ସବୁ ସମୟ ଖବର ସାଥିରେ

🛑EXCLUSIVE :ବିବାହ ହେବି ବୋଲି କହିବାରୁ ମୋ ସହ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ରଖିଲା ..ଯଦି କହି ନଥାନ୍ତା..ସମ୍ପର୍କ ନଥାନ୍ତା..ଏ ନେଇ କଣ କହୁଛନ୍ତି, ଦେଖନ୍ତୁ ଭିଡ଼ିଓ

0 106

ବ୍ରହ୍ମପୁରରେ କେ ଦୀପିକାଙ୍କ ଘଟଣାକୁ ବହୁତ ଦିନ ବିତି ଯାଇଥିଲେ ମଧ୍ୟ ସମାଧାନର କୌଣସି ରାସ୍ତା ଏତେ ପର୍ଯ୍ୟନ୍ତ ବାହାରି ପାରି ନାହିଁ | ଏବଂ ସେହି ଗୋଟିଏ ସ୍ଥାନରେ ଖାଉଛନ୍ତି, ପିଉଛନ୍ତି ଏବଂ ଶୋଉଚନ୍ତି |ତାଙ୍କର ଦାବି ରହୁଛି ଯେ ତାଙ୍କୁ ସ୍ତ୍ରୀର ମାନ୍ୟତା ମିଳୁ ଏବଂ ତାଙ୍କ ପିଲାକୁ ବାପାର ମାନ୍ୟତା ମିଳୁ | ସେ କହିଛନ୍ତି କି ତାଙ୍କର କିଛି ଧନ ସମ୍ପତ୍ତି ଦରକାର ନାହିଁ | କେବଳ ତାଙ୍କ ସ୍ୱାମୀ ଦରକାର |ଯୋଉଁଥି ପାଇଁ ସେ ତାଙ୍କର ବୟଫ୍ରେଣ୍ଡଙ୍କ ଘର ସମ୍ମୁଖରେ ଧାରଣା ଦେଇଛନ୍ତି |
ଏହି ଧାରଣରେ ତାଙ୍କୁ ସମାଜ ସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି | ଏହା ସହିତ ସେଠାକାର ସାହି ବାସିନ୍ଦା ମଧ୍ୟ ଏହାର ସମଧାନ ପାଇଁ ଆଗଭର ହୋଇ ଆସିଛନ୍ତି | ହେଲେ ଏହିଘଟଣା ଆଜି ଏକ ନୂଆ ମୋଡ ନେଇଛି | ଦୀନେଶଙ୍କର ମାଆ ଆସି ସେମାନେ ବସିଥିବା ସ୍ଥାନରେ ଭଙ୍ଗା ରୁଜା କରିଥିବା ବେଲେ ପ୍ରମିଳା ଓ ଦୀପିକାଙ୍କୁ ଅଶ୍ଳୀଳ ଗାଳି ଗୁଲଜ କରି ଥିବାର ଅଭିଯୋଗ ହୋଇଛି | ଏବଂ ଏହା ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଦେଖିବାକୁ ମିଳୁଛି | ଏନେଇ ଦୀପିକା କଣ କହିଛନ୍ତି ଆଜି ଆମେ ଆପଣଙ୍କୁ ବତାଇବୁ |

ଦୀପିକା କହିଛନ୍ତି କି ତାଙ୍କ ସାହିରେ ଥିବା କମିଟି ମେମ୍ବର୍ସ ମିଶିକି ପ୍ରମିଳା ତ୍ରିପାଠୀଙ୍କ ସହ ଏହି କଥାର ସମାଧାନ ନେଇ କଥା ହେଇଛନ୍ତି | ଗତକାଲି ସେଠାକାର ଏମ ଏଲ ଏ ଆସି ଦୀପିକାଙ୍କ ସହ କଥା ହୋଇ ସହଯୋଗ ଓ ସମଧାନ କରିବା ପାଇଁ କଥା ଦେଇଛନ୍ତି | ଏହା ସହିତ ସେଠାକାର ଥାନାର ଏସ ପି ଓ ଦୀପକ ପଟ୍ଟନାୟକଙ୍କ ସମର୍ଥନ ଯୋଗୁଁ ଦୀପିକା ଆହୁରି ଷ୍ଟ୍ରଙ୍ଗ ହୋଇ ଯାଇଛନ୍ତି ବୋଲି କହିଛନ୍ତି ଓ ନିଜ ଉପରେ ସେ ଭରସା ରଖି ନିଜର ହକ ପାଇବାର ଆଶା ରଖିଛନ୍ତି ବୋଲି କହିଛନ୍ତି |

ଦୀପିକା କହିଛନ୍ତି ଯେ ଦୀନେଶ ଓ ତାଙ୍କ ଭିତରେ ସମ୍ପର୍କ ବହୁତ ନିବିଡ଼ ରହି ଥିଲା, ଏମିତି କି ଦୀନେଶ ଗୋଟିଏ ଦିନ ଣ ଦେଖିଲେ ରହି ପାରୁ ଣ ଥିଲେ ଏବଂ କିଛି ବି ଗଣ୍ଡଗୋଳ ହେଉ ନ ଥିଲା | କିନ୍ତୁ ଯେବେଠୁଁ ଦୀନେଶ ଶୁଣିଲେ ଯେ ଦୀପିକା ପ୍ରେଗନାଣ୍ଟ ଅଛନ୍ତି ବୋଲି ସେବେଠୁ ସେମାନଙ୍କ ସମ୍ପର୍କରେ ଝଡ ସୃଷ୍ଟି ହୋଇ ଥିଲା ଓ ଦୀନେଶ ତାଙ୍କୁ ଇଗନର କରିବାକୁ ଲାଗିଥିଲେ |

ଦୀନେଶ ତାଙ୍କର ବାପା ମାଙ୍କ କଥା ଶୁଣି ଦୀପିକାଙ୍କ ହାତ ଛାଡି ଦେଇଥିଲେ ଓ ନିଜର ପ୍ରେମକୁ ଭୁଲି ଯାଇଥିଲେ | ଯେହେତୁ ଦୀପିକା ଦୀନେଶଙ୍କ ଠାରୁ ୨ ବର୍ଷର ବଡ ଓ ସେମାନଙ୍କ ଜାତିରେ ଭେଦ ଭାବ ଥିବାରୁ ଏବଂ ଦୀନେଶ ଧନୀ ଘରର ପିଲା ହୋଇ ଥିବାରୁ ତାଙ୍କ ଭିତରେ ଫାଟ ସୃଷ୍ଟି ହୋଇଥିଲା | ଦୀପିକା କହିଛନ୍ତି ଯେହେତୁ ଦୀନେଶ ବିବାହ କରିବା ନେଇ ପ୍ରତିଶୃତି ଦେଇଥିଲେ ତା ସେଥିଲାଗି ସେମାନଙ୍କ ଭିତରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ରହିଥିଲା ନଚେତ ରହି ନ ଥାନ୍ତା | ଏବଂ କହିଛନ୍ତି କି ଯେତେବେଳେ ସେ ଅନ୍ୟ ଯୋଡି ମାନଙ୍କୁ ଦେଖନ୍ତି ନିଜକୁ ବହୁତ ଏକା ଅନୁଭବ କରି ଥାନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।