ସବୁ ସମୟ ଖବର ସାଥିରେ

breacking news – ଏଣିକି ୭୦ ଟଙ୍କାରେ ମିଳିବ ପେଟ୍ରୋଲ,ଆଉ ରହିବନି ପେଟ୍ରୋଲ ଚିନ୍ତା,ପ୍ଲାଷ୍ଟିକ ଆବର୍ଜନାରୁ ବାହାରୁଛି ପେଟ୍ରୋଲ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ..

0 72

ପ୍ଲାଷ୍ଟିକ ଆବର୍ଜନା ଯାହାକୁ ଆମେ ଅଦରକାରୀ କହି ବାହାରକୁ ଫିଙ୍ଗି ହେଉଥାଉ। ଯାହା କି ପରିବେଶକୁ ଅପରିଷ୍କାର କରିଥାଏ।ସେପଟେ ସବୁ ସ୍ଥାନରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିବେଶ ଏବଂ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

କିନ୍ତୁ ଅନ୍ୟପଟେ ପ୍ଲାଷ୍ଟିକ ଆବର୍ଜନାରୁ ମୁକ୍ତି ପାଇବାର ସମାଧାନ ମଧ୍ୟ ମିଳି ଯାଇଛି।ପ୍ଲାଷ୍ଟିକ ଆବର୍ଜନାରୁ ବାହାରୁଛି ପେଟ୍ରୋଲ। ହଁ ଆଜ୍ଞା କଥା ଟି ସତ। ଏପରି ଏକ କାମ ଦେଖିବାକୁ ମିଳୁଛି ଖୋର୍ଦ୍ଧା ଜିଲ୍ଲାର ଜଟଣୀ ନିକଟସ୍ଥ ରାଧାଚରଣ ପୁର ଗ୍ରାମରେ। ଏମିତି ଏକ କାମ କରି ଦେଖାଇଛନ୍ତି ସପ୍ତମ ଶ୍ରେଣୀ ପଢିଥିବା ଅଜୟ ବେହେରା।

 ଅଜୟ ବେହେରା ଦୁଇ ବର୍ଷ ତଳେ ପ୍ଲାଷ୍ଟିକ ଆବର୍ଜନାରୁ କିପରି ପେଟ୍ରୋଲ ବାହାରୁଛି ତାହା ୟୁଟ୍ୟୁବରେ ଦେଖିଥିଲେ। ଏବଂ ସେଥିରେ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲେ। ତାଙ୍କ ମନରେ ପ୍ଲାଷ୍ଟିକ ଆବର୍ଜନାରୁ ପେଟ୍ରୋଲ ବାହାର କରିବାର ଏକ ଇଚ୍ଛା ଉଙ୍କି ମାରିଥିଲା। କୁହା ଯାଇଥାଏ କି ଦୃଢ ଇଚ୍ଛାଶକ୍ତି ଆଗରେ ସବୁ ଅସମ୍ଭବ ସମ୍ଭବ ହୋଇଥାଏ। ଯାହା ପ୍ରମାଣ କରି ଦେଖାଇଛନ୍ତି ଅଜୟ।

ତେବେ ସେ ଏହି ଦୁଇରୁ ତିନି ମାସ ମଧ୍ୟରେ ଏମିତି କାମ କରି ଦେଖାଇଛନ୍ତି। ତେବେ ଏସବୁ ସମ୍ଭବ କରିବା ପାଇଁ ଅଜୟକୁ ବହୁତ୍ ପରିଶ୍ରମ ସହିତ ତ୍ୟାଗ ମଧ୍ୟ କରିବା ପାଇଁ ପଡ଼ିଛି। ଏପଟେ ଅର୍ଥର ଅଭାବ ଓ ସେପଟେ ମନରେ କିଛି କରି ଦେଖାଇବାର ଇଚ୍ଛା ତେବେ ଅର୍ଥର ଅଭାବ ଅଜୟଙ୍କ ଇଚ୍ଛା ଶକ୍ତିକୁ ମାରି ପାରି ନାହିଁ। ଅର୍ଥ ଅଭାବରୁ ନିଜର ବାଇକକୁ ମଧ୍ୟ ବିକ୍ରି କରିବା ସହିତ କିଛି ଗହଣା ମଧ୍ୟ ବନ୍ଧକ ରଖିଥିଲେ ଅଜୟ।


ତେବେ ଅଜୟ ପ୍ରଥମେ କିଛି ପଲିଥିନକୁ ନେଇ ଏକ ଛୋଟ ଡବାରେ ତାକୁ ରଖି ଦୁଇ ଘଣ୍ଟା ପର୍ଯ୍ୟନ୍ତ ଜଳେଇଥିଲେ ଏହାପରେ ସେଥିରୁ ୧୦୦ ଗ୍ରାମର ଲିକୁଇଡ ବାହାରି ଥିଲା। ଯାହା ପେଟ୍ରୋଲ ବୋଲି ଅଜୟ ଦାବି କରୁଛନ୍ତି।

ଏହା ପରେ ଅଜୟ ସେଥିରେ ସଫଳ ହେବା ପରେ ତାଙ୍କ ମନରେ ଅଧିକ ଆଗ୍ରହ ଦେଖିବାକୁ ମିଳିଥିଲା ଯେ ସେ ଆଉ ଟିକେ ବଡ ଧାରଣର କରିବେ ବୋଲି। ତେବେ ଏହା ପାଇଁ ଅଜୟ ଏକ ଟାଙ୍କୀ ପ୍ରସ୍ତୁତ କରି ଦୈନିକ ୧୧-୧୨ କେଜିର ପ୍ଲାଷ୍ଟିକ ଆବର୍ଜନାରୁ ୮-୧୦ ଲିଟର ପେଟ୍ରୋଲ ବାହାର କରୁଛନ୍ତି।

ତେବେ ଅଜୟଙ୍କ କହିବା ମୁତାବକ ସେ ଏହି ପେଟ୍ରୋଲକୁ ନେଇ ବାଇକରେ ପକିଥିଲେ। ତେବେ ଏହି ପେଟ୍ରୋଲରେ ବାଇକ୍ ବିନା କୈାଣସିଅସୁବିଧାରେ ଚାଲିଛି ବୋଲି ଅଜୟ କହିଛନ୍ତି।
ଲଗାତାର ଭାବେ ପେଟ୍ରୋଲର ଦର ବୃଦ୍ଧିକୁ ନେଇ ଜନସଧାରଣ ମାନେ ଚିନ୍ତାରେ ରହିଥିବା ସମୟରେ ଅଜୟ ବେହେରାଙ୍କ ପ୍ଲାଷ୍ଟିକ ଆବର୍ଜନାକୁ ବ୍ୟବହାର କରି ପେଟ୍ରୋଲ ବାହାର କରିବା ନେଇ ସମସ୍ତେ ପ୍ରଶଂସା କରୁଛନ୍ତି। ତେବେ ଅଜୟଙ୍କୁ ଯଦି ପ୍ରଶାସନ ପକ୍ଷରୁ କିଛି ସାହାଯ୍ୟ ମିଳେ ତେବେ ହୁଏତ ଏହା ଆଗାମୀ ଦିନ ପାଇଁ କିଛି ସମ୍ଭାବନା ଆଣିପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।