ସବୁ ସମୟ ଖବର ସାଥିରେ

🛑EXCLUSIVE :ମୋ ମା’ ଉଠୁନି.. ନାତିର ଭିଡିଓ କଲରେ ଦେଖିଲୁ ଝିଅର ଜୀବନ ଚାଲି ଯାଇଛି…ଏମିତି ଅମାନବୀୟ କାଣ୍ଡ ଶୁଣିଲେ କାନ୍ଦି ପକେଇବେ ଆପଣ…ଦେଖନ୍ତୁ video

0 6

ଏହି କିଛି ଦିନ ହେବ ଭୁବନେଶ୍ୱରରେ ଆତ୍ମହତ୍ୟା ଓ ହତ୍ୟାର କେସ ବଢୁ ଥିବାର ଦେଖିବାକୁ ମିଳିଛି | ବିଭିନ୍ନ ଆପାର୍ଟମେଣ୍ଟରେ ସୁଇସାଇଡ ହେବାର ଦେଖିବାକୁ ମିଳୁଛି | ଏଥି ମଧ୍ୟରୁ ବହୁତ ଘଟଣା ମାନସିକ ଦୁଶ୍ଚିନ୍ତା ଯୋଗୁଁ ହେଉ ଥିବାର ଜଣା ପଡିଛି | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ବିଷୟରେ ଜଣାଇ ବାକୁ ଯାଉ ଅଛୁ କି ଏହି ମୃତ୍ୟୁ ଘଟଣାରେ ମୃତ୍ୟର ରହସ୍ୟ ଜାଣି ହେଉ ନାହିଁ | ଆସନ୍ତୁ ଜାଣିବା ସେ ସଂପର୍କରେ |
ଦୁଇ ଦିନ ପୂର୍ବରୁ ସ୍ୱାମୀ ଗାଁକୁ ଯିବା ସମୟରେ ସ୍ତ୍ରୀ ଓ ପୁଅ ଦୁଇ ଜଣ ଭଡା ଘରେ ଥିବା ସମୟରେ ସ୍ତ୍ରୀ ଜଣଙ୍କ ମୃତ୍ୟୁ ବରଣ କରିଛନ୍ତି | ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖାରବେଳ ଥାନା ଶାସ୍ତ୍ରୀ ନଗର ଅଂଚଳରେ |ଏହା ପରେ ପରିବାର ଲୋକେ ଏହାକୁ ହତ୍ୟାର ଅଭିଯୋଗ କରିଛନ୍ତି | କାହିଁକି ନା ତାଙ୍କର ପୁଅ ତାର ଆଇ ଓ ବାପାଙ୍କୁ ଫୋନ କରି କହି ଥିଲା ଜ ମାଆ ଆଉ ଉଠୁନାହିଁ ବୋଲି |

ଏହି ଯୁବକଙ୍କ ନାମ ଅନନ୍ତ ନାରାୟଣ ନାଥ ଓ ଶୁଭଶ୍ରୀ ମହାପାତ୍ର ଯୋଉଁ ମାନେ ଗତ କିଛି ଦିନ ହେଲା ଖାରବେଳ ଥାନା ଶାସ୍ତ୍ରୀ ନଗର ଅଂଚଳରେ ଭଡାରେ ରହୁ ଥିଲେ |ସେମାନେ ଗତ ଦୁଇ ବର୍ଷ ହେଲାଣି ସେଠାରେ ରହି ଆସୁଛନ୍ତି |ଅନନ୍ତ ଜଣେ ଚାକିରିଆ ହୋଇ ଥିଲା ବେଳେ ସେ ଗତ ଦୁଇ ଦିନ ତଳେ ତାଙ୍କ ଗାଁ ଏସନାକୁ ଯାଇ ଥିଲେ | କିନ୍ତୁ ତାଙ୍କ ପୁଅ ମାଆ ଉଠୁ ନ ଥିବାର ଫୋନରେ କହି ଶୀଘ୍ର ଆସିବା ପାଇଁ କହିଥିଲା |

ଶୁଭଶ୍ରୀଙ୍କ ମାଆଙ୍କ କହିବା ଅନୁସାରେ ସେମାନେ ହତ୍ୟା ବା କୌଣସି ଲୁଟ ହୋଇ ଥିବାର ଆଶଙ୍କା କରୁଛନ୍ତି | ତାଙ୍କ ପୁଅ ଟିଉସନ ଯାଇଥିବା ସମୟରେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇ ଥିଲା | ତାଙ୍କର ଆଲମାରୀ ଚାବି ବାହାରେ ପଡି ଥିବାର ଦେଖିବାକୁ ମିଳି ଥିଲା | ତେଣୁ ସେମାନେ ସନ୍ଦେହ କରୁଛନ୍ତି କି କିଏ ମାରି ଦେଇଛି |
ତାଙ୍କର ବାପା କହିଛନ୍ତି କି ସେ ଗୋଟାଏ ତିରିଶରେ ତାଙ୍କ ଝିଅ ସହ କଥା ହୋଇ ଥିଲେ | ଏବଂ ଶୁଭଶ୍ରୀ ବହୁତ ଭଲ ମନ୍ଦ କଥା ଘର ବିଷୟରେ କହି ଥିଲେ |

ଅନନ୍ତଙ୍କ ପୁଅ ତାଙ୍କୁ ସାତଟା ଅଠ ଚାଳିଶରେ ଫୋନ କରି କହି ଥିଲେ ଯେ ମାଆ ସୋଇଛନ୍ତି ଯେ ଆଉ ଉଠୁ ନାହାନ୍ତି | କିନ୍ତୁ ଛ ଟା ପାଇଁଚାଳିଶି ସମୟରେ ଶୁଭଶ୍ରୀ ଅନନ୍ତଙ୍କ ସହ ଫୋନରେ କଥା ହୋଇ ଥିଲେ | କିନ୍ତୁ ଆଶ୍ଚର୍ଯ୍ୟ କର କଥା ଏହାକି ଏହି ତିରିଶ ମିନିଟ ଭିତରେ ଏମିତି କଣ ହୋଇ ଥିଲା ଯେ ଶୁଭଶ୍ରୀ ମୃତ୍ୟୁ ବରଣ କରିଥିଲେ | ଏବଂ ତାଙ୍କ ପୁଅ ଆସିଲା ବେଳକୁ ଘରର କବାଟ ମଧ୍ୟ ଖୋଲା ରହି ଥିଲା |

ଶୁଭଶ୍ରୀଙ୍କ ମୃତ୍ୟୁ ଖବର ପାଇ ଖାରବେଳ ନଗର ପୋଲିସ ସେହି ସ୍ଥାନରେ ପହଂଚି ତଦନ୍ତ ଜାରି ରଖିଛି ଓ ଫୋରେନସିକ ଟିମ ଆସି ମଧ୍ୟ ସେହି ସ୍ଥାନରେ ପହଂଚି ଥିଲା | ଅପରାଧୀକି ଆଜୀବନ କାରାଦଣ୍ଡ ବା ଫାସୀ ଦେବା ପାଇଁ ପରିବାର ଲୋକେ ଅଭିଯୋଗ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।