ସବୁ ସମୟ ଖବର ସାଥିରେ

( ମଙ୍ଗଳବାର ଦିନ ) – କରନ୍ତୁ ଏହି ୮ଟି କାମ | ଧନର ବର୍ଷା ହେବା ସହିତ ରାମଭକ୍ତ ହନୁମାନଙ୍କ କୃପା ବର୍ଷିବ…

0 104

ଯଦି ଆପଣ ଚିନ୍ତିତ ଏବଂ ସମସ୍ୟା ରେ ଘେରି ହୋଇ ରହୁଛନ୍ତି କୌଣସି କାମ ଆପଣଙ୍କ ର ହେଉ ନାହିଁ, ପରିଶ୍ରମ ତ କରୁଛନ୍ତି କିନ୍ତୁ ଫଳ ମିଳୁ ନାହିଁ ଏବଂ ଜୀବନରେ କେହି ସାହାଯ୍ୟ ସହଯୋଗ ର ହାତ ବଢା଼ଉ ନାହାଁନ୍ତି ତ ନିରାଶ ହୁଅନ୍ତୁ ନାହିଁ | ମଙ୍ଗଳବାର ଦିନ ଏହି କେତୋଟି ଉପାୟ ମଧ୍ୟରୁ କୌଣସି ଗୋଟିଏ ଉପାୟ କରନ୍ତୁ ଏବଂ ଦେଖନ୍ତୁ କିପରି ଆପଣଙ୍କ ଭାଗ୍ୟ ର ପରିବର୍ତ୍ତନ ହେଉଛି | ମଙ୍ଗଳବାର ଦିନ ଭଗବାନ ହନୁମାନ ଙ୍କର ଦିନ ବୋଲି ବିଚାର କରାଯାଏ, କୁହାଯାଏ କି ହନୁମାନ ସମସ୍ତ ମନସ୍କାମନା ପୂରଣ କରି ଥାଆନ୍ତି ଵାସ କେବଳ ଅଳ୍ପ ଶ୍ରଦ୍ଧା ର ଆବଶ୍ୟକ ରହିଛି |

1. ପ୍ରଥମ ଉପାୟ ଟି ହେଲା ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ହନୁମାନ ମନ୍ଦିର କୁ ଯାଆନ୍ତୁ ଓ ହନୁମାନ ଙ୍କୁ ଗୋଲାପ ଫୁଲ ର ମାଳ ଅର୍ପଣ କରନ୍ତୁ | ଏପରି କରିବା ଦ୍ୱାରା ଆପଣଙ୍କ ର ମନସ୍କାମନା ଶୀଘ୍ର ପୂରଣ ହୋଇ ଯିବ |

2. ଦ୍ୱିତୀୟ ଉପାୟ ହେଉଛି ମଙ୍ଗଳବାର ଦିନ ସକାଳ ସମୟରେ ସ୍ନାନ କରିବା ପରେ ବର ଗଛରୁ ଗୋଟିଏ ପତ୍ର ଛିଣ୍ଡାନ୍ତୁ ଏବଂ ତାକୁ ସ୍ୱଚ୍ଛ ପାଣିରେ ଧୋଇ ଦିଅନ୍ତୁ ଏହାପରେ ଏହି ପତ୍ର କୁ ନେଇ ଭଗବାନ ହନୁମାନ ଙ୍କ ସାମ୍ନାରେ ରଖି ଦିଅନ୍ତୁ |

ଏହାପରେ ଏହି ପତ୍ର ଉପରେ କେଶର ଦ୍ୱାରା ଶ୍ରୀରାମ ଲେଖନ୍ତୁ ଏବଂ ସେହି ପତ୍ର ଟିକୁ କିଛି ସମୟ ପାଇଁ ହନୁମାନ ଙ୍କ ପାଦ ତଳେ ରଖନ୍ତୁ | ପରେ ସେହି ପତ୍ର ଟିକୁ ଆଣି ନିଜ ପର୍ସ ରେ କିମ୍ବା ଧନ ରଖିବା ସ୍ଥାନରେ ରଖି ଦିଅନ୍ତୁ, ଦେଖିବେ ଆପଣଙ୍କ ଧନ ଜନିତ ସମସ୍ୟା ଦୂର ହୋଇ ଯିବ |

