ସବୁ ସମୟ ଖବର ସାଥିରେ

ପାଦ ଯନ୍ତ୍ରଣା ( Heel Pain ) ହେଲେ କ’ଣ କରିବେ?Dr . Samiksha Agarwal

0 9

ଆଜିକାଲି କାମର ଚାପ ଯୋଗୁଁ ପାଦ ଯନ୍ତ୍ରଣା ବା ହିଲ ପେନ ପ୍ରାୟ ଅଧିକାଂଶ ଲୋକଙ୍କ ପାଖରେ ଦେଖା ଗଲାଣି | କାରଣ ହିଲ ହିଁ ଆମ ଶରୀରକୁ ବହନ କରିଥାଏ |ଆମର ଚାଲିବା, ଦୌଡିବା, କୁଦିବା ଦ୍ୱାରା ସେଇଥି ଆଗ ପ୍ରଭାବ ପଡିଥାଏ |ଆମ ପାଦରେ ବହୁତ ଗୁଡିଏ ବୋନ ବା ହାଡ ଅଛି |ଗୋଡ଼ରେ ଥିବା ଟି ଭି ଆର ଫେବୁଲସ ବୋନଟି ଟେଲସ, କାଲକାଲସ ହାଡ ସହ ମିଶିଥାଏ | ତା ସହିତ ବହୁତ ଗୁଡିଏ ହାଡ ସେଠାରେ ରହିଥାଏ | ସାଧାରଣତଃ ଆମ ପାଦକୁ ତିନିଟି ଭାଗରେ ବିଭକ୍ତ କରା ଯାଇଥାଏ |ପ୍ରଥମେ ଫର ଫୁଟ, ଯୋଉଁଠି ଆମର ଆଙ୍ଗୁଠି ଥାଏ | ତାପରେ ମିଡ଼ିଲ ଫୁଟ ଏବଂ ପଛଟି ହେଲା ହାଇଣ୍ଡ ଫୁଟ ଯୋଉଠି ଆମର ହିଲ ରହିଛି |ଗୋଇଠି ବ୍ୟଥାର କାରଣ :-ସାଧାରଣ କାରଣ ହେଲା ଆରଥ୍ରାଇଟିସ, ଯୋଉଁଥି ପାଇଁ କି ଆପଣଙ୍କର ଆଣ୍ଠୁ, ଅଣ୍ଟା ଆଦି ବ୍ୟଥା ହୋଇଥାଏ | ହୁଏତ ତାହା ଓଷ୍ଟିଓ ଆରଥ୍ରାଇଟିସ ନହେଲେ ହ୍ୟୁମାଟଡ଼ ଆରଥ୍ରାଇଟିସ ହୋଇପାରେ | ତାଛଡା ଆପଣଙ୍କ ହାଡରେ କ୍ଷତ ହୋଇପାରେ ଯେପରିକି ପୂର୍ବରୁ କୌଣସି ଦୁର୍ଘଟଣା ଘଟିବା ଓ ଅବହେଳା ସକାଶେ ବ୍ୟଥା ବଢ଼ି ଯାଇପାରେ |ଯଦି ଆପଣଙ୍କ ହିଲରେ ବେଶୀ ଦୌଡିବା, ଚାଲିବା ଦ୍ୱାରା ଛୋଟ ଇନଜୁରି ହୋଇଥାଏ ଏବଂ ତାହା ବେଶୀ ଦିନ ପରେ ବଡ ଆକାର ନେଇଥାଏ |

