ସବୁ ସମୟ ଖବର ସାଥିରେ

🛑EXCLUSIVE :ତୃପ୍ତି ତୁ ବ୍ୟସ୍ତ ହଅନି, ଆମେ ପ୍ରକୃତିକୁ ୫ କୋଟି କଣ ୫ ଟଙ୍କା ବି ଦେବାନି..ଆଉ ସେ କିଛି କଲେ ତାର ମୁଁ..ଦେଖନ୍ତୁ video

0 14

ବାବୁସାନ ଓ ତୃପ୍ତିଙ୍କ ଘର ଭିତରେ ପ୍ରକୃତି ମିଶ୍ରଙ୍କୁ ନେଇ ହୋଇ ଥିବା ଘଟଣା ଏବେ ଚାରି ଆଡେ ଚର୍ଚ୍ଚାର ବିଷୟ ପାଲଟିଛି | କିଛି ଦିନ ଏହି ଘଟଣା ଥମି ଯାଇଥିଲା କିନ୍ତୁ ପୁଣି ଏହି ଘଟଣା ସାରା ଓଡ଼ିଶାରେ ହଇ ଚଇ ସୃଷ୍ଟି କରିଛି | ପ୍ରକୃତି ପୁଣି ବାବୁସାନ ଓ ତୃପ୍ତିଙ୍କ ପାଇଁ ଝଡ ସୃଷ୍ଟି କରିଛନ୍ତି | ସୋସିଆଲ ମିଡିଆରେ ବାବୁସାନ ଯେତେବେଳେ ତାଙ୍କ ସ୍ତ୍ରୀ ଓ ଶ୍ୱଶୁରଙ୍କୁ କ୍ଷମା ପ୍ରାର୍ଥନା କରି ଥିଲେ ସେବେଠୁ ପ୍ରକୃତି ଆଉ ଥୟ ଧରି ନାହାନ୍ତି |
ହେଲେ ଏପରି ଏକ ଘଡି ସନ୍ଧି ମୁହୁର୍ତରେ ଅପରାଜିତା ମହାନ୍ତି ଜଣେ ଶାଶୁ ହିସାବରେ ପ୍ରତ୍ୟେକଙ୍କ ପାଇଁ ଏକ ଉଦାହରଣ ଏବଂ ଦିଗଦର୍ଶନ ପାଲଟି ଅଛନ୍ତି | ସେ ପ୍ରଥମରୁ ହିଁ ନିଜ ବୋହୁଙ୍କ ସପକ୍ଷରେ ରହିଛନ୍ତି | ଜଣେ ମାଆ ହିସାବରେ ସେ ତାଙ୍କର ପୁଅର ଭୁଲକୁ ସ୍ୱୀକାର ନ କରି ସତ ପଥରେ ତାଙ୍କର ବୋହୁଙ୍କ ସପକ୍ଷରେ ବାହାରି ଥିଲେ ଆଜି ମଧ୍ୟ ତୃପ୍ତିଙ୍କ ବିରୁଦ୍ଧରେ ପ୍ରକୃତିଙ୍କ ପାଞ୍ଚ କୋଟି ଟଙ୍କା ଜୋରିମାନା ଏବଂ ମାନ ହାନି କେସରେ ମଧ୍ୟ ସେ ନିଜ ବୋହୂଙ୍କୁ ସାହସ ଦେଉଛନ୍ତି ଓ ତାଙ୍କର ମେରୁଦଣ୍ଡ ହୋଇ ଛିଡା ହୋଇଛନ୍ତି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |

କିଛି ଦିନ ପୂର୍ବରୁ ବାବୁସାନ ଗଣ ମାଧ୍ୟମ ଆଗରେ ନିଜର ଶ୍ୱଶୁର ଲଳିତ ଶତପଥି ଓ ସ୍ତ୍ରୀଙ୍କୁ କ୍ଷମା ମାଗି ଥିବାର ଭିଡିଓ ଭାଇରଲ ହୋଇଥିଲା | ସେ ସେମାନଙ୍କୁ ଆଉ କେବେ ବି କଷ୍ଟ ନ ଦେବାର ଶପଥ ମଧ୍ୟ କରି ଥିଲେ | ଏହି ଘଟଣା ଘଟିବାର ଠିକ ପର ଦିନ ପ୍ରକୃତି ମିଶ୍ର ହାଇକୋର୍ଟର ଦ୍ୱାରସ୍ଥ ହୋଇ ତୃପ୍ତି ଶତପଥୀ ଓ ତାଙ୍କ ବାପା ଲଳିତ ଶତପଥୀଙ୍କ ଉପରେ ମାନହାନି କେସ କରି ଥିବାର ସୂଚନା ମିଳି ଥିଲା |

ସେ କହିଛନ୍ତି କି ପୋଲିସ ସଠିକ କାର୍ଯ୍ୟାନୁଷ୍ଠାନ ନ ନେବାରୁ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି | ସେ ପ୍ରଥମେ ହାଇକୋର୍ଟ ଓ ତାପରେ ଜିଲ୍ଲା ଦୌରା କୋର୍ଟରେ ପହଂଚି ମାନହାନି ମୋକଦମା କରିଛନ୍ତି |ଏବଂ ବାବୁସାନଙ୍କ ସ୍ତ୍ରୀ ଓ ଶ୍ୱଶୁରଙ୍କ ଉପରେ ପାଞ୍ଚ ଲକ୍ଷ ଦଶ ହଜାର ତାଙ୍କର ଜୋରିମାନା ଲଗାଇଛନ୍ତି |

ହେଲେ ଏ ନେଇ ଅପରାଜିତା ମହାନ୍ତି ତୃପ୍ତିଙ୍କୁ ଆଶ୍ୱାସନା ଦେଇ ଛନ୍ତି | ସେ ପାଞ୍ଚ କୋଟି କଣ ପାଞ୍ଚ ଟଙ୍କା ମଧ୍ୟ ବିନା ଦୋଷରେ କାହାକୁ ଦେବାକୁ ରାଜି ନାହାନ୍ତି | ସେ କହିଛନ୍ତି ଟୁ ଯାହା କରିଛୁ ଠିକ କରିଛୁ | ଟ ସ୍ୱାମୀକୁ ଠିକ ରାସ୍ତାକୁ ଆଣିବା ପାଇଁ ଓ ପୁଅକୁ ମୋ ପାଖକୁ ପ୍ରକୃତିର କବଳରୁ ମୁକ୍ତ କରିଛୁ | ଅପରାଜିତା ଜାଣି ଥିଲେ ଯେ ତାଙ୍କର ପୁଅ ଖରାପ ବାଟରେ ଯାଉଛି ସେଥି ପାଇଁ ସେ ବୋହୁଙ୍କ ସପକ୍ଷରେ ଛିଡା ହୋଇ ଥିଲେ |

ସେ ନ୍ୟାୟର ସହିତ ଏହାକୁ ସାମ୍ନା କରିବା ପାଇଁ ଉପଦେଶ ଦେଇ ଛନ୍ତି | ଏହି ଶାଶୁ ବୋହୂର ସମ୍ପର୍କ ଦେଖି ସାରା ଓଡିଶା ଅବାକ ରହିଥିଲା | ଅପରାଜିତାଙ୍କ ପ୍ରତି ଓଡିଶା ବାସୀଙ୍କ ହୃଦୟରେ ସମ୍ମାନ ବଢ଼ି ଯାଇଥିଲା | ଆଉ ଦେଖିବାକୁ ରହିଲା ଏହି ଝଗଡାର ଅନ୍ତ କେବେ ଘଟୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।