ସବୁ ସମୟ ଖବର ସାଥିରେ

🛑EXCLUSIVE :ପୋଲିସର ଜେରାରେ କାନ୍ଦି ପକାଇଲେ ସୌମ୍ୟଜିତ, ଚନ୍ଦ୍ରଶେଖରପୁର ଥାନା ପୋଲିସ ସୌମ୍ୟଜିତଙ୍କୁ ହେପାଜତକୁ ନେଇଛି, ସେଦିନ ରାତିରେ ଏମିତି କଣ ହୋଇଥିଲI..ଦେଖନ୍ତୁ ଏହି Video

0 108

ତିନି ଦିନ ହେଲାଣି ଗଣ ମାଧ୍ୟମରେ ଭାଇରଲ ହେଉଛି ମାତ୍ର ଗୋଟିଏ ଖବର ତାହା ହେଉଛି ଶ୍ଵେତା ଉତ୍କଲା କୁମାରୀଙ୍କ ମୃତ୍ୟୁର ରହସ୍ୟ | ଶ୍ଵେତା ପେଶାରେ ଜଣେ ସଫ୍ଟୱାରେ ଇଞ୍ଜିନିଅର ହୋଇଥିବା ବେଳେ ସେ ଭୁବନେଶ୍ୱରରେ ଇଂଫୋସିସ କମ୍ପାନୀରେ ଜବ କରୁ ଥିଲେ | ନିଜେ ସେ ଜଣେ ଉଚ୍ଚ ଶିକ୍ଷିତ ମହିଳା ହୋଇଥିବା ବେଳେ ଭଲ ଚାକିରୀ ମଧ୍ୟ କରି ଥିଲେ | ସେ ଭୁବନେଶ୍ୱରର ଶୈଳେଶ୍ରୀ ବିହାର ଅଞ୍ଚଳରେ ଏକ ଆପାର୍ଟମେଣ୍ଟ ଭଡାରେ ନେଇ ତିନି ଜଣ ସାଙ୍ଗ ସହ ରହୁଥିଲେ | କିନ୍ତୁ ହଠାତ ତାଙ୍କ ରୁମରୁ ତାଙ୍କର ମୃତ ଦେହ ମିଳିଥିଲା |
ପୋଲିସର ତଦନ୍ତ ପରେ ଜଣା ପଡି ଥିଲା ଯେ ସୌମ୍ୟଜିତ ମହାପାତ୍ର ନାମକ ଜଣେ ଯୁବକଙ୍କୁ ଭଲ ପାଉ ଥିଲେ | ସେ ମଧ୍ୟ ସେହି କଂପାନୀରେ ଚାକିରୀ କରୁଥିଲେ | ଦୁହିଁଙ୍କ ଭିତରେ ପ୍ରେମ ସଂପର୍କ ଥିବାରୁ ତାଙ୍କ ବାପା ବିବାହ କରି ଦେବା ପାଇଁ ଚାହୁଁଥିଲେ ଏବଂ ତାଙ୍କ ଘରକୁ ପ୍ରସ୍ତାବ ନେଇ ଯାଇଥିଲେ |

ଶ୍ଵେତାଙ୍କ ବାପା ତାଙ୍କ ଘରକୁ ପ୍ରସ୍ତାବ ନେଇ ଯିବା ସମୟରେ ତାଙ୍କ ଘରେ ତିରିଶ ଲକ୍ଷ୍ ତାଙ୍କର ଡିମାଣ୍ଡ କରି ଥିଲେ ଯାହାକୁ ଶ୍ଵେତାଙ୍କ ବାପା ପ୍ରତ୍ୟଖାନ କରି ଥିଲେ | ଏବଂ ଶ୍ଵେତାଙ୍କ ବାପା ଓ ଭାଇ ଗଣ ମାଧ୍ୟମ ଆଗରେ ନିଜର ମନ୍ତବ୍ୟ ରଖି କହିଛନ୍ତି ଯେ ସୌମ୍ୟଜିତ ହିଁ ତାଙ୍କ ଝିଅକୁ ମୃତ୍ୟୁ ପାଇଁ ପ୍ରବାର୍ତ୍ତାଇଛି | ସୌମ୍ୟଜିତ ତାଙ୍କ ଝିଅକୁ ମାନସିକ, ଦୈହିକ ଏବଂ ଆର୍ଥିକ ନିର୍ଯାତନା ଦେଇ ଛନ୍ତି |

