ସବୁ ସମୟ ଖବର ସାଥିରେ

🛑EXCLUSIVE : ପ୍ରେମରୁ ଛୁଆ ହେଲା..ସୋସିଆଲ ମିଡ଼ିଆରୁ ପ୍ରେମ ଆରମ୍ଭ ହେଲା..ଦେଖନ୍ତୁ ମହିଳା ଜଣକ କଣ କହୁଛନ୍ତି

0 18

କିଛି ଦିନ ପୂର୍ବରୁ ଆପଣ ସମସ୍ତ ଗଣ ମାଧ୍ୟମରେ ଦେଖିବାକୁ ପାଇଥିବେ ତପସ୍ୱିନୀଙ୍କ କାହାଣୀ ଯାହାକି ସେ ନିଜର ହକ ପାଇଁ ଶାଶୁ ଘରର ଘର ବାହାରେ ବହୁତ ଦିନ ଧରି ଲଢେଇ କରୁଥିଲେ | କାରଣ ସେ ଅଭିଯୋଗ କରିଥିଲେ ଯ ସେ ତାଙ୍କର ସ୍ୱାମୀ ଡକ୍ତର ସୁମିତଙ୍କୁ ବିବାହ କରିଛନ୍ତି କିନ୍ତୁ ତାଙ୍କ ଶ୍ୱଶୁର ତାଙ୍କୁ ଗ୍ରହଣ କରୁ ନାହାନ୍ତି | ପରି ଶେଷରେ ତାପସ୍ୱିନୀଙ୍କୁ ବହୁତ ଦିନ ପରେ ନିଜର ଅଧିକାର ମିଳିଥିଲା ଏବଂ ଏହି ଭଳି ଏକ ଘଡ଼ି ସନ୍ଧି ମୁହୁର୍ତରେ ତାଙ୍କର ସାଥ ଦେଇଥିଲେ ପ୍ରମିଲା ଷଡ଼ଙ୍ଗୀ | ଆଜି ଆମେ ଆପଣଙ୍କୁ ଜଣେଇବୁ ଏମିତି ଆଉ ଗୋଟିଏ ଘଟଣା ବିଷୟରେ |
ପାଞ୍ଚ ଦିନ ହେଲାଣି ଜଣେ ବୋହୂ ନିଜର ହକ ପାଇଁ ଶାଶୁ ଘରର ଦୁଆର ଆଗରେ ଖରା, ବର୍ଷା କାହାକୁ ଖାତିର ନ କରି ବସି ରହିଛି | ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ | ଦୀପିକାଙ୍କ କାଖରେ ଏକ କୋମଳ ମତି ଶିଶୁ ପୁତ୍ର ଟିଏ ଯିଏ କି କିଛି ଜାଣି ପାରୁନି | ହେଲେ ଶାଶୁ ଘର ଲୋକେ କେହି ବି ବୋହୂଙ୍କୁ ଗ୍ରହଣ କରିବାକୁ ନାରାଜ | ଘରେ ଶାଶୁ, ଶ୍ୱଶୁର, ସ୍ୱାମୀ ଥିଲା ବେଳେ କେହି ଜଣେ ହେଲେ ବି କବାଟ ଖୋଲୁ ନାହାନ୍ତି |