କେତେ ସମୟରେ ବୋନି ସ୍ପୋର ସୃଷ୍ଟି ହେବ ଦ୍ୱାରା ତଳିପାଦରେ ଏକ୍ସଟ୍ରା ବୋନ ବାହାରିଥାଏ | ଆମ ବୋନକୁ ଲାଗିକି ବହୁତ ଲିଗାମେଣ୍ଟ, ଟେଣ୍ଡନ ରହିଥାଏ ଯୋଉଁଗୁଡାକ ଆମର କୌଣସି ଜାଗାରେ ପଡିଯିବା ପରେ ଟେଣ୍ଡନର ଚାରିପାଖେ ପାଣି ଜମା ହୋଇଯାଏ ଓ ପେନ ହୋଇଥାଏ କାରଣ ଆଗୁଡିକ ବହୁତ ସୁକ୍ଷ୍ମ ହୋଇଥାନ୍ତି

|ଆମ ଗୋଇଠିର ଚାରିପାଖେ ନର୍ଭ ଜୋନ ଥାଏ ଏବଂ ଯେତେବେଳେ ଏଗୁଡିକ ଆଘାତ ପାଇଥାନ୍ତି ଏହା ଆମକୁ କଷ୍ଟ ଦେଇଥାଏ |ଟ୍ୟୁମର, ଭାଷକୁଲାର ଏବନରମାଲିଟି ଏବ କୌଣସି ଇନଫେକ୍ସନରୁ ପେନ ହୋଇଥାଇପାରେ |ବେଳେବେଳେ ଅଣ୍ଟା ବ୍ୟଥା ପାଇଁ ମଧ୍ୟ ଗୋଇଠି ପେନ ହୋଇଥାଏ କାରଣ ନର୍ଭ ଗୁଡିକ ଆନ୍ତକୁ ଯୋଡି ହୋଇରହିଥାଏ |ମେଦ ବହୁଳତା ମଧ୍ୟ ଏକ କାରଣ ହୋଇପାରେ |
ଗୋଇଠି ଯନ୍ତ୍ରଣାର ଚିକିତ୍ସା ଓ ନିରାକରଣ :-

ଏଥିପାଇଁ ରକ୍ତ ପରୀକ୍ଷା ଅଥବା ଏକ୍ସ ରେ ହୋଇଥାଏ ଏବ ଅତ୍ୟଧିକ ହେଲେ ସିଟି ସ୍କାନ ହୋଇଥାଏ | ଏହି ଚିକିତ୍ସାରେ ସର୍ଜରୀକୁ ବିଶେଷ ଗୁରୁତ୍ୱ ଦିଆଯାଏନାହିଁ | ପ୍ରାଥମିକ ଅବସ୍ଥାରେ ଡାକ୍ତର ମାନେ ପ୍ରପୋର ଫିଟେଡ଼ ଜୋତା ଦେଇଥାନ୍ତି |ହାଇ ହିଲ ବ୍ୟବହାର ପାଇଁ ମନା କରିଥାନ୍ତି | ଫିଜିଓଥେରାପି ଏବଂ ବିଭିନ୍ନ ଏକ୍ସରସାଇଜ ଦ୍ୱାରା ଅଧିକାଂଶ ଭଲ ହୋଇଥାନ୍ତି |
କିଛି ରୋଗୀଙ୍କୁ ପେନ ପାଇଁ ମେଡ଼ିସିନ ନେବାକୁ ପଡିଥାଏ | ଯଦି ନିଉରାଲଜିଆ ହୋଇଥାଏ ତେବେ ଆପଣଙ୍କୁ କିଛି ଇଞ୍ଜେକ୍ସନ ନେବାକୁ ପଡିଥାଏ |ଏହାର ନିରାକରଣ ପାଇଁ ଓଜନ ହ୍ରାସ କରିବା ସହିତ ପ୍ରପୋର ଫିଟେଡ଼ ଜୋତାବ୍ୟବହାର କରିବାକୁ ପଡିବ | ପ୍ରତ୍ୟେକ ଦିନ ଏକ୍ସରସାଇଜଏବଂ ୱାର୍ମ ଅପ କରିବା ଦରକାର ଏବଂ ଇଂଜୁରୀ ଠାରୁ ସଚେତନ ରୁହନ୍ତୁ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।