ସବୁ ସମୟ ଖବର ସାଥିରେ

shocking ଭିଡ଼ିଓ – ଘରେ ଏକା ଥିଲାବେଳ ୧୪ ବର୍ଷୀୟ ନାବାଳିକାଙ୍କୁ ଘରେ ପଶି ଯୁବକ ..ଜୋର ଜବରଦସ୍ତ କଲେ ଦୁଷ୍କର୍ମ ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 100

ଘରେ କେହି ନଥିଲେ। ଏକୁଟିଆ ଜଣେ ୧୪ ବର୍ଷୀୟ ନାବାଳିକା ଘରେ ରୋଷେଇ କରୁଥିଲେ। ଏହାର ସୁଯୋଗ ନେଇ ଜଣେ ଦୂର୍ବୁତ ନାବାଳିକାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିବାର ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ନାବାଳିକାଙ୍କ ଘରେ କେହି ନଥିଲେ। ନାବାଳିକା ଜଣକ ରୋଷେଇ କରିବା ପାଇଁ ଚାଉଳ ଧୋଉଥିଲେ ଠିକ୍ ଏତିକ ବେଳେକୁ ସେହି ଗାଁର ଏକ ୩୫ ବର୍ଷୀୟ ଯୁବକ ନାବାଳିକାଙ୍କ ଘରେ ପଶି ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି।

ଗ୍ରାମର ସଞ୍ଜୟ ଗିରି ନାମକ ୩୫ ବର୍ଷୀୟ ଯୁବକ ନାବାଳିକାଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଘର ଭିତରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ କରିଛନ୍ତି। ଯୁବକ ଜଣକ ଘରେ କେହି ନ ଥିବାର ଦେଖି ଘରେ ପଶି ଥିଲେ ଏହା ପରେ ନାବାଳିକାଙ୍କ ସହିତ ଜୋର୍ ଜବରଦସ୍ତି ଦୁଷ୍କର୍ମ କରିଥିଲେ।

ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳରେ। ଗ୍ରାମର ସଞ୍ଜୟ ଗିରି ନାମକ ଏକ ଯୁବକ ନାବାଳିକାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିବାର ତାଳଚୁଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ମା।

ପୀଡ଼ିତାଙ୍କ ପରିବାର ଲୋକେ ବେଙ୍ଗଲ ଯାଇଥିଲେ। ଘରେ କେବଳ ଏହି ୧୪ ବର୍ଷୀୟ ନାବାଳିକା ଜଣକ ରହିଥିଲେ। ତେବେ ନାବାଳିକାଙ୍କ ବାପା ଘରକୁ ଆସିବାର ଥିଲା ସେଥିପାଇଁ ନାବାଳିକା ଜଣକ ରୋଷେଇ କରିବା ପାଇଁ ବାହାରି ଥିଲେ।

ସେ ଯେତେବେଳେ ଘର ବାହାରେ ଥିବା ଟିୱେଲ ପାଖକୁ ଚାଉଳ ଧୋଇବା ପାଇଁ ଯାଇଥିଲେ ସେଠାରେ ୩୫ ବର୍ଷୀୟ ଯୁବକ ସଞ୍ଜୟ ଗିରି ଆସି ପହଂଚି ଥିଲେ। ଏହା ପରେ ସେ ଯୁବତୀଙ୍କୁ କହିଥିଲେ ମୁଁ ପାଣି ଦେଉଚି ତୁ ଚାଉଳ ଧୋଉ। ଏହାପରେ ଯୁବକ ଜଣକ ନାବାଳିକାଙ୍କୁ ବଳପୂର୍ବକ ଘର ଭିତକୁ ଟେକି ନେଇ ଦୁଷ୍କର୍ମ କରିଥିଲେ।

ତେବେ ଗତ ଏପ୍ରିଲ୍ ୨୮ ତାରିଖରୁ ତଳଚୁଆ ଥାନାରେ ଅଭିଯୋଗ କରା ଯାଇଥିଲେ ବି ଏପର୍ଯ୍ୟନ୍ତ କିଛି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ତାଳଚୂଆ ସାମୁଦ୍ରିକ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ ମାମଲା ରୁଜୁ କରି ଚୁପହୋଇ ବସି ଯାଇଥିଲେ।

ଅଭିଯୁକ୍ତ ସଞ୍ଜୟ ଗିରି ତାଳଚୁଆ ଥାନା ଅଞ୍ଚଳରେ ଖୁଲମ ଖୋଲା ବୁଲୁଥିଲେ ମଧ୍ୟ ପୋଲିସ କିଛି ପଦକ୍ଷେପ ନେଉ ନଥିଲା। ତେବେ ଏଭଳି ଅଭିଯୋଗ କରିବା ସବିତା ନାବାଳିକାଙ୍କ ପରିବାର ଭୟଭୀତ ଅବସ୍ଥାରେ ରହିଥିବାର କହିଛନ୍ତି ପୀଡ଼ିତାଙ୍କ ମା।

ଅପର ପକ୍ଷରେ ଅଭିଯୁକ୍ତ ସଞ୍ଜୟ ଗିରି ଆଗୁଆ ଜାମିନ ପାଇଁ ଆବେଦନ କରିଥିବାରୁ ପୋଲିସ ସମୟ ଗଡ଼ାଇ ଚାଲିଛି ବୋଲି ସ୍ଥାନୀୟ ବାସିନ୍ଦା ମାନେ କହୁଛନ୍ତି। ତେବେ ଶେଷରେ ନ୍ୟାୟ ପାଇଁ ପୀଡ଼ିତା ଜଣକ ଏବଂ ତାଙ୍କ ମା ପଟ୍ଟାମୁଣ୍ଡେଇ ଆସି ଏସଡିପିଓ ଙ୍କୁ ଭେଟିଛନ୍ତି। ଏସଡିପିଓ ସନ୍ଧ୍ୟାରାଣୀ ବେହୁରିଆ ଏହାକୁ ଗୁରୁତର ସହିତ ନେଇଛନ୍ତି। ତଦନ୍ତ ପରେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।