ସବୁ ସମୟ ଖବର ସାଥିରେ

viral video- ପୁଣି ଚମକିଲେ ରାନୁ ମଣ୍ଡଳ, ବାଂଲାଦେଶ ସୁପରଷ୍ଟାର ଆଲାମଙ୍କ ସହିତ ଗାଇଲେ ଗୀତ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 46

ଆଧୁନିକ ଯୁଗର ଯୁବପିଢ଼ି ସୋସିଆଲ ମିଡ଼ିଆପଛରେ ବାୟ।ଆଜି କାଲି ଦୁନିଆରେ ସୋସିଆଲ ମିଡିଆର ବହୁଳ ବ୍ୟବହାର ହେଉଛି ସୋସିଆଲ ମିଡ଼ିଆ ସମସ୍ତଂକ ପାଇଁ ଅତି ଜରୁରୀ ହୋଇ ପଡ଼ିଛି। ଏହି ଇଣ୍ଟରନେଟ୍ ଯୁଗରେ ଲୋକ ମାନେ ସବୁକିଛି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଏମିତି କି ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଯେଉଁ ସବୁ ଘଟଣା ଘଟି ଚାଲିଛି ତାହା ଆମେ ଗୋଟିଏ ସ୍ଥାନରେ ରହି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଛୁ।

ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଗୁଡିଏ ଭିଡିଓ ଭାଇରାଲ ମଧ୍ୟ ହେବାରେ ଲାଗିଛି। କେତେବେଳେ ଏହି ସବୁ ଜିନିଷକୁ ଲୋକେ ଭଲ ଆଖିରେ ନେଉଥିବା ବେଳେ କେତେବେଳେ ଏହାକୁ ଖରାପ ଦୃଷ୍ଟିରେ ମଧ୍ୟ ଦେଖୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ।

ସୋସିଆଲ ମିଡ଼ିଆ ମାଧ୍ୟମରେ ଲୋକେ ଏଠି ରାତାରାତି ଷ୍ଟାର ପାଲଟି ଯାଉଛନ୍ତି। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓ ଗୁଡ଼ିକ ଲୋକ ମାନଙ୍କ ମନୋରଞ୍ଜନ ମଧ୍ୟ କରି ପାରୁଛି।

ତେବେ ସୋସିଆଲ ମିଡିଆରେ ରାତାରାତି ଷ୍ଟାର ପାଲଟି ଯାଇଥିବା ବ୍ୟକ୍ତି ମାନଙ୍କ କଥା ସାମ୍ନାକୁ ଆସିଲେ ରେଲୁଏ ଷ୍ଟେସନରେ ଭିକ୍ଷାବୃତ୍ତି କରୁଥିବା ସମୟରେ ଗୀତ ଗାଇ ଇଣ୍ଟରନେଟର ସେନ୍ସସନ ପାଲଟି ଯାଇଥିବା ରାନୁ ମଣ୍ଡଳଙ୍କ ନାଁ ଆଗରେ ଆସିଥାଏ। ରାନୁ ମଣ୍ଡଳ ଦୁଇ ବର୍ଷ ପୂର୍ବେ ପଶ୍ଚିମବଙ୍ଗର ରାଣହାଟ ରେଳ ଷ୍ଟେସନରେ ପ୍ରସିଦ୍ଧ ଗାଇକା ଲତା ମଙ୍ଗେଶକରଙ୍କ ଆଇକନିକ ଗୀତ ‘ଏକ ପ୍ୟାର କା ନାଗମା ହେ ଗାଇ ଇଣ୍ଟରନେଟ ସେନସେସନ ପାଲଟିଥିଲେ।

ଏହି ଗୀତ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲେ ଏବଂ ରାତିସାରା ସେ ଚର୍ଚ୍ଚାକୁ ଆସିଥିଲେ ।ଏହାପରେ ରାନୁ ହିମେଶ ରେଶମିୟାଙ୍କ ଫିଲ୍ମ ତେରି ମେରୀ କାହାନୀ ସମେତ ଆଦତ ଓ ହାପି ହାର୍ଡି ଆଣ୍ଡ ହିରରେ ଗୀତ ଗାଇଥିଲେ ।

ରେଳ ଷ୍ଟେସନରେ ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ବାଂଲାଦେଶ ସୁପରଷ୍ଟାରଙ୍କ ସହ ଗୀତ ଗାଇ ଚର୍ଚ୍ଚାକୁ ଆସିଛନ୍ତି ରାନୁ। ରାନୁ ମଣ୍ଡଳ ଏବଂ ହିରୋ ଆଲମଙ୍କ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।

ଉଭୟ ମିଶି ରୋମାଣ୍ଟିକ ଗୀତ ଗାଉଥିବାର ନଜର ଆସୁଛନ୍ତି। ବାଂଲାଦେଶ ସୁପରଷ୍ଟାରଙ୍କ ସହିତ ଏକ ଷ୍ଟୁଡିଓରେ ଗୀତ ଗାଇଛନ୍ତି ରାନୁ। ଏହି ଗୀତର ରେକର୍ଡିଂ ସମୟର ଭିଡ଼ିଓ ହିରୋ ଆଲମ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି।

ତେବେ ଗୀତର ନାଆଁ ରହିଛି ତୁମି ଚଡା ଆମି, ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।ଏହି ଗୀତକୁ ଏବେ ୩ ଲକ୍ଷରୁ ଅଧିକ ଲୋକେ ଦେଖି ସାରିଲେଣି। ଏହି ଗୀତଟି ବର୍ତ୍ତମାନ ସମୟରେ ଖୁବ୍ ସେୟାର ମଧ୍ୟ କରାଯାଉଛି। ଏହା ସହ ହିରୋ ଆଲାମଙ୍କ ଦୁଇଟି ଚଳଚ୍ଚିତ୍ରର ରାନୁ ମଣ୍ଡଳ କଣ୍ଠଦାନ କରିବେ ବୋଲି ଜଣା ପଡିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।