ସବୁ ସମୟ ଖବର ସାଥିରେ

🛑EXCLUSIVE : ସାମ୍ନାକୁ ଆସିଲା ବଡ ସତ ! ଦିନେଶଙ୍କ ପାଖରୁ ଦୁରେଇ ଯିବା ପାଇଁ ଦୀପିକାଙ୍କୁ ପଇସା ଯଚା ଯାଉଥିବାର ( Audio Call ) ହେଲା ଭାଇରଲ, ଶୁଣନ୍ତୁ…

0 13

ବ୍ରହ୍ମପୁରରେ କେ ଦୀପିକାଙ୍କ ଘଟଣାକୁ ବହୁତ ଦିନ ବିତି ଯାଇଥିଲେ ମଧ୍ୟ ସମାଧାନର କୌଣସି ରାସ୍ତା ଏତେ ପର୍ଯ୍ୟନ୍ତ ବାହାରି ପାରି ନାହିଁ | ତାଙ୍କୁ ଦୀନେଶଙ୍କ ପରିବାର ତରଫରୁ ଅଶ୍ଳୀଳ ବ୍ୟବହାର କରା ଯାଇ ଥିଲେ ମଧ୍ୟ ଦୀପିକା ତାଙ୍କ ଜିଦରେ ଅଟଳ ଅଛନ୍ତି | ସେହି ଗୋଟିଏ ସ୍ଥାନରେ ଖାଉଛନ୍ତି, ପିଉଛନ୍ତି ଏବଂ ଶୋଉଚନ୍ତି |ତାଙ୍କର ଦାବି ରହୁଛି ଯେ ତାଙ୍କୁ ସ୍ତ୍ରୀର ମାନ୍ୟତା ମିଳୁ ଏବଂ ତାଙ୍କ ପିଲାକୁ ବାପାର ମାନ୍ୟତା ମିଳୁ | ସେ କହିଛନ୍ତି କି ତାଙ୍କର କିଛି ଧନ ସମ୍ପତ୍ତି ଦରକାର ନାହିଁ | କେବଳ ତାଙ୍କ ସ୍ୱାମୀ ଦରକାର |ଯୋଉଁଥି ପାଇଁ ସେ ତାଙ୍କର ବୟଫ୍ରେଣ୍ଡଙ୍କ ଘର ସମ୍ମୁଖରେ ଧାରଣା ଦେଇଛନ୍ତି |
ଏବେ ଗଣ ମାଧ୍ୟମରେ ଏକ ଅଡିଓ ବେଶ ଭାଇରଲ ହେବାରେ ଲାଗିଛି | ସେ ଭିଡିଓରୁ ସ୍ପଷ୍ଟ ଭାବରେ ଜଣା ପଡୁଛି କି ଦୀପିକାଙ୍କୁ ଟଙ୍କାର ପ୍ରଲୋଭନ ଦେଖା ଯାଉଛି | ଟଙ୍କା ନେଇ ଦୀନେଶଙ୍କ କେସ କ୍ଲୋଜ କରିବା ପାଇଁ ଚେଷ୍ଟା କରା ଯାଉଛି | ଆଜି ଆମେ ଆପଣଙ୍କୁ ଏହି ଅଡିଓ ରେକର୍ଡ଼ିଂ ବିଷୟରେ ଜଣାଇ ବାକୁ ଯାଉଅଛୁ |

ଏହି ଓଡିଓରେ ଶୁଣି ବାକୁ ମିଳୁଛି ଯେ ପାର୍ଥ ନାମକ ଜଣେ ବ୍ୟକ୍ତି ଦୀନେଶଙ୍କର ବେଲ ହେବାର ଖବର ଦୀପିକାଙ୍କୁ ଜଣାଉ ଅଛନ୍ତି | ଏବଂ ପଚାରୁଛନ୍ତି ଯେ ଦିନେଶଙ୍କର ବେଲ ପରେ କୋମ୍ପରମାଇଜ କରିବା ପାଇଁ | କେତେବେଳେ ଟଙ୍କା ନେଇ କୋମ୍ପରମାଇଜ କରିବାର ପ୍ରଶ୍ନ ପଚାରୁଛନ୍ତି | ହେଲେ ଦୀପିକା ସ୍ପଷ୍ଟ ଭାବରେ କହୁଛନ୍ତି ଯେ ସେ କେବେ ହେଲେ ପଇସା ନେବାକୁ ଚାହିଁ ନାହାନ୍ତି | ପଇସା ପାଇବେ କଣ ସେ ଇଜ୍ଜତ ପାଇବେ ବୋଲି ପଚାରିଛନ୍ତି |

ଦୀପିକା ଦୀନେଶ ସହ କଥା ହେବେନି ବୋଲି ମନା କରୁଛନ୍ତି ଓ ନ୍ୟାୟ ସହକାରେ ଲଢ଼ିବେ ବୋଲି କହୁଛନ୍ତି | ଫେସବୁକରେ କେମିତି ସେମାନଙ୍କର ଫୋଟୋ ଅପଲୋଡ଼ ହୋଇଛି ବୋଲି ସେ ବ୍ୟକ୍ତି ଜଣଙ୍କ ପ୍ରଶ୍ନ ପଚାରୁଛନ୍ତି | ଦୀପିକା ଫୋଟ ଅପଲୋଡ଼କରିନାହାନ୍ତି କହୁଥିବା ବେଳେ ତାଙ୍କର ଫେସବୁକ ଆଇ ଡି ଦୀନେଶଙ୍କ ପାଖରେ ଥିବାର ସୂଚନା ଦେଉଛନ୍ତି |

ଦୀପିକା କହିଛନ୍ତି ଯେହେତୁ ଦୀନେଶ ବିବାହ କରିବା ନେଇ ପ୍ରତିଶୃତି ଦେଇଥିଲେ ତା ସେଥିଲାଗି ସେମାନଙ୍କ ଭିତରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ରହିଥିଲା ନଚେତ ରହି ନ ଥାନ୍ତା |ଦୀପିକା କହିଛନ୍ତି ଯେ ଦୀନେଶ ଓ ତାଙ୍କ ଭିତରେ ସମ୍ପର୍କ ବହୁତ ନିବିଡ଼ ରହି ଥିଲା, ଏମିତି କି ଦୀନେଶ ଗୋଟିଏ ଦିନ ନ ଦେଖିଲେ ରହି ପାରୁ ନ ଥିଲେ ଏବଂ କିଛି ବି ଗଣ୍ଡଗୋଳ ହେଉ ନ ଥିଲା |

କିନ୍ତୁ ଯେବେଠୁଁ ଦୀନେଶ ଶୁଣିଲେ ଯେ ଦୀପିକା ପ୍ରେଗନାଣ୍ଟ ଅଛନ୍ତି ବୋଲି ସେବେଠୁ ସେମାନଙ୍କ ସମ୍ପର୍କରେ ଝଡ ସୃଷ୍ଟି ହୋଇ ଥିଲା ଓ ଦୀନେଶ ତାଙ୍କୁ ଇଗନର କରିବାକୁ ଲାଗିଥିଲେ |ଏବେ ଦେଖିବାକୁ ରହିଲା ଏହି ଘଟଣାର ଅନ୍ତ କେବେ ଘଟୁଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।