ସବୁ ସମୟ ଖବର ସାଥିରେ

health tips – ମୁଣ୍ଡର ଉକୁଣୀକୁ ୧ ସପ୍ତାହରେ ଦୂର କରନ୍ତୁ ସବୁଦିନ ପାଇଁ ଏହି ଛୁଟିଆ ଘରୋଇ ଉପାୟ ଦ୍ୱାରା ୧୦୦% ଗ୍ୟାରେଣ୍ଟି…..

0 99

ଆଜି ଆମେ ଆପଣଙ୍କୁ ଘରେ ପ୍ରସ୍ତୁତ କରି କିପରି କେଶ ମଧ୍ୟରେ ଲୁଚି ରହିଥିବା ଉକୁଣୀ ମୂଳରୁ ମାରି ପାରିବା ତାର କିଛି ହୋମ ରେମିଡି ନେଇ ଆସିଛୁ। ତେବେ ଆସନ୍ତୁ ଜାଣିବା ଉକୁଣୀକୁ ମୂଳରୁ ମାରିବା ପାଇଁ କେଉଁ ସାମଗ୍ରୀର ଆବଶ୍ୟକତା ଓ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିବା।

୧. ନିମପତ୍ର ଓ ତୁଳସୀ ପତ୍ର:-

ନିମ ପତ୍ର କେଶରେ ଥିବା ଉକୁଣିକୁ ମାରିବା ସହିତ ଚର୍ମରେ ଥିବା ସମସ୍ୟା ଗୁଡ଼ିକ ମଧ୍ୟ ଦୂର କରିଥାଏ। ଜଡ଼ି ମୁଣ୍ଡରେ ରୂପି ହେଉଛି କି ବାରମ୍ବାର କୁଣ୍ଡେଇ ହେଉଛି ତେବେ ଏହାକୁ ଭଲ କରିବାରେ ନିମ ପତ୍ର ଖୁବ୍ ସାହାଯ୍ୟ କରିଥାଏ। ଏବଂ ସବୁଠାରୁ ବଡ କଥା ହେଉଛି ଏହା ପିଲା ମାନଙ୍କ ପାଇଁ ବହୁତ୍ ସେଭ୍।

ଏଥିରେ କୈାଣସିପ୍ରକାର ସାଇଡି ଇଫେକ୍ଟ୍ ଦେଖିବାକୁ ମିଳି ନଥାଏ। ତୁଳସୀ ପତ୍ରରେ ମଧ୍ୟ କୀଟନାଶକ ମାରିବାର ଶକ୍ତି ଥାଏ ଯାହା ଆମ ମୁଣ୍ଡରେ ଉକୁଣୀକୁ ବଢିବା ପାଇଁ ଦେଇ ନଥାଏ। ଉକୁଣୀ ପାଇଁ ଆମ ମୁଣ୍ଡ କୁଣ୍ଡେଇ ବହୁତ୍ ଜାଗାରେ ବ୍ଲଡ ମଧ୍ୟ ବାହାରି ଥାଏ ଯାହାକୁ ମଧ୍ୟ ତୁଳସୀ ପତ୍ର ଭଲ କରିଥାଏ।

ପ୍ରଥମେ ଆପଣ ଏକ ବାଉଲରେ କିଛି ନିମ ପତ୍ର ଓ ତୁଳସୀ ପତ୍ରକୁ ସମ୍ମାନ ଭାବରେ ନିଅନ୍ତୁ। ଏହାପରେ ଏହି ପତ୍ରକୁ ନେଇ କିଛି ସମୟ ପାଇଁ ଶୁଖି ଦିଅନ୍ତୁ ଯେମିତି ପତ୍ରରୁ ପାଣି ଛାଡି ଯିବ। ଏହା ପରେ ଏହାକୁ ଗ୍ରାଇଣ୍ଡରରେ ଭଲ ଭାବରେ ପେଷ୍ଟ କରି ନିଅନ୍ତୁ। ଗ୍ରାଇଡିଂ କରିବା ସମୟରେ ଏଥିରେ ଟିକେବି ପାଣି ଦିଅନ୍ତୁ ନାହିଁ। ଏବେ ଏକ ପାତ୍ରରେ ୨୦୦ ଗ୍ରାମର ନଡ଼ିଆ ତେଲକୁ ନେଇ ସେଥିରେ ଏହି ପେଷ୍ଟକୁ ଦେଇ ୫ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ।

ଏହା ପରେ ଆପଣଙ୍କ ଏହାକୁ ଥଣ୍ଡା କରି ଛାଣି ଏକ ବୋତଲରେ ଷ୍ଟୋର କରି ରଖି ପାରିବେ। ଏହାପରେ ଏହି ତେଲରେ ଏକ ଖଣ୍ଡ କର୍ପୂର ଏଥିରେ ପକାନ୍ତୁ। କର୍ପୂର ଗନ୍ଧରେ ଆପଣଙ୍କର ପୁରୁଣାରୁ ଅତି ପୁରୁଣା ଉକୁଣୀ ମରିଯିବେ। ଆପଣ ଏହାକୁ ସପ୍ତାହରେ ଦୁଇ ତିନି ଦିନ ଲଗାନ୍ତ ଏହାକୁ ରାତିସାରା ମୁଣ୍ଡରେ ରଖି ସକାଳେ ପରିଷ୍କାର କରି ଦିଅନ୍ତୁ।

୨. ନିମପତ୍ର:-

କିଛି ନିମ ପତ୍ରକୁ ନେଇ ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହି ପେଷ୍ଟକୁ ନେଇ ଆପଣ ଆପଣଙ୍କ କେଶର ଲଗାନ୍ତୁ। ଏବେ ୨୦-୩୦ ମିନିଟ ପରେ ଆପଣଙ୍କ ମୁଣ୍ଡକୁ ଧୋଇ ପରିଷ୍କାର କରିନିଆନ୍ତୁ। ଆପଣ ଏହାକୁ ସପ୍ତାହକୁ ଦୁଇ ଥର କରନ୍ତୁ। ଉକୁଣୀ ମରିବା ସହିତ କେଶରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଦୂରେଇ ଯିବ।

୩. ରସୁଣ ଏବଂ ଲେମ୍ବୁ:-

ପ୍ରଥମେ ୭-୮ ପାଖୁଡ଼ା ରସୁଣ କୋଷକୁ ନେଇ ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ନିଅନ୍ତୁ। ଏବେ ଏଥିରେ ଫାଳେ ଲେମ୍ବୁ ରସକୁ ମିଶାଇ ଦିଅନ୍ତୁ। ଏବେ ଏହାକୁ ଅନ୍ୟ ଏକ ପାତ୍ରକୁ ଛାଣି ରଖନ୍ତୁ। ଏବେ ଏହି ରସକୁ ତୁଳା ସାହାଯ୍ୟରେ ନେଇ ମୁଣ୍ଡରେ ଲଗାନ୍ତୁ। ଏହାକୁ ଦୁଇ ଘଣ୍ଟା ପରେ ଭଲ ଭାବରେ ଧୋଇ ସଫା କରନ୍ତୁ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।