ସବୁ ସମୟ ଖବର ସାଥିରେ

ସ୍ମାର୍ଟ ସିଟିରେ ବଡ ଖବର ! ବାପା ବ୍ୟାଗରେ ଝିଅର ମୃତ ଦେହ… ସତ ସାମ୍ନାକୁ ଆସିବା ପରେ ଲୋକମାନେ ଏମିତି କାମ କଲେ, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ

0 12

ଆମ ସମାଜ ଏମିତି ସ୍ତରକୁ ପଳେଇ ଯାଇଛି ଯେ ଲୋକ ମାନଙ୍କ ଭିତରେ ସତ ଓ ମିଛ ଭିତରେ ପାର୍ଥକ୍ୟ ପରଖିବା ପାଇଁ ମଧ୍ୟ ସମୟ ନାହିଁ | ଗରିବ ଲୋକ ମାନଙ୍କ ଉପରେ ବିଭିନ୍ନ ପ୍ରକାର ଅତ୍ୟାଚାର ହୋଇ ଚାଲି ଥିଲେ ସୁଦ୍ଧା ତାରିଖ ବିରୋଧ କରିବା ପାଇଁ କେହି ନାହାନ୍ତି | ସମସ୍ତ କାର୍ଯ୍ୟରେ ଗରିବ ଲୋକ ମାନେ ହିଁ ଦଳିତ ହୋଇ ଚାଲିଛନ୍ତି | ଆଜି ଆମେ ଆପଣଙ୍କୁ ଏକ ଗରିବ ବାପାର ତାର ଝିଅକୁ ହରାଇବା ପରର ଦୁଃଖ ବିଷୟରେ ଜଣାଇବାକୁ ଯାଉଛୁ |
ଭୁବନେଶ୍ୱର ଅଂଚଳରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା |ଖଣ୍ଡଗିରି ଅଂଚଳରେ ଜଣେ ବ୍ୟକ୍ତି ରାସ୍ତାରେ ଏକ ବ୍ୟାଗ ଧରି ଯିବା ସମୟରେ କିଛି ଲୋକ ତାଙ୍କୁ ମାଡ଼ ମାରି ଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି | ଏହି ବ୍ୟକ୍ତି ଜଣଙ୍କ ନ ମାରିବା ପାଇଁ ଯେତେ ନେହୁରା ହେଉ ଥିଲେ ମଧ୍ୟ ତାଙ୍କର କଥାକୁ କେହି ଶୁଣୁ ନ ଥିଲେ |

ଏହି ବ୍ୟକ୍ତି ଜଣଙ୍କ ବ୍ୟାଗରେ ଥିଲା ଏକ ମୃତ ବାଳିକା ଏବଂ ସେ ଝିଅ ହେଉଛି ତାଙ୍କର ନିଜ ଝିଅ | ଝିଅଟିକୁ କିଛି ଦିନ ହେଲା ଦେହ ଖରାପ ଥିବାରୁ ସେ ଆଜି ଡାକ୍ତରଙ୍କ ପାଖକୁ ନେଇ ଆସି ଥିଲେ କିନ୍ତୁ ଡାକ୍ତର ସେଠାରେ ଝିଅଟିକୁ ମୃତ ଘୋଷଣା କରି ଥିଲେ | ତେଣୁ ସେ ଝିଅଟିର ଅନ୍ତିମ ସଂସ୍କାର କରିବା ପାଇଁ ନେଉ ଥିବା ବେଳେ ଲୋକ ମାନେ ତାଙ୍କୁ କିଛି ନ ବୁଝି ନ ସୁଝି ମାଡ଼ ମାରିଥିଲେ ଏବଂ ପ୍ରଶ୍ନ ପଚାରୁ ଥିଲେ ଯେ ଝିଅର ମୃତ୍ୟୁ କେମିତି ହେଲା | ବ୍ୟକ୍ତି ଜଣଙ୍କ କହୁଥିଲେ କି ଝିଅର ମୃତ୍ୟୁ କେମିତି ହେଲା ଡାକ୍ତର ଜାଣି ଥିବେ | ମୁଁ ତ ଅପାଠୁଆ ଲୋକ |ମୃତ ଝିଅକୁ ନେଇ ସେ ଆଗରେ ଆସୁଥିବା ବେଳେ ତାଙ୍କ ପୁଅ ଓ ସ୍ତ୍ରୀ ହସ୍ପିଟାଲରୁ ପଛରେ ଆସୁ ଥିବାର ମଧ୍ୟ କହିଛନ୍ତି |

ଏହି ସବୁ ହେବାର କାରଣ ଏହା କି ସେ ଜଣେ ଗରିବ ଲୋକ | ଆମ ସମାଜରେ ଲୋକ ମାନଙ୍କୁ ବୁଝିବ ଦରକାର ଯେ ହୁଏତ ଅର୍ଥର ଅଭାବ ସତ୍ୱେ ମଧ୍ୟ କିଛି ଲୋକ ନିଜ ଝିଅକୁ ଭଲ ଚିକିତ୍ସା ଦେଇ ପାରି ନ ଥାନ୍ତି | ନ ହେଲେ କେହି ବାପା ତାର ଅଲିଓଳି ଝିଅକୁ ବା କାହିଁକି ମାରିବ |

ଏହି ବ୍ୟକ୍ତି ଜଣଙ୍କ ନିଜର ଅଭାବ ପଣ ପାଇଁ ନିଜର କନ୍ୟାଟିକୁ ଆମ୍ବୁଲାନ୍ସରେ ନେଇ ପାରି ନ ଥିଲେ | ତେଣୁ କାହାକୁ ମାଡ଼ ମାରିବା ପୂର୍ବରୁ ତାର ଅବସ୍ଥା ଓ ଦୁଃଖ ବିଷୟରେ ନିଶ୍ଚିତ ଥରେ ପଚାରି ବୁଝନ୍ତୁ | ଏ ଶିଶୁଟିର ବାପା ଅପାଠୁଆ ହେଲେ ମଧ୍ୟ ତାର ପିଲାକୁ ହରାଇବାର ଦୁଃଖ ବିଷୟରେ ବା ସେ କାହାକୁ ଜଣାଇବ | ନିଜର ଅର୍ଥର ଅକ୍ଷମତା ପାଇଁ ସେ ନିଜ ପିଲାକୁ ହରାଇଛି |

ଖଣ୍ଡଗିରି ଥାନାର ପୋଲିସ ଆସି ଏହି ବ୍ୟକ୍ତିଙ୍କୁ ନେଇ ଯାଇଥିଲା ଓ ସେଠାରେ ଏହି ସମସ୍ତ କଥା ଜଣା ପଡିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।