ପାଞ୍ଚ ଦିନ ହେବ ଦୀପିକା ଏକ ସଂଘର୍ଷ କରୁଥିବା ବେଳେ ଗତକାଲିଠୁ ତାଙ୍କର ସାହାରା ସାଜିଛନ୍ତି ପ୍ରମିଳା ଦେବୀ | ଏବଂ ସେ ମଧ୍ୟ ଗଣ ମାଧ୍ୟମ ଆଗରେ କହିଛନ୍ତି ଯେ ଦୀପିକାଙ୍କୁ ତାଙ୍କର ଅଧିକାର ନିଶ୍ଚୟ ମିଳିବ | ଦୀପିକା ନିଜର ମନ୍ତବ୍ୟରେ କହିଛନ୍ତି କି ସେ ଓ ତାଙ୍କର ସ୍ୱାମୀ ଏକ ସୋ ରୁମରେ ପ୍ରଥମେ ଦେଖା ହୋଇଥିଲେ | ଦୀପିକା ସେଲସରେ ଥିବା ବେଳେ ତାଙ୍କ ସ୍ୱାମୀ କଷ୍ଟମର ଭଳି ଆସିଥିଲେ ଏବଂ ତାଙ୍କ ପାଖରୁ ଏକ ଗାଡି କିଣିଥିଲେ | ତାପରେ ଶ୍ଵେତା ନାମକ ଏକ ମ୍ୟାନେଜରଙ୍କ ଠାରୁ ନମ୍ବର ପାଇଥିଲେ ଓ ତାପରେ ଫେସବୂକ ଓ ହ୍ୱାଟ୍ସଅପରେ ରିକୁଏଷ୍ଟ ପଠାଇ ଥିଲେ ଓ ସେମାନଙ୍କ ଭିତରେ ପ୍ରଥମେ ଫ୍ରେଣ୍ଡରୁ ଲଭ ଆରମ୍ଭ ହୋଇଥିଲା |

ଦୀପିକା ସେହି କାମ ଗୋଟିଏ ମାସ ପରେ ଛାଡି ଦେଇଥିଲେ | ଏବଂ ଆଉ ଗୋଟିଏ ଜବ ୱାନ ଉଏ ଟ୍ରାଫିକ ରୋଡ଼ରେ କରୁଥିଲେ | ପରେ ଦୁଇ ଜଣ ମାର୍କେଟିଙ୍ଗ ପାଇଁ ଭୁବନେଶ୍ୱରରୁ କୋଲକାତା ଟ୍ରାଭେଲ କରୁ ଥିଲେ |ତେଣୁ କେବେ କେବେ ସେମାନେ ଗୋଟିଏ ରାତି ପାଇଁ ହୋଟେଲରେ ରହି ଯାଉଥିଲେ ଏବଂ ସେମାନଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା | ଏବଂ ଏହି ପ୍ରେମର ଏକ ସନ୍ତକ ରୂପେ ଦୀପିକା ମାଆ ହୋଇ ଯାଇଥିଲେ ଓ ତାଙ୍କର ସ୍ୱାମୀଙ୍କୁ ଜଣାଇ ଥିଲେ ଏବଂ କୋର୍ଟ ମେରେଜ ପାଇଁ କହିଥିଲେ |

କିନ୍ତୁ ତାଙ୍କ ସ୍ୱାମୀ ରାଗି ପଳେଇ ଆସି ତାଙ୍କୁ ଏଭଏଡ଼ କରିଥିଲେ | ଦୀପିକା ତାଙ୍କ ଘରକୁ ଆସି ତାଙ୍କ ପରିବାର ଲୋକଙ୍କୁ ଜଣାଇ ଥିଲେ | ସେମାନେ ବି ଆମେ ତୋତେ ଚିନ୍ହିନୁ କି ଜାଣିନୁ ବୋଲି କହିଥିଲେ ଓ ଅଶ୍ଳୀଳ ଭାବରେ ଗାଳି କରିଥିଲେ |ପ୍ରମିଳା ମାଙ୍କ ସହଯୋଗ ପାଇ ସେ ଆହୁରି ଷ୍ଟ୍ରଙ୍ଗ ହୋଇଛନ୍ତି ବୋଲି କହିଛନ୍ତି ଦୀପିକା |ଗତକାଲି ସେମାନେ ନ୍ୟାୟ ପାଇଁ ଏସପି ସାରଙ୍କ ସହ କଥାବାର୍ତା ହୋଇଛନ୍ତି | ତାଙ୍କର ପଡୋଶୀ ଲୋକ ମାନେ ମଧ୍ୟ ଚାହୁଁଛନ୍ତି କି ଦୀପିକାଙ୍କୁ ନ୍ୟାୟ ମିଳୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।