3. ମଙ୍ଗଳବାର ଦିନ ହନୁମାନ ଯନ୍ତ୍ର ର ସ୍ଥାପନା ନିଜର ପୂଜା ଘରେ କରନ୍ତୁ ଏବଂ ତା ସହିତ ଏହି ଯନ୍ତ୍ର ଟିର ପ୍ରତିଦିନ ଵିଧି ଭାବକ ପୂଜା କରନ୍ତୁ | ଏପରି କରିବା ଦ୍ୱାରା ଗୃହ ରୁ ସମସ୍ତ ନକାରାତ୍ମକ ଉର୍ଜା ଦୂର ହେବା ସହିତ ତୁରନ୍ତ ହିଁ ଶୁଭ ଫଳ ପ୍ରାପ୍ତି କରିବେ |

 

4. ମଙ୍ଗଳବାର ଦିନ ପାଖରେ ଥିବା ହନୁମାନ ମନ୍ଦିର କୁ ଯାଆନ୍ତୁ ଏବଂ ହନୁମାନ ଙ୍କୁ ସିନ୍ଦୂର ଓ ଚମେଲୀ ର ତେଲ ଅର୍ପଣ କରନ୍ତୁ ଏହା ସହିତ ନିଜର ମନସ୍କାମନା ପ୍ରକାଶ କରନ୍ତୁ | ଏହାଦ୍ୱାରା ଭଗବାନ ହନୁମାନ ଶୀଘ୍ର ପ୍ରସନ୍ନ ହୋଇ ଥାଆନ୍ତି ଏବଂ ଭକ୍ତ ଙ୍କର ସମସ୍ତ ମନସ୍କାମନା ପୂରଣ କରି ଥାଆନ୍ତି |

5. ମଙ୍ଗଳବାର ଦିନ କୌଣସି ଏକ ହନୁମାନ ମନ୍ଦିର କୁ ଯାଆନ୍ତୁ ଏବଂ ସେଠାରେ ଶ୍ରୀରାମ ରକ୍ଷ ସ୍ରୋତ ର ପାଠ କରନ୍ତୁ ଏହା ସହିତ ହନୁମାନ ଜୀ ଙ୍କୁ ଗୁଡ଼ ର ପ୍ରସାଦ ଚଢାନ୍ତୁ | ଏହାପରେ ପାର୍ଥନା କରନ୍ତୁ ଏବଂ ପାର୍ଥନା କରି ସାରିବା ପରେ ସେହି ଗୁଡ଼ କୁ ଭୋଗ ଲଗାନ୍ତୁ, ଏହାଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ମାନ ଦୂର ହୋଇ ଯିବ |

6. ମଙ୍ଗଳବାର ଦିନ ସକାଳ ସମୟରେ ସ୍ନାନ କରିବା ପରେ କୌଣସି ଏକ ଅଶ୍ୱସ୍ତ ଗଛର ମୂଳେ ସୋରିଷ ତେଲ ର ଦୀପ ଟିଏ ଜଳାନ୍ତୁ, ଏହାପରେ ପୂର୍ବ ଦିଗ ଆଡ଼କୁ ମୁଖ କରି ତୁଳସୀ ର ଗୋଟିଏ ମାଳ ନିଅନ୍ତୁ ଏବଂ 11 ଥର ରାମନାମ ଜପ କରନ୍ତୁ | ଏହା ଦ୍ୱାରା ସମସ୍ତ ମନସ୍କାମନା ଶୀଘ୍ର ହିଁ ପୂରଣ ହେବାକୁ ଲାଗିବ |

7. ଯଦି ଆପଣଙ୍କର କୌଣସି ଗ୍ରହ ଦୋଷ କାରଣରୁ କିଛି ବି ସମସ୍ୟା ଆପଣଙ୍କ ଜୀବନରେ ଲାଗି ରହୁଛି ତେବେ ମଙ୍ଗଳବାର ଦିନ କୌଣସି ଏକ ହନୁମାନ ଙ୍କ ମନ୍ଦିର କୁ ଯାଇ ରାମନାମ ର ଜପ ଅତି କମରେ 108 ଥର ବା ଅଧିକ ରୁ ଅଧିକ କରନ୍ତୁ | ଏହା ସହିତ ସନ୍ଧ୍ୟା ସମୟରେ ହନୁମାନ ଜୀ ଙ୍କୁ ବୁନ୍ଦିଆ ର ଭୋଗ ଲଗାନ୍ତୁ, ଏହିପରି ଆପଣ 5 ଟି ମଙ୍ଗଳବାର କରନ୍ତୁ ଯଦି କାର୍ଯ୍ୟ ସମ୍ପୂର୍ଣ୍ଣ ନ ହୁଏ ତେବେ 7 ଟି ମଙ୍ଗଳବାର ପର୍ଯ୍ୟନ୍ତ କରନ୍ତୁ | ଏହା ଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବା ସହିତ କୌଣସି ବି ପ୍ରକାର ର ସମସ୍ୟା ଦୂର ହୋଇ ଥାଏ |