ Trupti ଙ୍କୁ ଏମିତି ଅନୁରୋଧ କଲେ ଶ୍ଵଶୁର ଉତ୍ତମ ମହାନ୍ତି….ଦେଖନ୍ତୁ ପୁରା video

0 21

ବାବୁସାନ ଓ ତୃପ୍ତିଙ୍କ ଘର ଭିତରେ ପ୍ରକୃତି ମିଶ୍ରଙ୍କୁ ନେଇ ହୋଇ ଥିବା ଘଟଣା ଏବେ ଚାରି ଆଡେ ଚର୍ଚ୍ଚାର ବିଷୟ ପାଲଟିଛି | କିଛି ଦିନ ଏହି ଘଟଣା ଥମି ଯାଇଥିଲା କିନ୍ତୁ ପୁଣି ଏହି ଘଟଣା ସାରା ଓଡ଼ିଶାରେ ହଇ ଚଇ ସୃଷ୍ଟି କରିଛି | ପ୍ରକୃତି ପୁଣି ବାବୁସାନ ଓ ତୃପ୍ତିଙ୍କ ପାଇଁ ଝଡ ସୃଷ୍ଟି କରିଛନ୍ତି | ସୋସିଆଲ ମିଡିଆରେ ବାବୁସାନ ଯେତେବେଳେ ତାଙ୍କ ସ୍ତ୍ରୀ ଓ ଶ୍ୱଶୁରଙ୍କୁ କ୍ଷମା ପ୍ରାର୍ଥନା କରି ଥିଲେ ସେବେଠୁ ପ୍ରକୃତି ଆଉ ଥୟ ଧରି ନାହାନ୍ତି |
କିଛି ଦିନ ପୂର୍ବରୁ ବାବୁସାନ ଗଣ ମାଧ୍ୟମ ଆଗରେ ନିଜର ଶ୍ୱଶୁର ଲଳିତ ଶତପଥି ଓ ସ୍ତ୍ରୀଙ୍କୁ କ୍ଷମା ମାଗି ଥିବାର ଭିଡିଓ ଭାଇରଲ ହୋଇଥିଲା | ସେ ସେମାନଙ୍କୁ ଆଉ କେବେ ବି କଷ୍ଟ ନ ଦେବାର ଶପଥ ମଧ୍ୟ କରି ଥିଲେ | ଏହି ଘଟଣା ଘଟିବାର ଠିକ ପର ଦିନ ପ୍ରକୃତି ମିଶ୍ର ହାଇକୋର୍ଟର ଦ୍ୱାରସ୍ଥ ହୋଇ ତୃପ୍ତି ଶତପଥୀ ଓ ତାଙ୍କ ବାପା ଲଳିତ ଶତପଥୀଙ୍କ ଉପରେ ମାନହାନି କେସ କରି ଥିବାର ସୂଚନା ମିଳି ଥିଲା |

ସେ କହିଛନ୍ତି କି ପୋଲିସ ସଠିକ କାର୍ଯ୍ୟାନୁଷ୍ଠାନ ନ ନେବାରୁ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି | ସେ ପ୍ରଥମେ ହାଇକୋର୍ଟ ଓ ତାପରେ ଜିଲ୍ଲା ଦୌରା କୋର୍ଟରେ ପହଂଚି ମାନହାନି ମୋକଦମା କରିଛନ୍ତି |ଏବଂ ବାବୁସାନଙ୍କ ସ୍ତ୍ରୀ ଓ ଶ୍ୱଶୁରଙ୍କ ଉପରେ ପାଞ୍ଚ ଲକ୍ଷ ଦଶ ହଜାର ତାଙ୍କର ଜୋରିମାନା ଲଗାଇ ଥିଲେ |ନିଆଁରେ ଘିଅ ଢ଼ାଳିବା ପରି ସେ ପୁଣି ହାଇକୋର୍ଟର ଦ୍ୱାରସ୍ଥ ହୋଇ ନିଜର ଇଜ୍ଜତ ଫେରାଇବା ପାଇଁ ନ୍ୟାୟ ମାଗି ଥିଲେ | ହେଲେ ଏମିତି କେସ କଚେରୀ ଭିତରେ ଅସୁସ୍ଥ ହୋଇ ପଡିଛନ୍ତି ବାବୁସାନଙ୍କ ବାପା ଓ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |

ବାବୁସାନ, ତୃପ୍ତି ଓ ପ୍ରକୃତିଙ୍କ ବିବାଦ ପରେ ତୃପ୍ତି ଶାଶୁ ଘର ଛାଡି ନିଜ ବାପାଙ୍କ ଘରେ ରହୁଛନ୍ତି | ଯୋଉଁଥି ପାଇଁ ବାବୁସାନଙ୍କ ପୁଅ ଗୁଆନ ବାବୁସାନଙ୍କ ଠାରୁ ଦୂରରେ ରହିଛନ୍ତି | ତେବେ ଉତ୍ତମ ମହାନ୍ତିଙ୍କ ଦେହ ଖରାପ ଥିବାରୁ ସେ ପ୍ରତିଟି ମୁହୂର୍ତରେ ନିଜ ନାତିକୁ ଖୋଜୁଛନ୍ତି | କେମିତି ବା ଝୁରିବେନି, ଗୋଟିଏ ବୋଲି ନାତି ତାଙ୍କର | ସେଥି ପାଇଁ ସବୁବେଳେ ସେ ତୃପ୍ତିଙ୍କୁ ଫେରି ଆସିବା ପାଇଁ ଗୁଣୁଗୁଣଉଛନ୍ତି |

ବୋହୂ ତୃପ୍ତିଙ୍କୁ ନାତିକୁ ଧରି ନିଜ ଘରକୁ ଫେରି ଆସିବା ପାଇଁ ଅନୁରୋଧ କରିଛନ୍ତି ତାଙ୍କ ଶ୍ୱଶୁର | ନିଜ ଘରର ଲକ୍ଷ୍ମୀଙ୍କୁ ଘରକୁ ଆସିବା ପାଇଁ କହିଛନ୍ତି | ଶରୀର ଅସୁସ୍ଥ ହେବାରୁ ତାଙ୍କ ନାତିଙ୍କ କଥା ବହୁତ ମନେ ପଡୁଛି | ଯାହା ହୋଇଛି ସେସବୁକୁ ଭୁଲି ସମସ୍ତଙ୍କୁ କ୍ଷମା କରି ଘରକୁ ଆସିବା ପାଇଁ କହିଛନ୍ତି | ବାବୁସାନଙ୍କ ଉପରେ ତୃପ୍ତି ଅଭିମାନ କରିଥିବା ହେତୁ ତାଙ୍କ ନାତିକୁ ଝୁରି ହେଉଛନ୍ତି ଉତ୍ତମ ମହାନ୍ତି | ତେବେ ବାବୁସାନ କିଛି ଦିନ ପୂର୍ବରୁ ଗଣ ମାଧ୍ୟମ ଜରିଆରେ ନିଜର ସ୍ତ୍ରୀ ଓ ଶ୍ୱଶୁରଙ୍କୁ କ୍ଷମା ମାଗି ଥିଲେ | ତା ପର ଠାରୁ ସେମାନଙ୍କ ସମ୍ପର୍କ ଧୀରେ ଧୀରେ ସୁଧୁରିବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।