ସବୁ ସମୟ ଖବର ସାଥିରେ

🛑EXCLUSIVE :ପ୍ରେମିକର ଆତ୍ମା ବାଟ ଜଗୁଛି, ସମସ୍ତଙ୍କୁ ଚେତାବନୀ ଦେଉଛି..ଏ ନେଇ କଣ କହୁଛନ୍ତି, ଦେଖନ୍ତୁ ଭିଡ଼ିଓ

0 22

ପ୍ରେମ ହେଉଛି ଏକ ପବିତ୍ର ସମ୍ପର୍କ ଯାହା ଦୁଇଟି ଆତ୍ମାର ମିଳନ ଫଳରେ ହୋଇଥାଏ | ଏବଂ ଏହି ପ୍ରେମ ମଧ୍ୟ ସ୍ୱୟଂ ଭଗବାନ କରି ଥିଲେ | କିନ୍ତୁ ଏବେ ଏହା ଏକ ଦେଖେଇବାର ପ୍ରକୃତି ହୋଇ ଗଲାଣି | ଯୁବକ ଯୁବତୀ ମାନେ ପ୍ରେମର ମୂଲ୍ୟ ବୁଝି ପାରୁ ନାହାନ୍ତି ଯାହା ଫଳରେ ସମାଜରେ ଅନେକ ଅନୈତିକ ଘଟଣା ମାନ ଘଟି ଯାଉଛି |ପ୍ରକୃତ ପ୍ରେମ ଯୋଉଁଠି ଥାଏ ସେମାନଙ୍କ ସମ୍ପର୍କ ଅତି ନିବିଡ଼ ହୋଇ ଥାଏ ଓ ପରସ୍ପର ପରସ୍ପର ପ୍ରତି ଭଲପାଇବା ରହିଥାଏ |
ଆଜିକାଲି କେତେ ପ୍ରେମ କାହାଣୀ ଆମେ ଗଣ ମାଧ୍ୟମ ଦ୍ୱାରା ଜାଣିବାକୁ ପାଉଛୁ | କୋଉଠି ଦେଖିବାକୁ ମିଳୁଛି କି ପ୍ରେମିକାର ପ୍ରତାରଣାର ଶିକାର ହୋଇ ପ୍ରେମିକ ଜୀବନ ହାରୁଚି ତ କୋଉଠି ଦେଖିବାକୁ ମିଳୁଛି କି ପ୍ରେମିକା ପ୍ରେମିକ ପାଇଁ ଜୀବନ ହାରୁଚି | ଆଉ କୋଉଠି ଦେଖିବାକୁ ମିଳୁଛି କି ବାହାଘରର ଗୋଟିଏ ମାସ ନ ପୁରୁଣୁ ନବ ବଧୂଙ୍କୁ ହତ୍ୟା ଓ ଡିଭୋର୍ସ ପାଇଁ ଆପଲାଇ କରା ଯାଉଛି | ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ବିଷୟରେ ବତାଇବୁ ଯାହା ଆପଣ କେବେ ଶୁଣି ନ ଥିବେ | ଏକ ପ୍ରେମିକ ପ୍ରତାରଣାର ଶିକାର ହୋଇ ମୃତ୍ୟୁ ପରେ ନ୍ୟାୟ ମାଗୁଛନ୍ତି, ଆସନ୍ତୁ ଜାଣିବା ସେ ସମ୍ପର୍କରେ |

ଏହି ଘଟଣା ହେଉଛି ପୁରୀ ଜିଲ୍ଲା ନିମାପଡ଼ା ଦକ୍ଷିଣା ସାହି ଦୁଇ ନମ୍ବର ୱାର୍ଡର ବଳରାମ ଭୋଇଙ୍କ ପୁଅ ବିଷ୍ଣୁ ଭୋଇ ଙ୍କର |ନିମାପଡା ଥାନା ଦହିଜଙ୍ଗ ଗ୍ରାମର ଏକ ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠି ଥିଲା| ହେଲେ ଦୁହିଁଙ୍କର ପ୍ରେମ ସମ୍ପର୍କକୁ ଗ୍ରହଣ କରୁ ନ ଥିଲେ ଯୁବତୀଙ୍କ ପରିବାର ଲୋକେ | ସେମାନେ ସବୁବେଳେ ଚେଷ୍ଟା କରୁଥିଲେ କେମିତି ଝିଅଠୁ ବିଷ୍ଣୁଙ୍କୁ ଅଲଗା କରିବେ ବୋଲି | ଏଥି ପାଇଁ ନିଜ ଝିଅକୁ ତାଗିଦ ମଧ୍ୟ କରୁ ଥିଲେ | ହେଲେ ଝିଅ କ୍ୱିନ୍ୟୁ ବିଷ୍ଣୁଙ୍କୁ ମନ ଦେଇ ଭଲ ପାଉଥିଲେ |

ସେଥିପାଇଁ ନିଜ ଘର ଛାଡି ପଳେଇ ଆସିଥିଲେ ଦକ୍ଷିଣ ସାହି ବିଷ୍ଣୁଙ୍କ ଘରକୁ | ଯାହା ଫଳରେ ଯୁବତୀଙ୍କ ପରିବାର ଲୋକେ ରାଗିଯାଇ ଦକ୍ଷିଣ ସାହିରେ ଆସି ପହଂଚି ଥିଲେ | ଏବଂ ଛଳନା କରି ମିଠା କଥା କହି ଝିଅକୁ ରୀତିନୀତି ଅନୁସାରେ ବିବାହ କରିବା ପାଇଁ ପ୍ରତିଶୃତି ଦେଇ ଝିଅକୁ ଘରକୁ ନେଇ ଯାଇଥିଲେ |

ଏହା ଶୁଣି ପୁଅ ଝିଅ ମଧ୍ୟ ଖୁସିରେ ଥିଲେ | ଏହା ପରେ ସେମାନଙ୍କ ମଧ୍ୟରେ କିଛି ଦିନ ଠିକସେ ଭଲପାଇବା ଥିଲା ହେଲେ କିଛି ଦିନ ପରେ ଝିଅ ଜଣକ. ବଦଳି ଯାଇଥିଲେ ଯାହା ଫଳରେ ବିଷ୍ଣୁ ମନଦୁଃଖରେ ରହୁଥିଲେ |

ଦିନେ ହଠାତ ଝିଅର ଫୋନରୁ କଲ ଆସିଥିଲା ଓ ବିଷ୍ଣୁ ଝିଅ ଜଣଙ୍କୁ ଦେଖା କରିବା ପାଇଁ ଯାଇ ଆଉ ଫେରିଲେ ନାହିଁ | ଏବଂ ତାଙ୍କର ମୃତ ଦେହ ନିମାପଡା ସ୍ଥିତ ଏକ ବ୍ରିଜ ତଳୁ ମୃତ ଶରୀର ମିଳିଥିଲା | ଏବଂ କୁହା ଯାଉଛି ଜ ବିଷ୍ଣୁ ନ୍ୟାୟ ପାଇଁ ସମସ୍ତଙ୍କୁ ହାତ ଠାରି ଡାକୁଛନ୍ତି ଓ କହୁଛନ୍ତି କେବେ ଭଲ ପାଇବ ନାହିଁ |

ଏ ନେଇ ତାଙ୍କ ବାପା ନିମାପଡା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି ଏବଂ କହୁଛନ୍ତି କି ଆମେ ଗରିବ ବୋଲି ଆମର ନ୍ୟାୟ ନାହିଁ କି ପ୍ରଶ୍ନ ପଚାରୁଛନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।