ସବୁ ସମୟ ଖବର ସାଥିରେ

🛑EXCLUSIVE : ଟପ୍ପର ଝିଅ ପାଇଁ ଏଇଟା ହେଉଛି ଆନନ୍ଦର ଅଶ୍ରୁ ..ମୋ ଝିଅପାଇଁ ମୁଁ ବହୁତ ଖୁସି..ଯେତେ ସମସ୍ୟା ହେଲେ ମୁଁ ଝିଅଙ୍କୁ ପାଠ ପଢ଼େଇବି…ଏ ନେଇ କଣ କହୁଛନ୍ତି, ଦେଖନ୍ତୁ Video

0 14

ଆପଣମାନେ ଶୁଣିଥିବେ କେତେ ଗରିବ ଘରର ପିଲା ମାନେ ନିଜର କଷ୍ଟ ବଳରେ ଶୀର୍ଷ ସ୍ଥାନରେ ଯାଇ ପହଂଚିଥାନ୍ତି ଓ ସେମାନେ ସେମାନଙ୍କର ବାପା ମାଆଙ୍କର ନାମ ରଖିଥାନ୍ତି | ଗତକାଲି ଯୁକ୍ତ ଦୁଇ କଳାର ଫଳାଫଳ ପ୍ରକାଶ ପାଇଛି | ଯୋଉଁଥିରେ କି ଜଣେ ପାନ ଦୋକାନୀର ଝିଅ ସର୍ବଚ୍ଚନମ୍ବର ରଖି ଟପ୍ପର ହୋଇଛନ୍ତି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ନିଆଳି ଅଂଚଳର କୈଳାସ ସ୍ୱାଇଁଙ୍କ ଝିଅ ରୁବିରାଣୀ ସ୍ୱାଇଁ ପ୍ରକାଶ ପାଇଥିବା ଯୁକ୍ତ ଦୁଇ କଳା ପରୀକ୍ଷାରେ ୫୧୯ ନମ୍ବର ରଖିଛନ୍ତି | କୈଳାସ ପେସାରେ ଜଣେ ପାଣି ଦୋକାନୀ ହୋଇଥିବା ବେଳେ ତାଙ୍କ ଝିଅ ପ୍ରଗାଢ଼ ପରିଶ୍ରମ ବଳରେ ବିଜୁ ପଟ୍ଟନାୟକ କଲେଜରେ ଟପ୍ପର ହୋଇଛନ୍ତି | ତାଙ୍କ ବାପା କୈଳାସଙ୍କର ରାଜଧାନୀ ଭାବନେଶ୍ୱରର ସି ଆର ପି ଛକରେ ଏକ ପାନ ଦୋକାନ ଅଛି | ଏବଂ ନୀଳକଣ୍ଠ ବସ୍ତିରେ ମଧ୍ୟ ଛୋଟିଆ ଚାଳ ଛପରଟିଏ ଅଛି | କିନ୍ତୁ ଏହି ଦୁଃଖ ଦୁର୍ଦଶା ଭିତରେ ନିଜ ଝିଅକୁ ଉଚ୍ଚ ଶିକ୍ଷିତ କରିବା ପାଇଁ ତାଙ୍କର ରହିଛି ପ୍ରବଳ ଚେଷ୍ଟା ଓ ବିଶ୍ୱାସ |

କୈଳାଶ କହିଛନ୍ତି ଯେ ସେ ପ୍ରତ୍ୟେକ ଦିନ ସକାଳ ସାତରୁ ଦୋକାନକୁ ଆସି ରାତି ଏଗାରରେ ଘରକୁ ଫେରନ୍ତି | ସେହି ଦୋକାନରୁ ଯାହା ଦୁଇ ପଇସା ହୁଏ ସେହି ଥିରେ ସେ ତାଙ୍କର ଗୁଜୁରାଣ ମେଣ୍ଟାଇଥାନ୍ତି | ନିଜ ପରିବାର ଚଳିବାରେ ଯେତେ ଅସୁବିଧା ହେଲେ ମଧ୍ୟ ତାଙ୍କ ପିଲାଙ୍କର ପାଠ ପଢ଼ାରେ କେବେ ଅସୁବିଧା ହେବାକୁ ଦେଇ ନାହାନ୍ତି ବୋଲି କହିଛନ୍ତି | ପିଲାଙ୍କର ପାଠ ପଢା ଖର୍ଚ, ଟିଉସନ ଫି ଇତ୍ୟାଦି ସେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ତୁଲାଇ ଥାନ୍ତି |

ତାଙ୍କ ଝିଅଙ୍କର ଏହି ସଫଳତାରେ ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି | ତାଙ୍କ ଝିଅ ତାଙ୍କର ନାମ ରଖିବା ସହ ତାଙ୍କ ବସ୍ତିର ମଧ୍ୟ ନାଁ ରଖିଛି ବୋଲି କହିଛନ୍ତି | ବି ଯେ ବି କଲେଜର ପ୍ରିନସିପାଲ ତାଙ୍କୁ ଫୋନ ଯୋଗେ ସମ୍ବର୍ଦ୍ଧନା ଦେଇଥିବା ବେଳେ ଅନ୍ୟ ସମସ୍ତ ଲୋକ ମାନଙ୍କ ଠାରୁ ମଧ୍ୟ ସମ୍ବର୍ଦ୍ଧନାର ସୁଅ ଛୁଟିଛି ବୋଲି ଜଣା ପଡିଛି |

ସେ ଆଶା କରିଛନ୍ତି କି ତାଙ୍କ ପିଲାମାନେ ଭଲ ପାଠ ପଢି ତାଙ୍କର ନାଁ ରଖିବେ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ କିଛି କରିବେ | ଏଥିପାଇଁ ସେ ତାଙ୍କର ପିଲାଙ୍କ ପାଇଁ ଯଥା ସାଧ୍ୟ ଚେଷ୍ଟା ଚଳାଇଛନ୍ତି | ତାଙ୍କ ପରିବାରକୁ ଚଳାଇବା ପାଇଁ କଷ୍ଟ ହେଉଥିଲେ ମଧ୍ୟ ସେ ଜୀବନରେ ବହୁତ ଷ୍ଟ୍ରୋଗଲ କରୁଛନ୍ତି |

ଏହି ସବୁ ଛାଡି ସେ ସମସ୍ତ କାର୍ଯ୍ୟରେ ଭଗବାନଙ୍କୁ ଶ୍ରେୟ ବୋଲି ମଣୁଛନ୍ତି | ସବୁ କାର୍ଯ୍ୟକୁ ଚେଷ୍ଟାର ସହିତ କଲେ ସଫଳତା ନିଶ୍ଚିତ ମିଳିବ ବୋଲି କହିଛନ୍ତି | ପିଲା ମାନଙ୍କର ଉଚ୍ଚଶିକ୍ଷା ପାଇଁ ସେ ସାହାଯ୍ୟ ଆଣି ବା କରଜ କରି ପାଠ ପଢ଼ାଇବେ ବୋଲି କହିଛନ୍ତି | ପିଲାମାନେ ଭଲ ପାଠ ପଢିଲେ ସେ ନିଜର ପରିଶ୍ରମ ବଳରେ ପିଲାଙ୍କୁ ପଢାଇ ଗରିବ ମାନଙ୍କର ସେବାରେ ଲାଗିବାର ଆଶା ରଖିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।