ସବୁ ସମୟ ଖବର ସାଥିରେ

🛑EXCLUSIVE :ବଦଳିଗଲା ସୁଭଦ୍ରାଙ୍କ ଜୀବନ, ମିଳିଗଲା ବଡ ଭଉଣୀ..ସ୍ବପ୍ନ ଗଢିବାକୁ ଯିବେ ଭୁବନେଶ୍ୱର,ଏ ନେଇ କଣ କହିଲେ ସୁଭଦ୍ରା…ଦେଖନ୍ତୁ Video

0 10

କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଭାଇରଲ ହେଉ ଥିବା ଏକ ଘଟଣା ବିଷୟରେ ଆପଣ ମାନେ ସମସ୍ତେ ଜାଣି ଥିବେ |ବାଲେଶ୍ୱର ରେମୁଣା ବ୍ଲକ ଅନ୍ତର୍ଗତ ଏକ ଗ୍ରାମରେ ସୁଭଦ୍ରା ନାମକ ଏକ ଝିଅ ଯିଏ କି ଆମର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଏକ ଚିଠି ଲେଖି ଥିଲେ | ଏଥିରେ ସେ ନିଜର ଦୁଃଖ ଦୁର୍ଦଶା ବିଷୟରେ ଓ ନିଜେ ପାଠ ପଢି ନିଜ ଗୋଡ଼ରେ ନିଜେ ଛିଡା ହେବାକୁ ଚାହୁଁଛନ୍ତି ବୋଲି ଲେଖି ଥିଲେ | ଏହି ଚିଠି ଲେଖିଲା ପରେ ସେ ଗଣ ମାଧ୍ୟମରେ ଭାଇରଲ ହେଇ ଯାଇଥିଲେ |
ସେ ଏହି ଥିରେ ଲେଖିଛନ୍ତି କି ତାଙ୍କ ବାପା ତାଙ୍କୁ ଆଣି ପାଳି ଥିଲେ ଏବଂ ସେ ଅଲଗା ଜାତି ହୋଇ ଥିଲା ବେଳେ ତାଙ୍କ ବାପା ବ୍ରାହ୍ମଣ ଜାତିର ଥିଲେ | କିନ୍ତୁ ଭାଗ୍ୟର ବିଡମ୍ବନା ଯୋଗୁଁ ସୁଭଦ୍ରା ଦ୍ୱିତୀୟ ଶ୍ରେଣୀରେ ପଢିବା ସମୟରେ ତାଙ୍କ ବାପାଙ୍କର ମୃତ୍ଯୁ ହୋଇ ଥିଲା |
ତାପରେ ତାଙ୍କ ମାଆ ମାନସିକ ଚାପର ନିଜର ଭାରସାମ୍ୟ ହରାଇ ରୋଗୀଣା ହୋଇ ବସିଲେ | ଆଜକୁ ଆଠ ବର୍ଷ ହେଲାଣି ସେ ନିଜ ରୁଗ୍ଣ ମାଆର ଯତ୍ନ ନେଇ ଆସୁଛନ୍ତି | ସେ ଅଲଗା ଜାତିର ହୋଇ ଥିବା ହେତୁ ତାଙ୍କୁ କେହି ପଡୋଶୀ ମାନେ ଘରକୁ ଉଠାଇ ଦିଅନ୍ତି ନାହିଁ | ଖାଇବା ପାଇଁ ଦି ଓଳି ଭଲରେ ପାଉ ନାହାନ୍ତି | ପଢିବା ପାଇଁ ପ୍ରବଳ ଇଚ୍ଛା ଶକ୍ତି ଥିଲେ ମଧ୍ୟ ଅର୍ଥ ବାଧକ ସାଜୁଛି |

ବହୁତ କମ ବୟସରୁ ଏହି କୁନି ଝିଅ ଜଣକ ଦୁଃଖକୁ ବହୁତ ପାଖରୁ ଦେଖିଛନ୍ତି | ସେ ବଡ ହୋଇ ଜଣେ ଭଲ ଶିକ୍ଷୟିତ୍ରୀ ହୋଇ ପିଲା ମାନଙ୍କୁ ନିଜର ଶିକ୍ଷା ପ୍ରଦାନ କରିବା ପାଇଁ ଏବଂ ତାଙ୍କ ଭଳି ବେସାହାରା ପିଲା ମାନଙ୍କର ସାହାରା ସାଜିବା ପାଇଁ ଆଶା ରଖିଛନ୍ତି | ଏହି ଘଟଣା ଶୁଣିଲା ପରେ ବହୁତ ସ୍ଵେଛା ସେବୀ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ତାଙ୍କୁ ବହୁତ ପ୍ରକାର ସାହାଯ୍ୟ କରି ଥିବାର ସୂଚନା ମିଳିଛି |

କିନ୍ତୁ ଆଜି ଏକ ନୂଆ ଘଟଣା ଦେଖିବାକୁ ମିଳିଛି | ଓଡ଼ିଆ ଧାତବାହିକର ହିରୋଇନ ଉମା ଆଜି ସୁଭଦ୍ରାଙ୍କ ଘରକୁ ଆସିଛନ୍ତି | ଉମା ସିରିଏଲରେ ଅଭିନୟ ଦ୍ୱାରା ସମସ୍ତଙ୍କ ମନ ଜିଣିଥାନ୍ତି କିନ୍ତୁ ଯେତେବେଳେ ସୁଭଦ୍ରାଙ୍କ କାହାଣୀ ଶୁଣି ତାଙ୍କ ଆଖିରେ ସତସତିକା ଲୁହ ଆସି ଯାଇଥିଲା | ସୁଭଦ୍ରାଙ୍କ ଜୀବନ କଷ୍ଟକୁ ଦେଖି ସେ ସାହି ପାରି ନ ଥିଲେ | ସେ ଦେଖିଥିଲେ ସେ କେତେ କଷ୍ଟରେ ଜୀବନ ବିତାଉଛନ୍ତି ଓ ଲୋକ ମାନେ ଛୁଆଁ ଅଛୁଅଁ ଭେଦ ଭାବ ପାଇଁ ତାଙ୍କୁ ଘରେ ପଶାଇ ଦେଉ ନାହାନ୍ତି |

ଭୁବନେଶ୍ୱରରୁ ଆସି ତାଙ୍କୁ ସାନ ଭଉଣୀ କରିବାର ପ୍ରତିଶୃତି ଦେଇଛନ୍ତି ଏବଂ କହିଛନ୍ତି ମୁଁ ଯେମିତି ମୋ ବାପା ମାଙ୍କ ଝିଅ ସେମିତି ସେ ବି ମୋ ପାଖରେ ମୋ ଭଉଣୀ ହୋଇ ଏବଂ ମୋ ବାପା ମାଙ୍କର ସାନ ଝିଅ ଭଳି ରହିବ | ଏହା ସହିତ ତାଙ୍କ ସହ ଏକ ରିଲ ମଧ୍ୟ କରିଛନ୍ତି | ଏହା ସହିତ ସେ ତାଙ୍କ ବୃଦ୍ଧା ମାଙ୍କୁ ମଧ୍ୟ ନେଇ ପାଖରେ ରଖିବେ ବୋଲି କହିଛନ୍ତି | ଯଦି ସମସ୍ତଙ୍କର ସହଯୋଗ ଓ ଓଡ଼ିଶାବାସୀ ଯଦି ଚାହିଁବେ ସେ ସେମାନଙ୍କୁ ନିଜ ଘରକୁ ନେଇଯିବେ ବୋଲି କହିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।