ସବୁ ସମୟ ଖବର ସାଥିରେ

🛑EXCLUSIVE :ଅଜଗର ( Python ) ସାପ ଗିଳିଦେଇଛି ବୁଦ୍ଧିକୁ ନାହିଁ ବୃଦ୍ଧଙ୍କୁ !ଦେଖନ୍ତୁ ଏ ନେଇ କଣ କହୁଛନ୍ତି ରେଞ୍ଜର ବାବୁ,ଶୁଣିଲେ ଆଶ୍ଚର୍ଯ୍ୟ ହେବେ…ଦେଖନ୍ତୁ video

0 82

ଗତ କିଛି ଦିନ ପୂର୍ବରୁ ଆପଣ ସୋସିଆଲ ମିଡ଼ିଆ ମାଧ୍ୟମରେ ଜଣେ ବୃଦ୍ଧଙ୍କର ନିଖୋଜ ହେବାର ଖବର ପ୍ରସାରିତ ହେବାର ଦେଖି ଥିବେ | ଏହି ବୃଦ୍ଧ ଜଣଙ୍କ ନାମ ହେଉଛି ନନ୍ଦ କିଶୋର | ସେ ସେ କୌଣସି ଏକ କାର୍ଯ୍ୟରେ ଏକ ସ୍ଥାନକୁ ତାଙ୍କର ଲୁନା ସାହାଯ୍ୟରେ ଯାଇ ଥିଲେ ବୋଲି ପରିବାର ଲୋକେ କହିଛନ୍ତି | ହେଲେ ସେଠାରୁ ଆଜକୁ ପାଞ୍ଚ ଛ ଦିନ ହେଲା ସେ ନିଖୋଜ ହୋଇ ଘରକୁ ଫେରି ନାହାନ୍ତି | ଏଥି ପାଇଁ ପରିବାର ଲୋକେ ବିଭିନ୍ନ ଜାଗାରେ ଖୋଜା ଖୋଜି ମଧ୍ୟ କରି ଥିଲେ କିନ୍ତୁ ତାଙ୍କୁ ପାଇ ନ ଥିଲେ |
ହେଲେ ଗତ କଲି ଏକ ସ୍ଥାନରେ ତାଙ୍କର ପୁତୁରା ସମ୍ପର୍କରେ ହେଉ ଥିବା ଜଣେ ଯୁବକ ଏକ ଅଜଗର ସାପକୁ ଦେଖି ଥିଲେ ଓ ସମସ୍ତଙ୍କୁ ଜଣାଇ ଥିଲେ ଯେ ନନ୍ଦ କିଶୋରଙ୍କୁ ସାପ ଗିଳି ଦେଇଛି | ଏହା ନେଇ ସାରା ଗ୍ରାମରେ ହଇଚଇ ସୃଷ୍ଟି ହେବାର ଦେଖା ଯାଇ ଥିଲା | ତାପରେ ବନ ବିଭାଗ ପାଖରୁ ରେଞ୍ଜର ଆସି ଅଜଗରକୁ ପରିବେକ୍ଷଣ କରି ଥିଲେ | ରେଞ୍ଜରଙ୍କ କହିବା ଅନୁସାରେ ଅଜଗରଟି କୌଣସି ଏକ ବନ୍ୟ ଜନ୍ତୁକୁ ନିଶ୍ଚିତ ରୂପେ ଗିଳିଅଛି ତାହା କୌଣସି ମନୁଷ୍ୟକୁ ଗିଳି ନାହିଁ ବୋଲି କହିଛନ୍ତି |

ଏହାର କାରଣ ଦର୍ଶାଇ ସେ କହିଛନ୍ତି କି ଅଜଗର ସାପଟି ମାତ୍ରା ପନ୍ଦର ଫୁଟର ହୋଇ ଥିବା ବେଳେ ନନ୍ଦ କିଶୋରଙ୍କ ଉଚ୍ଚତା ଛ ଫୁଟ ଥିଲା | ଏକ ପନ୍ଦର ଫୁଟର ସାପ କେବେ ହେଲେ ଏକ ମନୁଷ୍ୟକୁ ଗିଳି ପାରେ ନାହିଁ | ଏହା ସେ ତାଙ୍କ ଚାକିରୀ କ୍ଷେତ୍ରରେ ଦେଖି ନାହାନ୍ତି ବୋଲି କହିଛନ୍ତି | ଏକ ଛ ଫୁଟର ମଣିଷକୁ ଗିଳିବା ପାଇଁ ଅତିକମରେ ପଚିଶ ବା ତିରିଶ ଫୁଟର ଏକ ଅଜଗର ହୋଇ ଥିବା ଦରକାର |

ଏହା ପରେ ସେ ବ୍ୟକ୍ତି ଜଣଙ୍କ ଯିବା ସ୍ଥାନରୁ ଅଜଗର ରହିଥିବା ସ୍ଥାନ ପ୍ରାୟ ବାର ସହ ମିଟର ହେବ ଏବଂ ଏହା ଏକ ସମ୍ପୂର୍ଣ ରୂପେ ଜଙ୍ଗଲ ଓ ପାହାଡିଆ ସ୍ଥାନ | ଏହା ନେଇ ଫୋରେନସି ଟିମ ପକ୍ଷରୁ ସନ୍ଧାନୀ କୁକୁର ମଧ୍ୟ ଆସି ଯାଞ୍ଚ କରି ଥିବାର ଜଣା ପଡିଛି | କିନ୍ତୁ କୁକୁରଟି ଅଜଗର ଥିବା ସ୍ଥାନକୁ ନ ଯାଇ କୌଣସି ଏକ ଗାଁ ମଧ୍ୟକୁ ପ୍ରବେଶ କରି ଥିବାର ପୋଲିସ କହିଛି | ଏ ପର୍ଯ୍ୟନ୍ତ ଏହି ଘଟଣାର କୌଣସି ସତ୍ୟ ଜଣା ପଡିନାହିଁ |

ଏ ନେଇ କିଛି ଗଣ ମାଧ୍ୟମରେ ଭୁଲ ତଥ୍ୟ ଦେଖିବାର ମିଳୁଛି | ସେମାନେ କହୁଛନ୍ତି କି ବୃଦ୍ଧଙ୍କୁ ସାପଟି ଗିଳି ଦେଇଛି ଓ ବୃଦ୍ଧଙ୍କ ଗାଡି ସାପ ଠାରୁ ଦୁଇ ସହ ମିଟର ଦୂରରେ ଅଛି | କିନ୍ତୁ ଏହା ସମ୍ପୂର୍ଣ ଭାବେ ମିଛ | ଗାଡିଟି ବୃଦ୍ଧଙ୍କ ଯିବା ସ୍ଥାନ ଠାରୁ ବାର ଶହ ମିଟର ଦୂରରେ ରହି ଥିଲା | ଦୟା କରି ଏହି ସବୁ ପ୍ରସାରଣରୁ ବିରତ ରୁହନ୍ତୁ | ଏ ନେଇ ସ୍ଥାନୀୟ ପ୍ରଶାସନ କଣ କାର୍ଯ୍ୟ କରୁଛନ୍ତି ତାହା ଦେଖିବାକୁ ରହିଲା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।