ସବୁ ସମୟ ଖବର ସାଥିରେ

ଦେଖନ୍ତୁ Shocking ଭିଡିଓ-ଶୁଣନ୍ତୁ ଗୋଟେ ନାରୀର କୁହୁକ ଭରା ଦୁଃଖ-କୃଷ୍ଣ ମଠରେ ବଳତ୍କାର ହୋଇଛି ମୋର ବି…..ଛିଃ ଛିଃ

0 65

ସାମ୍ପ୍ରତିକ ସମାଜରେ ଧର୍ମ ନା ରେ ଅନେକ ବାବା ମାତା ମାନେ ମିଥ୍ୟା ଧର୍ମ ପ୍ରବଞ୍ଚନା ଦେଉଛନ୍ତି । କେତେକ ଜ୍ଞାନୀ ପୁରୁଷ ମହିଳା ମାନେ ନିଜକୁ ଭଗବାନ ରୂପେ ବିବେଚିତ କରି ପୌରାଣିକ ଗାଥା ଗୀତା ଭାଗବତ ଆଦିର ମର୍ମ ବୁଝେଇଥାନ୍ତି । ଏହି ବାବା ମାନେ ଧର୍ମ ଆଧ୍ୟାତ୍ମିକ ନାଁରେ ବିଭିନ୍ନ ଦୁଷ୍କର୍ମ ଆଦି କାର୍ଯ୍ୟ କରୁଛନ୍ତି । ଆଉ ଭାରତୀୟ ମଣିଷ ମାନେ ଶିକ୍ଷିତ ହୋଇ ମଧ୍ୟ ଅଶିକ୍ଷିତ ଭାବେ କାର୍ଯ୍ୟ କରୁଛନ୍ତି ।

ଭାରତ ରେ ଏହି ସବୁ ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ । ଭାରତରେ ବିବିଧ ବାବା ମାନେ ଧର୍ମ ନା ରେ ବ୍ୟବସାୟ ଆରମ୍ଭ କରିଛନ୍ତି । ସେହି ବାବା ମାନଙ୍କ ମଧ୍ୟରୁ ଭଣ୍ଡ ବାବା ମାନେ ନିଜର ରାସଲୀଳା କରୁଛନ୍ତି । ଆପଣମାନେ ପ୍ରାୟତଃ ଅନେକ ଭଣ୍ଡ ବାବା ବିଷୟରେ ଜାଣିଥିବେ । ଯେଉଁମାନେ କି ମିଥ୍ୟା ପ୍ରତିଶ୍ରୁତି ଦେଇ ନୀରହ ଲୋକମାନଙ୍କୁ ଠକେଇ ଥାନ୍ତି ।

ସାରଥୀ ବାବା ହୁଅନ୍ତୁ କି ଆଶାରାମ ବାପୁ ଧର୍ମ ନାମ ରେ ବାବା ମାନେ ଅନେକ ଖରାପ୍ କାମ କରିଛନ୍ତି । ଏଭଳି ଭଣ୍ଡ ସ୍ୱଭାବର ବାବା ମାନେ ସର୍ବ ରୋଗର ନିଦାନ ତାଙ୍କ ନିକଟରେ ଅଛି ବୋଲି ଭକ୍ତାଗଣକୁ ମିଛ ପ୍ରୋତ୍ସାହନ ଦେଇଥାନ୍ତି । ଯଦ୍ୱାରା ସାଧାରଣ ଲୋକ ଏହିଭଳି ମିଥ୍ୟା ବାକ୍ୟରେ ବଶୀଭୂତ ହୋଇ ନିଜର ବହୁ କ୍ଷତି କରିଥାନ୍ତି । ଏହି ନିଷ୍କପଟ ବାବା ମାନେ ମିଥ୍ୟା ଆଶା ଦେଇ ଝିଅ ବୋହୂ ଙ୍କ ଇଜ୍ଜାତ୍ ସହ ମଧ୍ୟ ଖେଳିଥାନ୍ତି ।

ଏହି ବାବା ମାନେ ଖରାପ ପ୍ରକୃତିର ହୋଇଥାନ୍ତି । ସମାଜର ଲୋକେ ଏଥି ପ୍ରତି ସଚେତନ ନଥିବାରୁ ବହୁ କ୍ଷେତ୍ରରେ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି । ସାମାନ୍ୟ ଜ୍ଞାନ ଆରୋହଣ କରି ବାବା ମାନେ ନିଜକୁ ଭଗବାନ ବୋଲି ମନେ କରିଥାନ୍ତି । ସେହିଭଳି ଏକ ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବାବାଙ୍କ ନାଁରେ ସଂଗୀନ ଏବଂ ସାଂଘାତିକ ଅଭିଯୋଗ। ରଘୁନାନଗର ସ୍ଥିତ କୃଷ୍ଣମଠ ଠାରେ ଦୁଷ୍କର୍ମ ହେଉଥିବା ଜଣେ ମହିଳା ମିଡିଆ ସାମ୍ନାରେ କହିଛନ୍ତି । ଗରିବ ଲୋକମାନେ ଯଦି କିଛି ଅସୁବିଧା ନେଇ ସେଠାକୁ ଯାଇଥାନ୍ତି ତାହେଲେ ସେଠାରେ କହିଥାନ୍ତି ଯେ ରାତିରେ ହିଁ କୃଷ୍ଣପୂଜା ହେବ ଦିନରେ ହେବ ନାହିଁ । ରାତିରେ ଭଗବାନ କୃଷ୍ଣ ଆସିବେ । ତାପରେ ବି ସ୍ତ୍ରୀ ଲୋକମାନେ ସେଠାରେ ପଡିରହିଥାନ୍ତି ଯେହେତୁ ଘରର ଅସୁବିଧା ଦୂର କରିବାର ଥାଏ । ଆଉ ରାତି 12ଟା ପରେ ବାବା ସ୍ତ୍ରୀ ଲୋକମାନଙ୍କୁ କହିବେ ୟେ ତାଙ୍କ ବିଛଣାରେ ଶୋଇବା ପାଇଁ ।

ତେବେ ମହିଳାଙ୍କ କହିବା କଥା ସେ ମଧ୍ୟ ତାଙ୍କ ଘରର କିଛି ଅସୁବିଧା ନେଇ ସେଠାକୁ ଯାଇଥିଲେ ଏବଂ ବାବା ତାଙ୍କୁ ରାତି 11ଟାରେ ପୂଜା ହେବ ବୋଲି କହିଥିଲେ । ଏହାପରେ ମହିଳା ସେଠାରେ ଅପେକ୍ଷା କରିଥିଲେ ଏବଂ 11ଟାରେ ବାବା କୃଷ୍ଣବେଶ ହୋଇ ଆସି ତାଙ୍କ ସହିତ ଖରାପ ବ୍ୟବହାର କରିବା ସହିତ ତାଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ କିନ୍ତୁ ମହିଳା କୌଣସି ମତେ ସେଠାରୁ ପାଚେରି ଡେଇଁ ଖସି ପଳାଇ ଆସିଥିଲେ । ଏହାପରେ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ କିନ୍ତୁ ଗତ ଏକବର୍ଷ ହୋିଥିଲେ ସୁଦ୍ଧା ପୋଲିସ୍ କିଛି ବି ଆକ୍ସନ ନେଉନାହିଁ । କାହିଁକି ନାଁ ସେ ଜଣେ ଗରିବ ଲୋକ, ତେଣୁ ବାଧ୍ୟ ହୋଇ ସେ ମିଡିଆ ସାମ୍ନାରେ ମୁହଁ ଖୋଲିଛନ୍ତି ।