ଶ୍ଵେତାଙ୍କର ବହୁତ ଟଙ୍କା ସୌମ୍ୟଜିତ ନେବାର କହିଛନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ଶ୍ଵେତା ତାଙ୍କୁ ସାହାଯ୍ୟ କରିଛନ୍ତି | ଏହା ମଧ୍ୟରେ ଶ୍ଵେତା ଓ ସୌମ୍ୟଙ୍କର ଏକ ଅଡିଓ ଭାଇରଲ ହେବାରେ ଲାଗିଛି| ଯୋଉଁଥିଲେ ଜାଣିବାକୁ ମିଳୁଛି କି ଶ୍ଵେତା ସୌମ୍ୟଙ୍କୁ ପାଗିଳି ପରି ଭଲ ପାଉଥିଲେ ଏବଂ ସେ ତାଙ୍କ ଛଡା କାହାକୁ ବିବାହ କରିବେ ନାହିଁ ବୋଲି କହୁଛନ୍ତି | କିନ୍ତୁ ସେମାନଙ୍କ ମଧ୍ୟରେ କିଛି ତିକ୍ତତା ଯୋଗୁଁ ସୌମ୍ୟ ତାଙ୍କ ସହ ବ୍ରେକ ଅଫ କରିବାକୁ ଚାହୁଁଛନ୍ତି ଏବଂ ତାଙ୍କ ଜୀବନରୁ ଦୁରେଇ ଯିବାକୁ କହୁଛନ୍ତି |ଅଶ୍ଳୀଳ ଗାଳି ଗୁଲଜ କରିବା ସହ ମରିଯା ବୋଲି କହୁ ଥିବାର ଶୁଣିବାକୁ ମିଳୁଛି |

ଇତି ମଧ୍ୟରେ ସୌମ୍ୟଙ୍କ ଆରେଷ୍ଟ ନେଇ ଶ୍ଵେତାଙ୍କ ବାପା ଏତଲା ଦାୟର କରିଥିଲେ ଏବଂ ଭୁବନେଶ୍ୱର ପୋଲିସ ସୌମ୍ୟଙ୍କ ପାଇଁ ନୋଟିସ ଜାରି କରିଥିଲା| ଆଜି ଦେଖିବାକୁ ମିଳିଛି ଯେ ସୌମ୍ୟ ଆସି ଥାନାରେ ଉପସ୍ଥିତ ହୋଇଛନ୍ତି | ଏବେ ସେ ଚନ୍ଦ୍ରଶେଖରପୁର ଥାନା ପୋଲିସର ହେପାଜତରେ ସୌମ୍ୟ ଅଛନ୍ତି | ତାଙ୍କୁ ପ୍ରଶ୍ନ ପଚାରି ସତ ବାହାର କରିବାକୁ କମିଶନରେଟ ପୋଲିସ ଚେଷ୍ଟା କରିଛି |

ଏହା ମଧ୍ୟ୍ୟ ଶୁଣିବାକୁ ମିଳୁଛି କି ତାଙ୍କୁ ଜେରା ହେବା ସମୟରେ ଭୋ ଭୋ ହୋଇ କାନ୍ଦି ପକାଇଛନ୍ତି ସୌମ୍ୟଜିତ | ଜୀବନ ହାରିବା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ସୌମ୍ୟଜିତଙ୍କ ବିରୋଧରେ ୩o୬ ଦଫା ମାମଲା ରୁଜୁ କରାଇଛି ପୋଲିସ | ମୃତ୍ୟୁର ଅଧା ଘଣ୍ଟା ପୂର୍ବରୁ ଶ୍ଵେତା ତାଙ୍କୁ ପନ୍ଦର ଥର କଲ କରିଥିବାର ଜଣା ପଡିଛି ହେଲେ ସୌମ୍ୟ ତାଙ୍କର ଫୋନର ଉତ୍ତର ଦେଇ ନ ଥିଲେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।