ସବୁ ସମୟ ଖବର ସାଥିରେ

.🛑EXCLUSIVE :ପ୍ରେମିକାକୁ ଧୋକା ଦେଲେ ଆର୍ମି ଅଫିସର !ବାହା ହେବ କହି 8ବର୍ଷ ସମ୍ପର୍କ ରଖିଲା… ଅଭିଯୋଗ ଆଣିଲେ ଯୁବତୀ…ଶୁଣନ୍ତୁ ତାଙ୍କ ମୁହଁ ରୁ….

0 24

ଦିନକୁ ଦିନ ସମାଜରେ ଅସାମାଜିକତା ବଢ଼ିବାରେ ଲାଗିଛି | ପ୍ରେମକୁ ଏକ ଖେଳ ଘର ବୋଲି ଆଜିର ଯୁବ ପିଢ଼ି ଭାବୁଛନ୍ତି | ପ୍ରକୃତ ପ୍ରେମର ମୂଲ୍ୟ ବୁଝୁ ନାହାନ୍ତି | ଆପଣ ମାନେ ଗଣ ମାଧ୍ୟମ ଦ୍ୱାରା ପ୍ରତ୍ୟେକ ଦିନ ସମାଜରେ ଘଟୁଥିବା ଲଭ, ସେକ୍ସ ଓ ଧୋକାର ବିଭିନ୍ନ ଘଟଣା ଦେଖିବାକୁ ପାଉ ଥିବେ | ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ | ଜଣେ ପ୍ରେମିକା ଆଠ ବର୍ଷର ସମ୍ପର୍କ ପରେ ପ୍ରେମିକଙ୍କ ନାମରେ ଏତଲା ଦେବା ପାଇଁ ଥାନାରେ ଦ୍ୱାରସ୍ଥ ହୋଇ ଅଛନ୍ତି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଆଜି ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଣ୍ଡଗିରି ଥାନାରେ | ଜଣେ ଯୁବତୀ ନିଜର ପ୍ରେମିକ ଯିଏ କି ଜଣେ ଆର୍ମି ଅଫିସର ତାଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି | ବିଶେଷ ସୂତ୍ରରୁ ଜଣା ପଡିଛି କି ଯୁବକ ଜଣଙ୍କର ଘର ହେଉଛି ବ୍ରହ୍ମପୁର ଜିଲ୍ଲାର ଦିଗ ପହଣ୍ଡି ବ୍ଲକ ଅନ୍ତର୍ଗତ ବଜା ପଲ୍ଲୀ ଗ୍ରାମରେ | ଏହି ଯୁବକଙ୍କ ନାମ ହେଉଛି ଲୋପେଣ୍ଡି ପବିତ୍ର ରେଡ୍ଡୀ |

ମହିଳା ଜଣଙ୍କର ଅଭିଯୋଗ ଅନୁସାରେ ତାଙ୍କ ମାଉସୀ ଘର ଗାଁରେ ଯୁବକ ଜଣଙ୍କ ଘର ଏବଂ ସେ ଯିବା ଆସିବା ସମୟରେ ଯୁବତୀ ଜଣଙ୍କୁ ଭଲ ପାଇ ବସିଥିଲେ | ଏବଂ ସମସ୍ତଙ୍କ ହାତରେ ଚିଠି ଲେଖି ପ୍ରେମ ଆବେଦନ କରୁ ଥିଲେ ଯାହା ଫଳରେ ଯୁବତୀ ଜଣଙ୍କ ରାଜି ହୋଇ ଭଲ ପାଇବାରେ ଲାଗିଥିଲେ | ଦୀର୍ଘ ଆଠ ବର୍ଷ ହେଲା ସେମାନଙ୍କର ପ୍ରେମ ସମ୍ପର୍କ ରହି ଆସୁଅଛି |

ସେତେବେଳେ ତାଙ୍କର ଚାକିରୀ ନ ଥିଲା | ଚାକିରୀ ହେଲା ପରେ ସେ ଯୁବତୀଙ୍କ ଘରକୁ ଯାଇ ତାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ | ଯୋଉଁଥି ପାଇଁ ଝିଅଙ୍କ ପରିବାର ଲୋକେ ରାଜି ହୋଇ ଯାଇଥିଲେ | ଯାହା ଫଳରେ ସେମାନେ ନୋଟାରୀରେ ବିବାହ ମଧ୍ୟ କରିଛନ୍ତି | କିନ୍ତୁ ଏବେ ତାଙ୍କର ପରିବାର ରାଜି ଣା ହେଉଥିବା କାରଣରୁ ଯୁବତୀ ଜଣଙ୍କୁ ଗ୍ରହଣ କରିବା ପାଇଁ ମନା କରୁଛନ୍ତି | ଯୁବତୀଙ୍କ ନମ୍ବର ବ୍ଲକ କରିବା ସହିତ ତାଙ୍କର ପରିବାର ଲୋକଙ୍କ ସହିତ ସମ୍ପର୍କ ରଖି ନ ଥିଲେ ପବିତ୍ର |

ଯୁବତୀଙ୍କ କହିବା ଅନୁସାରେ ପବିତ୍ର ଛୁଟିରେ ଘରକୁ ଆସିଲେ ଅଧିକାଂଶ ଦିନ ଯୁବତୀଙ୍କ ଘରେ ରହୁଥିଲେ | ସେମାନେ ବହୁତ ସ୍ଥାନକୁ ସାଙ୍ଗରେ ବୁଲିବାକୁ ମଧ୍ୟ ଯାଇଛନ୍ତି | ଏବଂ ତାଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ ଅନେକ ଥର ଶାରୀରିକ ସମ୍ପର୍କ ରଖୁ ଥିଲେ | ଏହା ମଧ୍ୟରେ ଯୁବତୀ ଜଣଙ୍କ ୩ ଥର ଗର୍ଭପାତ ମଧ୍ୟ କରାଇଛନ୍ତି | ଗର୍ଭବତୀ ଅବସ୍ଥାରେ ବିବାହ କରିବାକୁ ମନା କରୁଥିଲେ ଯୁବକ ଜଣକ | ଗର୍ଭପାତ କରିବାର ମେଡ଼ିସିନ ମଧ୍ୟ ସେ ଆଣି କରି ଦେଇଛନ୍ତି | ଅ ବିଷୟରେ ଯୁବତୀଙ୍କ ପରିବାର ତଥା ଗାଁରେ ମଧ୍ୟ ସମସ୍ତେ ଜାଣିଛନ୍ତି |

ଶେଷ ଥର ପାଇଁ ସେ ଜୁନ ୩ ତାରିଖରେ ପବିତ୍ରଙ୍କ ସହ ଦେଖା କରିଥିଲେ | ଜୁନ ଚାରି ତାରିଖରେ ସେ ବିବାହ କରିବା ପାଇଁ ମନା କରିଥିଲେ ଏବଂ କହିଥିଲେ କି ବାପା ଓ ମାଆ ରାଜି ହେଉନାହାନ୍ତି ବୋଲି | ଯୁବତୀ ଜଣଙ୍କ ଏବେ ନ୍ୟାୟ ପାଇଁ ଥାନାକୁ ଆସିଛନ୍ତି ଏବଂ ତାଙ୍କର ଦାବି ରହିଛି କି ସେ କେବଳ ତାଙ୍କୁ ହିଁ ବିବାହ କରିବେ ନ ହେଲେ ଆତ୍ମହତ୍ୟା କରିବାର ସୂଚନା ଦେଇଛନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।